ଓ୍ବାଶିଂଟନ,୯ା୧୨: ଜମ୍ମୁ-କଶ୍ମୀରରେ ଯୋଗାଯୋଗ ଉପରେ ଲାଗୁ ହୋଇଥିବା କଟକଣା ତୁରନ୍ତ ହଟାଇବା ସହ ଧର୍ମୀୟ ସ୍ବାଧୀନତା ବଜାୟ ରଖିବା ପାଇଁ ଭାରତକୁ ଅନୁରୋଧ କରିବା ନିମନ୍ତେ ଆମେରିକା କଂଗ୍ରେସରେ ଏକ ପ୍ରସ୍ତାବ ଆଗତ ହୋଇଛି। ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟା ପ୍ରମିଳା ଜୟପାଲ ଏହି ପ୍ରସ୍ତାବ ଆଣିଥିଲେ ଓ ରିପବ୍ଲିକାନ ସଦସ୍ୟ ଷ୍ଟିଭ୍ ଓ୍ବାଟକିନ୍ସ ଏହାକୁ ସମର୍ଥନ କରିଛନ୍ତି। ଆମେରିକା ପ୍ରତିନିଧି ସଭାର ଏଭଳି ଉଦ୍ୟମକୁ କଂଗ୍ରେସ ନେତା ଶଶୀ ଥରୁର ପ୍ରଶଂସା କରିଥିବାବେଳେ ଭାଜପା ତାଙ୍କୁ ସମାଲୋଚନା କରିଛି।