କଷ୍ଟ ସମୟ

ସମ୍ପାଦକୀୟ/ତଥାଗତ ସତପଥୀ
ଗଣତନ୍ତ୍ର ଉପରେ ଯେତେବେଳେ ଚାପ ବୃଦ୍ଧି ପାଉଛି, ସେତେବେଳେ ଗଣମାଧ୍ୟମର ଗୁରୁତ୍ୱ ମଧ୍ୟ ବଢୁଛି। ଏହା ସତ୍ୟ ଯେ, ୧୯୪୭ ମସିହାଠାରୁ ଆଜି ପର୍ଯ୍ୟନ୍ତ ଭାରତ ସଫଳତାର ସହ ଗଣତାନ୍ତ୍ରିକ ଦେଶ ଭାବେ ପରିଚିତ ହୋଇଆସୁଛି। ସେହି ସମୟରୁ ଜନସଂଖ୍ୟା ଓ ତା’ ସହ ତାଳମିଳାଇ ଦାରିଦ୍ର୍ୟ ବୃଦ୍ଧି ପାଉଥିବାରୁ ସରକାରୀ ଲଲିପପ୍‌ ସାଧାରଣ ଲୋକଙ୍କ ପାଇଁ ଅତ୍ୟଧିକ ଗୁରୁତ୍ୱ ବହନ କଲାଣି। ୫ବର୍ଷରେ ଥରେ ଭୋଟ ଦେଇ ଯଦି ବସିଖାଇବାର ସୁଯୋଗ ମିଳେ, ତେବେ ତାହା ଭାରତୀୟଙ୍କ ପାଇଁ ଅତ୍ୟନ୍ତ ସ୍ବାଗତଯୋଗ୍ୟ ହେଉଛି। ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ପରସ୍ପରକୁ ସମାଲୋଚନା କରୁଥାଇପାରନ୍ତି, କିନ୍ତୁ ଆଜି ଦେଶବ୍ୟାପୀ ସବୁ ଦଳର ଗୋଟିଏ ଲକ୍ଷ୍ୟ- ଭୋଟ୍‌ରେ ଜିତିବା। ସେଥିପାଇଁ କୌଣସି ଦୀର୍ଘମିଆଦୀ ପ୍ରଭାବ ପକାଇବା ଭଳି ଅର୍ଥନୈତିକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଇବାକୁ କେହି ମନ ବଳାଉନାହିଁ। କଂଗ୍ରେସ ଯେତେବେଳେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଆରମ୍ଭ କଲା, ତାହାକୁ ଭାଜପା ତାଚ୍ଛଲ୍ୟ କରୁଥିଲା। ହେଲେ କ୍ଷମତାକୁ ଆସିବା ପରେ ଭାଜପା ସେହି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ଖୁସିରେ ଆପଣାଇ ନେଲା। କଂଗ୍ରେସ ବୁଦ୍ଧିରେ ଜନ୍ମିତ ଆଧାର କାର୍ଡକୁ କାର୍ଯ୍ୟକାରୀ କରାଇବା ପାଇଁ ମନମୋହନ ସିଂଙ୍କ ସରକାର ନୈତିକ ବଳର ଅଭାବ ହେବା ସହିତ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ଲାଗୁ କରିବାର ଦୃଢ଼ତା ଦେଖାଇ ନ ଥିଲା। ସେହି ଚିନ୍ତାଧାରାରେ କୌଣସି ପରିବର୍ତ୍ତନ ଆଣିବା ସ୍ଥଳେ, ଆଜିର ଭାଜପା ସରକାର ତାହାକୁ ଅଧିକ ତ୍ୱରାନ୍ବିତ କରିଦେଲା। ଆଜି ପର୍ଯ୍ୟନ୍ତ ସେହି ଜିଏସ୍‌ଟି ଫର୍ମ ପୂରଣ କରିବାକୁ କ୍ଷୁଦ୍ର ବ୍ୟବସାୟୀ ହଇରାଣ ହେଉଥିବାବେଳେ ଆଧାର କାର୍ଡ ସଂଯୋଗ କରାଇ ନ ପାରି ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରୁ ଅନେକ ନାଗରିକ ବଞ୍ଚତ୍ତ ହେଉଛନ୍ତି। କେବଳ ଏତିକି ନୁହେଁ, ଏଭଳି ପ୍ରାୟ ସବୁ କାର୍ଯ୍ୟକ୍ରମକୁ ଦେଖିଲେ ନୂତନ ଚିନ୍ତାଧାରା କାହାରି ପାଖରେ ଜନ୍ମୁନାହିଁ। ନିଜସ୍ବ କାର୍ଯ୍ୟକ୍ରମ ଭାବେ ଯଦି ଦେଖାଯାଏ, ତେବେ ଭାଜପାର ବାହାଦୁରି ବିମୁଦ୍ରୀକରଣ। କଳାଧନ ଲୋପପାଇବା ଦୂରେ ଥାଉ, ସେହି ଗୋଟିଏ ରାଜନୈତିକ ପଦକ୍ଷେପ ଦେଶର ଅର୍ଥନୀତିକୁ ଭୁଶୁଡ଼ାଇ ଦେଇଛି।
ଏହା ସତ୍ୟ ଯେ, ଆଜି ଭାରତର ଗଣମାଧ୍ୟମ ଉପରେ ପ୍ରବଳ ଅର୍ଥନୈତିକ ଚାପ ପଡୁଛି। ପ୍ରତ୍ୟେକ ଖବରକାଗଜ ଏବଂ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମର ବ୍ୟବହାର ଉପରେ କଡ଼ା ନଜର ରଖାଯାଉଛି। ଏପରି କି ସରକାରୀ କର୍ମଚାରୀଙ୍କ ଦ୍ୱାରା ସିଧାସଳଖ ଧମକ ମଧ୍ୟ ଦେଶବ୍ୟାପୀ ଗଣମାଧ୍ୟମ ଉପରେ ଦିଆଯାଉଛି। ‘ରାଜସ୍ଥାନ ପତ୍ରିକା’ ନାମକ ଏକ ବୃହତ୍‌ ହିନ୍ଦୀ ଖବରକାଗଜର ଉଦାହରଣ ଅନ୍ୟତମ। ‘ଧରିତ୍ରୀ’ ଭଳି ସେହି କାଗଜର ବିଜ୍ଞାପନକୁ ବନ୍ଦ କରି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ପିସିଆଇ)ର ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିବାରୁ ‘ରାଜସ୍ଥାନ ପତ୍ରିକା’କୁ କିଛିଟା ବିଜ୍ଞାପନ ମିଳୁଛି। ସେହି ଖବରକାଗଜକୁ ବାରମ୍ବାର ତାଗିଦ ହେଉଥିବା ବିଷୟ ତାହାର ଓକିଲ ପିସିଆଇକୁ ଜଣାଇଥିଲେ। ଯୁକ୍ତି ବାଢ଼ି ଓକିଲ କହିଥିଲେ ଯେ, ରାଜ୍ୟର ତତ୍କାଳୀନ ଭାଜପା ସରକାର ସମେତ କେନ୍ଦ୍ରର ଭାଜପା ସରକାରର ବୁକ୍‌ଚାବୁହା ନ ହେବାରୁ ଆର୍ଥିକ ଚାପ ପକାଇବାକୁ ସର୍ବୋଚ୍ଚ କାର୍ଯ୍ୟାଳୟରୁ ଅଲିଖିତ ନିର୍ଦ୍ଦେଶ ଥିଲା। କେବଳ ‘ରାଜସ୍ଥାନ ପତ୍ରିକା’ ନୁହେଁ, ଭାରତର ଅନେକ ଜାତୀୟ ସ୍ତରର ଇଂଲିଶ ଓ ଅନ୍ୟ ଆଞ୍ଚଳିକ ଭାଷାର ଗଣମାଧ୍ୟମ ଉପରେ ଏହିଭଳି ଚାପ ପଡ଼ୁଛି।
ଅର୍ଥନୀତି ଯେତେବେଳେ ଦୁର୍ବଳ ହେଉଛି, ସେତେବେଳେ ସାଧାରଣ ଗରିବ ନାଗରିକର ମନରେ ଉଲ୍ଲାସ ଜନ୍ମ ନେଉଛି। ସେହି ଗରିବ ଭାରତୀୟ ଭାବୁଛି ଯେ, ଅନ୍ୟମାନେ ତା’ଭଳି କଷ୍ଟ ପାଇବା ଦରକାର। କିନ୍ତୁ ଦେଶର ଭବିଷ୍ୟତକୁ ଭାବିଲେ ଜନସାଧାରଣଙ୍କ ନିର୍ଭରଶୀଳତା ସରକାରୀ ଯୋଜନା ଉପରେ ଯେତେ ବୃଦ୍ଧି ପାଇବ, ଭାରତର ଭବିଷ୍ୟତ ସେତିକି ଅନ୍ଧକାରମୟ ହେବ। ଇଂଲିଶରେ ଢଗ ଅଛି ଯାହାର ଅର୍ଥ ହେଲା ‘ଆମର ବର୍ତ୍ତମାନ ପୂର୍ବପୁରୁଷଙ୍କ ଗତକାଲିଠାରୁ ଆସିନାହିଁ। ବରଂ ଆମର ଆଜିକୁ ଭବିଷ୍ୟତ ପିଢ଼ିଠାରୁ ଧାର ମାଗି ଆଣିଛୁ।’ ଏଥିରୁ ବୁଝିବାକୁ ହେବ ଯେ, ଆସନ୍ତାକାଲି ପିଢ଼ିର ଆର୍ଥିକ ସ୍ବଚ୍ଛଳତା ଆଣିବାକୁ ହେଲେ ପ୍ରତ୍ୟେକ ଭାରତୀୟଙ୍କୁ ସରକାର ପରିବର୍ତ୍ତେ ନିଜର ବୁଦ୍ଧି ଓ ପରିଶ୍ରମରେ ସ୍ବାବଲମ୍ବୀ ହେବାକୁ ପଡ଼ିବ। ଏକ ସୁସ୍ଥ ଆଧୁନିକ ଗଣତାନ୍ତ୍ରିକ ସରକାର ନାଗରିକର ଏହି ମନୋଭାବ ବୃଦ୍ଧି କରାଇ ସହଯୋଗ କରିବା ଉଚିତ ହୁଅନ୍ତା। ପୃଥିବୀର ଅବିକଶିତ ଦେଶଗୁଡ଼ିକରେ ସେହି ଦିଗରେ କାର୍ଯ୍ୟ କରାଯାଉଥିବା ବେଳେ ଭାରତରେ ଏହାର ଓଲଟା ଲକ୍ଷଣ ପରିଲକ୍ଷିତ ହେଉଛି। ଏହାର ଅନେକ ମୂଳ କାରଣ ଥିବାବେଳେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ଉଲ୍ଲେଖ କରାଯାଇପାରେ। ଆମ ଦେଶର ଭୋଟର ବିଭିନ୍ନ ଚକ୍‌ମା ଦେଖି ଭୋଟ ଦେଉଥିବାବେଳେ କେହି ରାଜନେତାଙ୍କୁ ସ୍ପଷ୍ଟ ଅର୍ଥନୈତିକ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶ୍ନ କରିବାକୁ ଚିନ୍ତା କରୁନାହାନ୍ତି। ଫଳରେ ବିଗତ କେତୋଟି ନିର୍ବାଚନକୁ ଦେଖିଲେ ଯୋଜନା ସମ୍ପର୍କରେ ଉଲ୍ଲେଖ କରିବା ଛଡ଼ା ରାଜନୈତିକ ଦଳଗୁଡ଼ିକ ଅର୍ଥନୀତି ସମ୍ପର୍କରେ କାଣି ଆଙ୍ଗୁଠିଟିଏ ଉଠାଉନାହାନ୍ତି।
ଧରିତ୍ରୀର ୪୬ତମ ଜନ୍ମଦିବସରେ ଆମର ପାଠିକାପାଠକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ସେମାନଙ୍କ ସମସ୍ତଙ୍କ ବ୍ୟକ୍ତିଗତ ଓ ଅର୍ଥନୈତିକ ଉନ୍ନତି କାମନା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri