ଭବାନୀପାଟଣା,୨୯।୮(ଡି.ଏନ.ଏ.): କଳାହାଣ୍ଡି ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ସ୍ଥାନୀୟ ୱେସ୍କୋ ଅଧୀକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏକ ଦାବିପତ୍ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଦାବିଗୁଡ଼ିକ ମଧ୍ୟରେ କଳାହାଣ୍ଡି ବିଦ୍ୟୁତ୍ ଶ୍ରମିକ ଠିକା କର୍ମଚାରୀ, ବିଦ୍ୟୁତ୍ କ୍ଷେତ୍ରରେ କାର୍ଯ୍ୟରତ ଏନଏମଆରମାନଙ୍କୁ ସ୍ଥାୟୀ କରି ତୁରନ୍ତ ସମାଧାନ କରିବା, କାର୍ଯ୍ୟରତ କର୍ମଚାରୀମାନଙ୍କୁ ୨୦୧୫ ଏପ୍ରିଲ ୧ଠାରୁ ନୂତନ ମଜୁରି ନିର୍ଦ୍ଧାରଣର ବଳକା ପ୍ରାପ୍ୟ ଶତପ୍ରତିଶତ ପ୍ରଦାନ କରିବା, କାର୍ଯ୍ୟରତ ମୃତ କର୍ମଚାରୀମାନଙ୍କ ଉତ୍ତରାଧିକାରୀଙ୍କୁ ପୁନଃ ଥଇଥାନ କରିବା, ଠିକା ଶ୍ରମିକଙ୍କୁ ନିୟମିତ ଦରମା ଦେଉ ନ ଥିବା ସଂସ୍ଥାର ଚୁକ୍ତିନାମା ବାତିଲ କରିବା ଆଦି ରହିଛି। ଏଥିରେ ଶରତଚନ୍ଦ୍ର ସାହୁ, ଭବାନୀ ଶଙ୍କର ସାହୁ, ପ୍ରଭାକର ଦ୍ୱିବେଦୀ, ଡାନିଏଲ ବାଗ, ଚିତ୍ତରଞ୍ଜନ ପଣ୍ଡା, ଭବାନୀ ସାହୁ, ରମେଶଚନ୍ଦ୍ର ପଣ୍ଡା, ସୁରେନ୍ଦ୍ର ପ୍ରଧାନ, ସୁଧୀର ପ୍ରଧାନଙ୍କ ସମେତ ବହୁ କର୍ମଚାରୀ ସାମିଲ ଥିଲେ।