କାଖରେ ଶିଶୁ, ମୁଣ୍ଡରେ ବୋଝ : ଏମିତି ବିତୁଛି ଜୀବନ

କେନ୍ଦୁଝର, ୧୮ା୭ (ସ୍ବ.ପ୍ର.)-କେନ୍ଦୁଝର ସହରକୁ ଦୈନିକ ବହୁ ସଂଖ୍ୟାରେ ବନବାସୀ ବିଭିନ୍ନ ପ୍ରକାର ପନିପରିବା, ବନଜାତ ଦ୍ରବ୍ୟ ଧରି ବିକିବାକୁ ଆସିଥାନ୍ତି। ବିକିବା ପରେ ମିଳୁଥିବା ପଇସାରେ ତେଲଲୁଣ କିଣି ଘରକୁ ଫେରନ୍ତି। ଘରେ ସୁବିଧା ନ ଥିବାରୁ କ୍ଷୀର ଖାଉଥିବା ଶିଶୁଙ୍କୁ ଛାଡି ସେମାନେ ଆସିପାରନ୍ତି ନାହିଁ ା ଏଣୁ ମୁଣ୍ଡରେ ଓଜନଦାର କାଠ, ଦାନ୍ତକାଠିର ବୋଝ ଧରିଥିବା ବେଳେ କାଖରେ ଅସୁରକ୍ଷିତ ଅବସ୍ଥାରେ ନିଜର କୋମଳମତୀ ଶିଶୁମାନଙ୍କୁ ବୋହି ଆସିବାକୁ ବାଧ୍ୟ ହୋଇଥାନ୍ତି। ଶିଶୁକୁ ଲୁଗାରେ ବାନ୍ଧି କାଖରେ ଝୁଲାଇ ଆଣିଥାନ୍ତି। ଏହାକୁ ନେଇ ଅନେକ ସମୟରେ ବିତର୍କ ହୋଇଥାଏ ା କିନ୍ତୁ ସେମାନଙ୍କୁ ଗ୍ରାମରେ କାମଧନ୍ଦା ମିଳୁ ନ ଥିବାରୁ ଏଭଳି କଠିନ କାମ କରିବାକୁ ସେମାନେ ବାଧ୍ୟ ହୋଇଥାନ୍ତି।
ମୁଣ୍ଡରେ ବୋଝ ବା କାଠ ଧରି ବହୁ ବାଟ ଚାଲିଚାଲି ଆସନ୍ତି। ପୁଣି ଅଧାବାଟରୁ ଗାଡିରେ ଆସିଥାନ୍ତି। ଆଣିଥିବା ସାମଗ୍ରୀ ବିକିବା ପାଇଁ ଅନେକ ସମୟରେ ଭୋକିଲା ଶୋଷିଲା ଦିନତମାମ ରହିବାକୁ ପଡୁଛି ା ଫଳରେ ଖାଦ୍ୟ ଅଭାବ ସହିତ ଖରାବର୍ଷା ଯୋଗୁ ମା’ ଓ ଶିଶୁଙ୍କ ଅବସ୍ଥା ସଙ୍କଟରେ ପଡିଥାଏ। ଏଣୁ ଏଥିପାଇଁ ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଏଭଳି ଶିଶୁମାନଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଗଲେ କିଛିଟା କଷ୍ଟ ଲାଘବ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି। ଡିଏମ୍‌ଏଫ୍‌ରେ ବହୁ ଅର୍ଥ ଅଛି ା ଏଣୁ ଏହି ଅର୍ଥରେ କେନ୍ଦୁଝର ସହର ବ୍ୟତୀତ ବିଭିନ୍ନ ବ୍ଲକ ମୁଖ୍ୟାଳୟରେ କ୍ରେଚ ବ୍ୟବସ୍ଥା କରାଗଲେ ଅନୂ୍ୟନ ଏଭଳି ଅସହାୟ ମା’ମାନେ ସେମାନଙ୍କ ଶିଶୁଙ୍କୁ ସୁରକ୍ଷିତ ସ୍ଥାନରେ ଛାଡି ଆସିପାରନ୍ତେ ବୋଲି ସାମାଜିକ କର୍ମୀ ସୁବ୍ରତ ମହାନ୍ତି କହିଛନ୍ତି। ଅନ୍ୟପକ୍ଷରେ କାଠ, ଦାନ୍ତକାଠି ଆଣିବା ଦ୍ୱାରା ଜଙ୍ଗଲ ଓ ପରିବେଶ ନଷ୍ଟ ହେଉଥିବାରୁ ସେମାନଙ୍କୁ ସଚେତନ କରି ଗ୍ରାମରେ ଏମ୍‌ଜିଏନ୍‌ଆରଇଜିଏସ କିମ୍ବା ଅନ୍ୟ ଯୋଜନାରେ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରାଗଲେ ସେମାନଙ୍କୁ ସହର ବା ବଜାରକୁ ଆସିବାକୁ ପଡିବ ନାହିଁ ବୋଲି ଅବସରପ୍ରାପ୍ତ କେନ୍ଦ୍ର ସରକାରଙ୍କ କ୍ଷେତ୍ରପ୍ରଚାର ଅଧିକାରୀ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri