କଶ୍ମୀର ନିଷ୍ପତ୍ତି ସମ୍ପର୍କରେ ପୁଟିନଙ୍କୁ ଜଣାଇଲେ ମୋଦି: ମିଥ୍ୟା ପ୍ରସାର କରୁଛି ପାକ୍‌

ଭ୍ଲାଡିଭୋଷ୍ଟକ୍‌,୫ା୯: ଜମ୍ମୁ-କଶ୍ମୀର ମାମଲାରେ ହସ୍ତକ୍ଷେପ କରିବା ପାଇଁ ପାକିସ୍ତାନର ଅନୁରୋଧକୁ ରୁଷିଆ ପ୍ରତ୍ୟାଖ୍ୟାନ କରିଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଶ୍ମୀର ପ୍ରସଙ୍ଗରେ ଇସ୍‌ଲାମାବାଦ ମିଥ୍ୟା ଏବଂ ବିଭ୍ରାନ୍ତିକର ତଥ୍ୟ ପ୍ରସାର କରୁଥିବା ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି।
ଦୁଇଦିନିଆ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ବୁଧବାର ପୁଟିନଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଅବସରରେ ସେ କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତି ସମ୍ପର୍କିତ ବାସ୍ତବତା ସମ୍ପର୍କରେ ପୁଟିନଙ୍କୁ ଅବଗତ କରାଇଥିଲେ ବୋଲି ବହିର୍ବ୍ୟାପାର ସଚିବ ବିଜୟ ଗୋଖ୍‌ଲେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କୌଣସି ଦେଶର ଆଭ୍ୟନ୍ତରୀଣ ମାମଲାରେ ବାହ୍ୟ ହସ୍ତକ୍ଷେପକୁ ଉଭୟ ଭାରତ ଓ ରୁଷିଆ ବିରୋଧ କରନ୍ତି ବୋଲି ଗଣମାଧ୍ୟମକୁ ଦୁଇନେତା କହିଥିଲେ। ଭାରତ-ପାକ୍‌ ସମ୍ପର୍କ ଉପରେ ନୂଆଦିଲ୍ଲୀର ଆଭିମୁଖ୍ୟକୁ ରୁଷିଆ ଦୃଢ଼ ସମର୍ଥନ କରୁଥିବା ଗୋଖ୍‌ଲେ ସୂଚନା ଦେଇଛନ୍ତି। ମୋଦି ଓ ପୁଟିନ୍‌ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂଆ ଶିଖରକୁ ନେବା ଲାଗି ରାଜି ହୋଇଛନ୍ତି। ଆସନ୍ତାବର୍ଷ ମେ’ରେ ରୁଷିଆ ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟର ୭୫ତମ ବାର୍ଷିକୀ ପାଳନ କରିବାକୁ ଯାଉଥିବାବେଳେ ଏଥିରେ ଯୋଗଦେବା ପାଇଁ ମୋଦିଙ୍କୁ ରାଷ୍ଟ୍ରପତି ପୁଟିନ ଆମନ୍ତ୍ରଣ କରିଛନ୍ତି।
ସହାୟତାରେ ଭାରତ ଆଣବିକ ଇନ୍ଧନ ପ୍ରସ୍ତୁତ କରିପାରେ। ପ୍ରଧାନମନ୍ତ୍ରୀ ଏନେଇ ରୁଷିଆ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଭାରତରେ ମିଳିତ ଭାବେ ଆଣବିକ ଇନ୍ଧନ ଉତ୍ପାଦନ କରିବାର ସମ୍ଭାବନା ସମ୍ପର୍କରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ଏନେଇ ବୁଧବାର ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ରୁଷିଆ ଆଣବିକ କମ୍ପାନୀ ରୋସାଟମ୍‌ ସହଯୋଗରେ ଭାରତ କୁଦନକୁଲମ ଆଣବିକ ପ୍ଲାଣ୍ଟ ନିର୍ମାଣ କରିଛି। ଏହାର ପ୍ରଥମ ଦୁଇଟି ୟୁନିଟରୁ ଉତ୍ପାଦନ ଜାରି ରହିଥିବାବେଳେ ତୃତୀୟ ଓ ଚତୁର୍ଥ ୟୁନିଟ ନିର୍ମାଣ କାର୍ଯ୍ୟ ଚାଲିଛି। ରୁଷିଆ କମ୍ପାନୀ ସହଯୋଗରେ ୨୦ ବର୍ଷ ମଧ୍ୟରେ ଭାରତରେ ଏଭଳି ୧୨ଟି ୟୁନିଟ ନିର୍ମାଣ କରାଯିବ ବୋଲି ପୁଟିନ୍‌ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ରୁଷିଆ ସହିତ ବିଭିନ୍ନ କ୍ଷେତ୍ରରେ ୧୫ଟି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଉଭୟ ସହମତ ହୋଇଛନ୍ତି। ରୁଷିଆ ସେନାବାହିନୀ ପାଇଁ ଯନ୍ତ୍ରାଂଶ ନିର୍ମାଣରେ ଭାରତ ସହାୟତା ଯୋଗାଇଦେବ। ସେହିପରି ଦୃଶ୍ୟଶ୍ରାବ୍ୟ ଯନ୍ତ୍ରାଂଶ ପ୍ରସ୍ତୁତି ଲାଗି ଦୁଇଦେଶ ମଧ୍ୟରେ ରାଜିନାମା ହୋଇଛି। ଏହାବ୍ୟତୀତ ସଡକ ପରିବହନ, ଚେନ୍ନାଇ ଓ ଭ୍ଲାଡିଭୋଷ୍ଟମ୍‌ ବନ୍ଦର ମଧ୍ୟରେ ଜାହାଜ ଚଳାଚଳ, ପରିବହନ କ୍ଷେତ୍ରରେ ପ୍ରାକୃତିକ ଗ୍ୟାସ୍‌ର ବ୍ୟବହାର, ତୈଳ ଓ ଗ୍ୟାସ ସେକ୍ଟରରେ ସହଯୋଗ, ରୁଷିଆରେ କୋକିଂ କୋଲ୍‌ ମାଇନିଂ ପ୍ରକଳ୍ପ କାର୍ଯ୍ୟକାରିତାରେ ସହଯୋଗ ଆଦି ନେଇ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଳିଦାନ ଦେବା, ନିଜ ଜୀବନ ଦେବା ଏକ ମୁସଲମାନର ଗର୍ବ … ତାଲିବାନକୁ କାହିଁକି ଚ୍ୟାଲେଞ୍ଜ କରୁଛି ପାକିସ୍ତାନୀ ସେନା ?

ନୂଆଦିଲ୍ଲୀ,୨୭ା୧୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଲମ୍ବା ସମୟ ଧରି ତିକ୍ତତାପୂର୍ଣ୍ଣ ରହିଥିଲା ବେଳେ ନିକଟରେ ଏହା ଆହୁରି ବିଗିବାରେ ଲାଗିଛି। ଆଫଗାନିସ୍ତାନରେ ପାକିସ୍ତାନ...

ଗାଜାରେ ଥମୁନି ଇସ୍ରାଏଲର ଆକ୍ରମଣ, ଏୟାରଷ୍ଟ୍ରାଇକରେ ୫ ଖବରଦାତାଙ୍କ ମୃତ୍ୟୁ

ଗାଜା ସିଟି,୨୭।୧୨: ମଧ୍ୟ ପୂର୍ବରେ ଅସ୍ତ୍ରବିରତି ଉଲ୍ଲଂଘନ ଉଦ୍ୟମ ମଧ୍ୟରେ ବୁଧବାର ରାତିରେ ଗାଜା ଅଞ୍ଚଳର ଏକ ଡାକ୍ତରଖାନା ବାହାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୫ଜଣ...

ଟ୍ରମ୍ପ ଆସୁ ଆସୁ ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଲାଣି ଆମେରିକା, ରୁଷିଆ ଦେଲା ଖୋଲା ଧମକ

ଓ୍ବାଶିଂଟନ/ମସ୍କୋ,୨୭।୧୨: ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ଆମେରିକା ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଛି। ଏହି ସମୟରେ ରୁଷିଆ ଆମେରିକାକୁ ଚେତାବନୀ ଦେଇଛି। ମସ୍କୋ ଏହାର...

ମୃତ୍ୟୁ ଛୁଇଁ ଦେଇ ଚାଲିଗଲା, ବର୍ତ୍ତିଗଲେ WHO ମୁଖ୍ୟ

ସାନା,୨୭।୧୨: ୟେମେନରୁ ଏକ ବଡ ଖବର ଆସିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମଙ୍କ ଉପରେ ଭୟଙ୍କର ଆକ୍ରମଣ ହୋଇଛି। କିନ୍ତୁ ସେ...

ମନମୋହନ ସିଂଙ୍କ ଦେହାନ୍ତରେ ପାକିସ୍ତାନର ଆସିଲା ପ୍ରଥମ ପ୍ରତିକ୍ରିୟା

ଇସଲାମାବାଦ,୨୭।୧୨: ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ନେତା ଫୱାଦ ଚୌଧରୀ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।...

ମନମୋହନଙ୍କ ପରଲୋକରେ ଭାଙ୍ଗିପଡ଼ିଲା ଆମେରିକା

ନୂଆଦିଲ୍ଲୀ,୨୭୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି। ମନମୋହନ ଏକାଧାରରେ ଜଣେ ରାଜନେତା, ଅର୍ଥନୀତିଜ୍ଞ ଏବଂ ପ୍ରଶାସକ।ସବୁ ଦଳର ନେତାଙ୍କ ସହ...

ପାକିସ୍ତାନର ଏହି ଗାଁରେ ଜନ୍ମ ନେଇଥିଲେ ମନମୋହନ, ଏବେ ତାଙ୍କ ନାମରେ ନିର୍ମାଣ ହୋଇଛି ସ୍କୁଲ; ପ୍ରଧାନମନ୍ତ୍ରୀ ହେବା ପରେ…

ନୂଆଦିଲ୍ଲୀ,୨୬।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ୯୨ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ରାତିରେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀ...

ଜୀବନ୍ତ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ, ମାତ୍ର କିଛି ମାସ ମଧ୍ୟରେ ଜନ୍ମନେବ ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି, ଛୁଇଁପାରିବନି କୌଣସି ରୋଗ!

ବ୍ରାସିଲିଆ,୨୬।୧୨: ୨୦୨୪ ବର୍ଷ ଶେଷ ପାଇଁ କେବଳ ୫ଦିନ ବାକି ଅଛି ଏବଂ ସମଗ୍ର ବିଶ୍ୱରେ ଲୋକମାନେ ନୂତନ ବର୍ଷର ଆଗମନକୁ ଅପେକ୍ଷା କରି ରହିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri