Posted inଭଦ୍ରକ

କାଗଜକଲମରେ ସଚେତନତା କାର୍ଯ୍ୟକ୍ରମ: ଏଡ୍‌ସ ରୋଗୀଙ୍କ ସଂଖ୍ୟା ବଢୁଛି

ଭଦ୍ରକ ଅଫିସ, ୧।୧୨- ଭଦ୍ରକ ଜିଲାରେ ଏଡ୍‌ସ ନିରାକରଣ ପାଇଁ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ଠିକ୍‌ ଭାବେ ରୂପାୟନ ହୋଇପାରୁ ନାହିଁ। ରୋଗୀଙ୍କ ଥଇଥାନ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କାଗଜକଲମରେ ସୀମିତ ରହୁଛି। ସଚେତନତା ଅଭାବରୁ ୨୦୦୩ରେ ଜିଲାରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଥିବାବେଳେ ୨୦୧୯ରେ ଏହି ସଂଖ୍ୟା ୯୭୬ରେ ପହଞ୍ଚିଛି। ଚଳିତବର୍ଷ ନଭେମ୍ବର ସୁଦ୍ଧା ୫୬ ରୋଗୀ ଚିହ୍ନଟ ହୋଇଛନ୍ତି।
ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୪ରେ ୩୩,୯୦୯ ଜଣଙ୍କୁ କାଉନସେଲିଂ କରାଯାଇ ୩୩,୮୧୬ ଜଣଙ୍କ ରକ୍ତ ନମୁନାରୁ ୬୧ ଜଣ ଏଡ୍‌ସ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ୨୦୧୫ରେ ୫୦, ୨୦୧୬ରେ ୭୨, ୨୦୧୭ରେ ୫୨ ଏବଂ ୨୦୧୮ରେ ୪୮ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ୨୦୧୯ରେ ୩୯,୭୨୯ଙ୍କୁ କାଉନସେଲିଂ କରାଯାଇ ୩୯,୭୦୧ଙ୍କ ରକ୍ତନମୁନାରୁ ୫୬ ଜଣ ଏଡସ୍‌ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୨୦୦୩ରୁ ବର୍ତ୍ତମାନ ସୁଦ୍ଧା ବାସୁଦେବପୁର ବ୍ଲକରେ ୨୧୦, ଧାମନଗରରେ ୧୨୩, ଚାନ୍ଦବାଲିରେ ୭୬, ତିହିଡ଼ିରେ ୧୦୭, ଭଣ୍ଡାରିପୋଖରୀରେ ୩୮, ବନ୍ତରେ ୬୬, ଭଦ୍ରକରେ ୨୧୩ ଓ ଜିଲା ବାହାରୁ ୧୪୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଡ୍‌ସ ନିରାକରଣ ପାଇଁ ଜିଲା ଏଡ୍‌ସ ସେଲ୍‌ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଏ କ୍ଷେତ୍ରରେ ଜିଲା ବହୁ ପଛରେ ପଡ଼ିଛି। ଏଡ୍‌ସ ଆକ୍ରାନ୍ତ ବ୍ୟକ୍ତି, ମହିଳା ଓ ଶିଶୁଙ୍କୁ ସାମାଜିକ ନ୍ୟାୟ ଓ ସୁରକ୍ଷା ଦେବା ସହ ସରକାରୀ ଯୋଜନାରେ ସାମିଲ କରାଇ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ପର୍ଯ୍ୟାପ୍ତ ଉଦ୍ୟମ ହେଉ ନ ଥିବା ଅଭିଯୋଗ ହେଉଛି। କେତେକ ସ୍ଥାନରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସାମାଜିକ ବାସନ୍ଦର ଶିକାର ହେବାକୁ ପଡୁଛି ତ ଆଉ କେଉଁଠି ମଧୁବାବୁ ପେନ୍‌ସନ ଯୋଜନାରେ ସାମିଲ ଲାଗି ବାରମ୍ବାର ବ୍ଲକ ଅଫିସ୍‌କୁ ଧାଇଁ ହଇରାଣ ହେବାକୁ ପଡୁଛି। ଆକ୍ରାନ୍ତମାନଙ୍କୁ ସ୍ବତନ୍ତ୍ର ଆବାସ ଯୋଜନାରେ ସାମିଲ କରି ଅଗ୍ରାଧିକାର ଦେବା ସକାଶେ ସରକାରୀ ବ୍ୟବସ୍ଥା ଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ। ସେହିଭଳି ବସ୍‌ ପାସ୍‌ ବ୍ୟବସ୍ଥା, ରାଶନକାର୍ଡ ପ୍ରଦାନ, ବ୍ୟାଙ୍କରେ ଖାତା ଖୋଲାଇବା, ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଇବା, ଏଆର୍‌ଟି ସେଣ୍ଟର ଆଣି ଉପଯୁକ୍ତ ବ୍ୟବଧାନରେ ରକ୍ତ ପରୀକ୍ଷା କରାଇବା କାର୍ଯ୍ୟରେ ଅଧିକ ସମନ୍ବୟ ରକ୍ଷାର ଆବଶ୍ୟକତା ରହିଥିବା ସମାଜସେବୀମାନେ ମତବ୍ୟକ୍ତ କରିଛନ୍ତି।
ସ୍ବେଚ୍ଛାସେବୀ ସୁନାମଣି ପଣ୍ଡା କହିଛନ୍ତି, ଏଡ୍‌ସ ଆକ୍ରାନ୍ତଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇ ଥଇଥାନ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଜିଲାରେ ଥିବା ଯୌନକର୍ମୀଙ୍କୁ ଏଡ୍‌ସ ଉପରେ ସଚେତନ କରାଯାଇ ଆକ୍ରାନ୍ତଙ୍କୁ ନିୟମିତ ଔଷଧ ଦିଆଯିବା ଦରକାର। ଜିଲା ଏଡ୍‌ସ ସେଲ୍‌ କାର୍ଯ୍ୟକ୍ରମ ପ୍ରବନ୍ଧକ ଦେବବ୍ରତ ମହାପାତ୍ର ଲୋକେ ସଚେତନ ହୋଇପାରିଲେ ଏହି ରୋଗ ଅନେକାଂଶରେ ନିୟନ୍ତ୍ରଣ ହୋଇପାରନ୍ତା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଧାମନଗରରେ ୧୬୩ ଲାଗୁ

ଧାମନଗର,୧୯ା୯: ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି। ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି।...

ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ବିଷ୍ଣୁ ସେଠୀ: ମୁଖ୍ୟମନ୍ତ୍ରୀ

ତିହିଡ଼ି,୧୯ା୯: ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କ ଉଦ୍ୟମରେ କାନ୍ତକବିଙ୍କ ଲିଖିତ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତର...

ଗଣେଶ ମୂର୍ତ୍ତି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୮ ଗିରଫ

ତିହିଡ଼ି,୧୨ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ପାଳିଆବିନ୍ଧା ପଞ୍ଚାୟତ ଅଧୀନ ପାଳିଆ ଗ୍ରାମରେ ବୁଧବାର ରାତିରେ ଗଣେଶ ମେଢ଼ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ...

ସୁଭଦ୍ରା ଫର୍ମ ଫେରସ୍ତ ମାଗିବାରୁ ଅଙ୍ଗନୱାଡି ଦିଦିଙ୍କୁ ପିଟିଲେ, ଆଉ ଏବେ….

ଚାନ୍ଦବାଲି,୧୧।୯(କିଷାନ ପାତ୍ର): ସୁଭଦ୍ରା ଫର୍ମ ଫେରସ୍ତ ମାଗିବା ଘଟଣାକୁ କେନ୍ଦ୍ରକରି ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତର ବ୍ରହ୍ମଟିକ୍ରି ଅଙ୍ଗନୱାଡି କର୍ମୀ ପ୍ରୀତିରେଖା ବଳଙ୍କୁ ମାଡ଼...

ଭଦ୍ରକରେ ଚାଞ୍ଚଲ୍ୟ: ପ୍ରସବରେ ସହାୟତା କରିଥିବା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ

ଭଦ୍ରକ, ୧୦।୯(ସନାତନ ରାଉତ): ପିଲାଜନ୍ମରେ ସହାୟତା କଲେ। ମା’ ଛୁଆଙ୍କୁ ନେଇ ଭଦ୍ରକ ଓ ପରେ କଟକ ମେଡିକାଲ ନେଇଗଲେ। ମେଡିକାଲରୁ ଫେରିବା ବାଟରେ ନବଜାତ...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଭଦ୍ରକ,୯ା୯(ସନାତନ ରାଉତ): ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri