ଭବାନୀପାଟଣା,୨୪।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ ପ୍ରତିମାସ ଶେଷ ସୋମବାର କୋର୍ଟ ବର୍ଜନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯାଉଛି। ତେବେ ଚଳିତ ମାସ ଶେଷ ସୋମବାର ଏପରି କରା ନ ଯାଇ କେବଳ ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦିଆଯାଇଛି। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ କୋର୍ଟ କାର୍ଯ୍ୟ ବର୍ଜନ ନ କରାଯାଇ ଅଭିନବ ଭାବେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ କଳାହାଣ୍ଡି ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଓ ଓକିଲ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ଓକିଲ ସଂଘର ସଭାପତି ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଅଶ୍ୱିନୀ କୁମାର ଦାସ, ଉପସଭାପତି ଦିଲୀପ କୁମାର ପ୍ରହରାଜ, ସହକାରୀ ସମ୍ପାଦକ ନିହାର ରଞ୍ଜନ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।
Posted inଆମ ଜିଲା ଖବର, କଳାହାଣ୍ଡି