ଶ୍ରୀନଗର,୧୫।୮: ଶେର-ଇ-କଶ୍ମୀର ଷ୍ଟାଡିୟମରେ ୭୩ତମ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ସମୟରେ ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି କଶ୍ମୀର ପଣ୍ଡିତଙ୍କ ବିନା ଜମ୍ମୁ-କଶ୍ମୀର ସମ୍ପୂର୍ଣ୍ଣ ନୁହେଁ। ପ୍ରଶାସନ ଏମାନଙ୍କର ଘରବାହୁଡା ଓ ଥଇଥାନର ପ୍ରତିଶ୍ରୁତି ଦେଇଛନ୍ତି। ଏହା କେବଳ ମଧ୍ୟସ୍ଥତା ଏବଂ ଉପତ୍ୟକାବାସୀଙ୍କ ସହଯୋଗ ବୋଲି ସେ କହିଛନ୍ତି। ତେବେ ସ୍ବାଧୀନତା ଦିବସ ଅବସରରେ ଯେଉଁମାନେ ଅମରନାଥ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କୁ ସାହାଯ୍ୟ କରିଛନ୍ତି ସେମିତି କଶ୍ମୀର ଜନତାଙ୍କୁ ମଲିକ ଧନ୍ୟବାଦ ଦେଇଛନ୍ତି। ଘରୋଇ ସଂସ୍ଥାରେ ୬ହଜାର ପଦବୀ ଖାଲିଥିବା ବେଳେ କେବଳ କଶ୍ମୀର ପଣ୍ଡିତଙ୍କ ପାଇଁ ୩ ହଜାର ପଦବୀ ରଖାଯିବ । ଏହା ଖୁବ୍ଶୀଘ୍ର ପୂରଣ ମଧ୍ୟ ହେବ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ସେ ଐତିହାସିକ ପଦକ୍ଷେପ ବୋଲି ମତ ରଖିଛନ୍ତି।