Posted inଖେଳ

କଳିଙ୍ଗରେ ହକି କ୍ୟାମ୍ପ ଆରମ୍ଭ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି)-
ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ ହେବାକୁଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ମହିଳା ଦଳର କ୍ୟାମ୍ପ ସୋମବାର ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ପୁରୁଷ ଦଳର ଖେଳାଳିମାନେ ପର୍ଯ୍ୟାୟକ୍ରମେ ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଭାରତୀୟ ପୁରୁଷ ଦଳ ଯୋଗ୍ୟତା ପର୍ଯ୍ୟାୟରେ ରୁଷିଆକୁ ଭେଟିବାକୁଥିବାବେଳେ ମହିଳା ଦଳ ଆମେରିକା ସହିତ ମୁକାବିଲା କରିବ। ଯୋଗ୍ୟତା ପର୍ଯ୍ୟାୟର ବିଜେତା ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ।
ହକି କ୍ୟାମ୍ପ ପାଇଁ ରବିବାର ମହିଳା ଦଳର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ଅବଶିଷ୍ଟ ଖେଳାଳି ଏବଂ କୋଚ୍‌ ଜୋର୍ଡ ମାରିଜନେ ସୋମବାର କ୍ୟାମ୍ପରେ ଯୋଗ ଦେଇଛନ୍ତି। ମହିଳା ଦଳ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛି। ପ୍ରଥମ ଦିବସରେ ଖେଳାଳିମାନେ ରନିଂ, ଷ୍ଟ୍ରେଚିଂ ଏବଂ ଅନ୍ୟ ଶାରୀରିକ ଅଭ୍ୟାସ କରିଛନ୍ତି। ଭାରତୀୟ ପୁରୁଷ ଦଳ ଏଫଆଇଏଚ୍‌ ର଼୍ୟାଙ୍କିଙ୍ଗ୍‌ରେ ୫ମ ସ୍ଥାନରେ ଥିବାବେଳେ ରୁଷିଆର ର଼୍ୟାଙ୍କିଙ୍ଗ୍‌ ୨୨। ସେହିପରି ଭାରତୀୟ ମହିଳା ଦଳର ର଼୍ୟାଙ୍କିଙ୍ଗ୍‌ ୯ମ ଥିବାବେଳେ ଆମେରିକା ୧୩ତମ ସ୍ଥାନରେ ରହିଛି। ପୁରୁଷ ଦଳ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ସମେତ ଏକାଧିକ ଟୁର୍ନାମେଣ୍ଟ ଖେଳି ସାରିଥିବାବେଳେ ମହିଳା ଦଳ ପ୍ରଥମଥର ପାଇଁ ଏଠାରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ।
”ରୁଷିଆକୁ ଭେଟିବା ପୂର୍ବରୁ ଆମେ ୩ ସପ୍ତାହଧରି ଏଠାରେ ଅଭ୍ୟାସ କରିବୁ। ଦଳର କେତେକ ବିଭାଗ ଉପରେ ଆମର ଗୁରୁତ୍ୱର ସହ ଫୋକସ ରହିବ। ଆକ୍ରମଣାତ୍ମକ ଖେଳ ଜାରି ରହିବା ସହ ଡିଫେନ୍ସକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦିଆଯିବ। ଶର୍ଟ କର୍ନର ଉପରେ ଆମେ କାମ କରିବୁ। ରୁଷିଆ ଏକ ଭଲ ଦଳ। ପୂର୍ବରୁ ଆମେ କଳିଙ୍ଗ ଷ୍ଟାଡିୟମରେ ଏହି ଦଳ ବିପକ୍ଷରେ ଖେଳି ସାରିଛୁ। ଆମ ଖେଳାଳିମାନେ ଘରୋଇ ପରିବେଶରୁ ଫାଇଦା ଉଠାଇବା ଆଶା ରହିଛି“ ବୋଲି ସନ୍ଧ୍ୟାରେ ପହଞ୍ଚତ୍ଥିବା କୋଚ୍‌ ଗ୍ରେମ୍‌ ରିଡ୍‌ ପ୍ରକାଶ କରିଛନ୍ତି। ଅଧିନାୟକ ମନପ୍ରୀତ ସିଂ ମଧ୍ୟ ଅନୁରୂପ ମତ ଦେଇଛନ୍ତି। ”ରୁଷିଆର ରକ୍ଷଣଭାଗ ବେଶ୍‌ ଦୃଢ଼। ଆମେ ଏହି ଦଳକୁ କୌଣସି ପରିସ୍ଥିତିରେ ହାଲ୍‌କାଭାବେ ନେଉନାହୁଁ। ପ୍ରତ୍ୟେକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଆମେ ସମ୍ମାନ ଜଣାଇଥାଉ। ରୁଷିଆର ଦକ୍ଷତା କ’ଣ ଆମେ ଜାଣିଛୁ। ତେଣୁ କୋହଳ ମନୋଭାବର ପ୍ରଶ୍ନ ଉଠୁନାହିଁ। ଗତଥର ଜୁନ୍‌ରେ ଏଠାକାର ପରିବେଶ ରୁଷିଆ ଖେଳାଳିଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିଲା। ମାତ୍ର ଏବେ ସେ ପରିବେଶ ନାହିଁ। ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଖେଳିବାକୁ ଆସିଥିବାରୁ ସେମାନେ ନିଶ୍ଚିତ ଭଲଭାବେ ପ୍ରସ୍ତୁତ ହୋଇ ଆସିଥିବେ ବୋଲି ଆଶା। ରୁଷିଆ ନିଜ ପ୍ରଦର୍ଶନ ଦ୍ୱାରା ଯେ କୌଣସି ଦଳକୁ ବିସ୍ମିତ କଲାଭଳି କ୍ଷମତା ରଖିଛି। ତେଣୁ ଆମକୁ ଶ୍ରେଷ୍ଠ ପ୍ରଦର୍ଶନ କରି ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ପଡ଼ିବ“ ବୋଲି ମନପ୍ରୀତ କହିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ଭାରତୀୟ ପୁରୁଷ ହକି ଦଳ ନିକଟରେ ବେଲ୍‌ଜିୟମ ଟୁର୍‌ରେ ଚମତ୍କାର ପ୍ରଦର୍ଶନ କରି ୫ ମ୍ୟାଚ ବିଶିଷ୍ଟ ସିରିଜ ଜିତିଥିଲା। ଭୁବନେଶ୍ୱର ଦର୍ଶକ ସର୍ବଦା ବହୁ ସଂଖ୍ୟାରେ ଭାରତକୁ ଅତୀତରେ ସମର୍ଥନ କରି ଆସିଛନ୍ତି। ଏଥର ମଧ୍ୟ ତାହାର ପୁନରାବୃତ୍ତି ଘଟିବ ଏବଂ ଆମେ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବୁ ବୋଲି ମନପ୍ରୀତ ଦୃଢ଼ ଆଶା ପୋଷଣ କରିଛନ୍ତି। ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ରୁଷିଆ ଭେଟ ହୋଇଥିଲା। ଏହି ମ୍ୟାଚରେ ଭାରତ ୧୦-୦ ଗୋଲରେ ରୁଷିଆକୁ ପରାସ୍ତ କରିଥିଲା। ରୁଷିଆ ଉଜ୍‌ବେକିସ୍ତାନକୁ ୧୨-୧ ଗୋଲରେ ଏବଂ ପୋଲାଣ୍ଡକୁ ୩-୨ ଗୋଲରେ ହରାଇଥିବାବେଳେ ଦକ୍ଷିଣ ଆଫ୍ରିକାଠାରୁ ୧-୨ ଗୋଲରେ ପରାଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାମିଙ୍କୁ ନେଇ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ,୫।୧୦: ଦଳକୁ କେବେ ଫେରିବେ ମହମ୍ମଦ ଶାମି, ଏହା ଉପରେ କ୍ରିକେଟ ପ୍ରଶଂସକଙ୍କ ନଜର। କାରଣ ଆସନ୍ତା ମାସ ଭାରତୀୟ ଟିମ୍‌ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ।...

ହାତରେ ନୂଆ ଟାଟୁ କଲେ ରିଙ୍କୁ ସିଂ: ୫ ଛକା ସହ ଅଛି କନେକ୍ସନ

ନୂଆଦିଲ୍ଲୀ,୫।୧୦: ନିକଟରେ ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ହାତରେ ଏକ ଟାଟୁ କରିଛନ୍ତି। ଏହି ଟାଟୁରେ ସେ ‘ଗଡ୍‌ସ ପ୍ଲାନ୍‌’ ଲେଖିଛନ୍ତି। ରିଙ୍କୁ...

ବୀରେନ୍ଦ୍ର ସେହଓ୍ବାଗଙ୍କୁ କିଏ ଡ୍ରେସିଂ ରୁମରେ ପିଟିଥିଲେ, କଲାର ଧରି…

ନୂଆଦିଲ୍ଲୀ,୫।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହୱାଗ ସବୁ ସମୟରେ ସବୁଠାରୁ ବିପଜ୍ଜନକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିବେଚିତ ହୋଇଛନ୍ତି। ସବୁବେଳେ ପଡ଼ିଆରେ ରିସ୍କ...

କୋହଲି ନୁହନ୍ତି, ମଇଦାନରେ ଟିମ୍‌ ଇଣ୍ଡିଆର ଏହି ଖେଳାଳି ସ୍ଲେଜିଂ ମାଷ୍ଟର; ଗୁମର ଖୋଲିଲେ ଅଷ୍ଟ୍ରେଲୀୟ…

ନୂଆଦିଲ୍ଲୀ,୫।୧୦: ବିଗତ କିଛି ବର୍ଷ ମଧ୍ୟରେ ଭାରତ-ଅଷ୍ଟ୍ରେଲିଆ କ୍ରିକେଟରେ ପ୍ରତିଦ୍ୱନ୍ଦ୍ୱିତା ରୋମାଞ୍ଚର ଖୋରାକ ଯୋଗାଉଛି। ଖେଳର ତିନୋଟି ଫର୍ମାଟରେ ଉଭୟ ଟିମ୍‌ ବିଶ୍ୱର ଶ୍ରେଷ୍ଠ କ୍ରିକେଟ...

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ: ସବୁଠୁ ବଡ଼ ପରାଜୟ

ନୂଆଦିଲ୍ଲୀ,୫।୧୦:ମହିଳା ଟି-୨୦ ବିଶ୍ୱକପ ୨୦୨୪ର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ନ୍ୟୁଜିଲାଣ୍ଡ ଭାରତକୁ ୫୮ ରନରେ ପରାସ୍ତ କରିଛି। ଏହି ପରାଜୟ...

ଲାଇଭ୍‌ ମ୍ୟାଚ୍‌ ସମୟରେ ରାଗିଗଲେ ଅଧିନାୟକ: ଅମ୍ପାୟାରଙ୍କ ସହ କଲେ ଝଗଡ଼ା

ନୂଆଦିଲ୍ଲୀ,୫।୧୦:ମହିଳା ଟି-୨୦ ବିଶ୍ୱକପରେ ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚରେ ଏକ ମଜାଦାର ଘଟଣା ଘଟିଛି। ଭାରତୀୟ ଅଧିନାୟକ ହରମାନପ୍ରୀତ କୌର ଅମ୍ପାୟାରଙ୍କ ସହ ଝଗଡା କରିଥିଲେ।...

ସର୍ଭେରେ ଖୁଲାସା: ଧୋନୀଙ୍କ ସିଏସ୍‌କେ ନା ରୋହିତଙ୍କ ଏମ୍‌ଆଇ, ଜାଣନ୍ତୁ କିଏ ଆଇପିଏଲର ସବୁଠାରୁ ଲୋକପ୍ରିୟ ଟିମ୍‌

ନୂଆଦିଲ୍ଲୀ,୫।୧୦: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ, ପ୍ରତ୍ୟେକ ଦଳର ପ୍ରଶଂସକମାନେ ସେମାନଙ୍କ ଦଳକୁ ସବୁଠାରୁ ଲୋକପ୍ରିୟ ବୋଲି ବିବେଚନା କରନ୍ତି, କିନ୍ତୁ ନିକଟରେ ହୋଇଥିବା ଏକ...

ମହିଳା ଟି ୨୦ ବିଶ୍ୱକପରେ ଦୁର୍ଘଟଣା, ଗୁରୁତର ଆହତ ହେଲେ ଖେଳାଳି

ନୂଆଦିଲ୍ଲୀ,୫।୧୦: ଶୁକ୍ରବାର ୱେଷ୍ଟଇଣ୍ଡିଜ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଆଇସିସି ମହିଳା ଟି -୨୦ ବିଶ୍ୱକପ୍ର ତୃତୀୟ ମ୍ୟାଚରେ ଏକ ଦୁର୍ଘଟଣା ଘଟିଛି। ଦକ୍ଷିଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri