Posted inଖେଳ

କଳିଙ୍ଗରେ ସ୍ପୋର୍ଟ୍ସ ଆଇଟି ୨୦୨୦ ଆରମ୍ଭ

ଭୁବନେଶ୍ୱର,୧୯।୧(ସ୍ପୋର୍ଟ୍ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶନିବାର ସ୍ପୋଟର୍‌ସ ଆଇଟି ୨୦୨୦ ଆରମ୍ଭ ହୋଇଛି। ଜାଭିୟର ଏମ୍‌ଲିୟନ ବିଜ୍‌ନେସ ସ୍କୁଲ (ଏକ୍ସଇବିଏସ୍‌) ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମିଳିତ ଆନୁକୂଲ୍ୟରେ ଏହି ସ୍ପୋଟର୍‌ସ ଆଣ୍ଡ ଇନୋଭେଶନ ଫେଷ୍ଟିଭାଲ ତଥା ଉତ୍ସବ ପୂରା ଢ଼ଙ୍ଗରେ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରାକାନ୍ତି ବେହେରା ଏହି କ୍ରୀଡ଼ା ଉତ୍ସବର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ହକି ଲିଜେଣ୍ଡ ଓ ହକି ପ୍ରମୋଶନ କାଉନସିଲ ଅଧ୍ୟକ୍ଷ ଦିଲୀପ ତିର୍କୀ, ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ଓ ଏକ୍ସଇବିଏସ୍‌ ଅଧ୍ୟକ୍ଷ ଆଶଲେ ଫର୍ଣ୍ଣାଣ୍ଡିଜ୍‌ ଉପସ୍ଥିତ ଥିଲେ। ହ୍ୟୁସିଲ ବଜାଇ ଅତିଥିମାନେ ଇଭେଣ୍ଟ ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ। ଦେଶରେ ପ୍ରଥମଥର ପାଇଁ ଏଭଳି ଏକ ଭିନ୍ନ ଧରଣର ଫେଷ୍ଟିଭାଲ ଆରମ୍ଭ ହୋଇଛି।
ଉଦ୍‌ଘାଟନୀ ଉତ୍ସବରେ ୨୫ଜଣ ଭିନ୍ନକ୍ଷମ ପିଲାଙ୍କ ସହ ବିଭିନ୍ନ ସ୍କୁଲ, କଲେଜର ୧,୨୦୦ଜଣ ଛାତ୍ର ଯୋଗ ଦେଇଥିଲେ। କ୍ରୀଡ଼ାର ଉନ୍ନତି ସର୍ବୋପରି ରାଜ୍ୟରେ କୀଡ଼ା ସଂସ୍କୃତିର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ଆୟୋଜିତ ହୋଇଛି। ରାଜ୍ୟରେ ଏକ ବଳିଷ୍ଠ କ୍ରୀଡ଼ା ପରମ୍ପରା ଓ ପରିବେଶ ସୃଷ୍ଟିକରିବା ଦିଗରେ ଏହି କାର୍ଯ୍ୟକ୍ରମ ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ସହାୟକ ହେବ।
କ୍ରୀଡ଼ାର ବିକାଶ ଓ କ୍ରୀଡ଼ାକୁ ଏକ ନୂଆ ସୋପାନରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ବୋଲି ତୁଷାରକାନ୍ତ କହିଛନ୍ତି। କ୍ରୀଡ଼ା ବ୍ୟବସାୟୀକରଣକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏହାଦ୍ୱାରା ଚାକିରି ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି। ଏଥିପାଇଁ ଛାତ୍ର ଓ କ୍ରୀଡ଼ାପ୍ରେମୀମାନେ ଆଗେଇ ଆସିବା ଉଚିତ୍‌। କ୍ରୀଡ଼ା ଏବେ ଏକ ଫିଜିକାଲ ଫିଟ୍‌ନେସ ବା ମନୋରଞ୍ଜନରେ ସୀମିତ ହୋଇରହି ନାହିଁ। ବ୍ୟବସାୟରେ ମଧ୍ୟ କ୍ରୀଡ଼ାର ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଛି। ଏବେ ଓଡ଼ିଶାରେ ଏହାର ସମ୍ଭାବନା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଫେଷ୍ଟିଭାଲ ଆୟୋଜନ ହେଉଛି ବୋଲି ସେ କହିଛନ୍ତି।
ସ୍ପୋଟର୍‌ସ ଆଇଟି ଅନ୍ୟ ସ୍ପୋଟର୍‌ସ ଇଭେଣ୍ଟଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଦିଲୀପ କହିଛନ୍ତି। କ୍ରୀଡ଼ାରେ ପୁଞ୍ଜି ନିବେଶ କରିବା ପାଇଁ ସେ ନିବେଶକମାନଙ୍କୁ ପରାମର୍ଶ ଦେଇଥିଲେ। ଏହିକ୍ରମରେ ନିବେଶକମାନେ ଓଡ଼ିଶା ସରକାରଙ୍କ ସହ ଯୋଗ ଦେଇ ଭୁବନେଶ୍ୱରକୁ ଦେଶର ସ୍ପୋଟର୍‌ସ କ୍ୟାପିଟାଲ ବା କ୍ରୀଡ଼ା ରାଜଧାନୀରେ ପରିଣତ କରିବା ପାଇଁ କାର୍ଯ୍ୟକରିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସହିତ ଏକ୍ସଇବିଏସ୍‌କୁ ପ୍ରଶଂସା କରିଥିଲେ ଏଲିନା ନର୍ମାନ। କ୍ରୀଡ଼ାକୁ ଲୋକପ୍ରିୟ କରାଇବା ପାଇଁ ଓ ଯୁବ କ୍ରୀଡ଼ାବିତଙ୍କ ପାଇଁ ଏହି ଇଭେଣ୍ଟ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି।
ଏହି ଫେଷ୍ଟିଭାଲ୍‌ରେ ବିଭିନ୍ନ କ୍ଷେତ୍ରରୁ ୧୨ଟି ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ଏଥିରେ ସ୍ପୋଟର୍‌ସ ମାରାଥନ ସବୁଠାରୁ ଆକର୍ଷଣୀୟ ହୋଇଥିଲା। ଏଥିରେ ହାଇପରଫର୍ମାନ୍ସ ସେଣ୍ଟର, ଓଡ଼ିଶା ଏଫ୍‌ସି, ନାଭାଲ ଟାଟା ଏକାଡେମୀ, ଗୁରୁକୁଳ ଟେନିସ, ଓଡ଼ିଶା ଟେବୁଲ ଟେନିସ ଆସୋସିଏଶନ, ଉତ୍କଳ କରାଟେ ସ୍କୁଲ, ବିଗ୍‌ ଅରେଞ୍ଜ୍‌ ବାସ, ଡେକାଥେଲନ ଓ ପାରା ଆଥଲେଟଙ୍କ ଏକ ଗ୍ରୁପ୍‌ ଯୋଗ ଦେଇ ଏକ ସ୍ପୋଟର୍‌ସ ଜୋନ ସୃଷ୍ଟି କରିଥିଲେ। ଫୁଟବଲ, ହକି, ଟେବୁଲ ଟେନିସ, ଶୁଟିଂ, ଟେନିସ, ବାସ୍କେଟବଲ ଓ କରାଟେରେ ଶହ ଶହ ସଂଖ୍ୟାରେ ଛାତ୍ର ଅଂଶଗ୍ରହଣ କରିଥିଲେ। ଛାତ୍ରମାନଙ୍କ ସହ ଓଡ଼ିଶା ଏଫସିର ଖେଳାଳିମାନେ ଭାବର ଆଦାନପ୍ରଦାନ କରିଥିଲେ। କେତେକ ଛାତ୍ର ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫର୍ମାନ୍ସ ସେଣ୍ଟରର ଗାଇଡ୍‌ ଟୁର କରିଥିଲେ।
ନିବେଶକ ଓ ବ୍ୟବସାୟୀମାନେ ମଧ୍ୟ କ୍ରୀଡ଼ା, ଶିକ୍ଷା, ଇନୋଭେଶନ ଓ ଅନ୍ୟାନ୍ୟ ବିଷୟରେ ବୈଠକରେ ବସି ଆଲୋଚନା କରିଥିଲେ। ସ୍ପୋଟର୍‌ସ ହେକାଥନରେ ଫ୍ରାନ୍ସର ଏକ ଗ୍ରୁପ୍‌ ଭାଗ ନେଇଥିଲା। ରବିବାର ଇଭେଣ୍ଟର ଦ୍ୱିତୀୟ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିରୂପେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri