କାଣୀ ବିରାଡ଼ି ଓ କୁଜି ଅସରପା

ମମତା ଶୁକ୍ଳା
ବର୍ତ୍ତମାନ କଲେଜଗୁଡ଼ିକରେ ଆଡ୍‌ମିଶନ ଶେଷ ହୋଇ ପଢ଼ା ଆରମ୍ଭ ହୋଇଗଲାଣି। ଅସୁମାରି ସ୍ବପକୁ ନେଇ ନୂଆ ଦୁନିଆରେ ପାଦ ଥାପିବା ବେଳେ ବି ଅଜଣା ଭୟରେ ଆତଙ୍କିତ ପିଲାମାନଙ୍କ ମନ। ର଼୍ୟାଗିଂ ହିଁ ଏହି ଆତଙ୍କର ମୁଖ୍ୟ କାରଣ । ଅଳ୍ପ କିଛି ଜାଣିଲେ ବା ଅନୁଭବ କଲେ ଅନେକ କିଛି ଜାଣିଥିତ୍ବାର ଅହଂ ଏ ବୟସର ଏକ ସ୍ବଭାବସୁଲଭ ଗୁଣ। ଏହି ଗୁଣ ଯୋଗୁ ଅଭିଭାବକଙ୍କ ଉପଦେଶକୁ ଅଣଦେଖା କରିବା, ମିଛକହିବା, ନିଜକୁ ଦୋଷୀ ଭାବି ଭୟରେ ଅନେକ କିଛି ଗୋପନ ରଖିବା ଇତ୍ୟାଦି ସେମାନଙ୍କୁ ଅବାଟକୁ ନେଇଯାଏ। ଅଭିଭାବକଙ୍କ ନିଷ୍କ୍ରିୟତା ଯୋଗୁ ଠିକ୍‌ ଦଗ୍‌ଦର୍ଶନ ନ ପାଇ ଭୁଲ୍‌ ମାର୍ଗରେ ବି ପରିଚାଳିତ ହୋଇଥାନ୍ତି ସେମାନେ। ବହୁତ କିଛି ଅସାଧ୍ୟ ସାଧନ କରିପାରିବାର ଭାବନା ରଖୁଥିବା ଚଞ୍ଚଳମନ ଏବଂ ସେଇ ମାପରେ ସେମିତି କିଛି କରି ନ ପାରିବାର ହତାଶାବୋଧ କେତେକଙ୍କୁ କ୍ରୁଦ୍ଧ କରିଦିଏ ତ ଆଉ କେତେକଙ୍କୁ କରିଦିଏ ହତୋତ୍ସାହ। ଆଉ କ୍ରୁଦ୍ଧମାନେ କ୍ରୋଧ ପ୍ରଶମିତ କରିବାକୁ ପାଇଯାଆନ୍ତି ଆଧାର ହତୋତ୍ସାହମାନଙ୍କ ଚାହାଣିରୁ। ବୋଧହୁଏ ଏଇ ମାନସିକତାରୁ ର଼୍ୟାଗିଂ ସଂସ୍କୃତିର ସୃଷ୍ଟି। ପରିବାରର ସାନ୍ନିଧ୍ୟଜନିତ ଅଭାବବୋଧ ବି ଉଭୟ ଗୋଷ୍ଠୀଙ୍କ ମାନସିକତାକୁ ହଲ୍‌ଚଲ୍‌ କରିବାର ଏକ ପରୋକ୍ଷ କାରଣ ହୋଇପାରେ। ହଷ୍ଟେଲ ଜୀବନର ସତମିଛ ରାଗରୁଷା, ହାସପରିହାସ ହଷ୍ଟେଲ ପରବର୍ତ୍ତୀ ଜୀବନକୁ ସ୍ମୃତିରଞ୍ଜିତ କରିଥାଏ। କେବଳ ଆମୋଦପ୍ରମୋଦ ପାଇଁ କରାଯାଉଥିବା ନିରୋଳା କୌତୁକ ସହିତ ଜୋରଜବରଦସ୍ତ କରାଯାଉଥିବା ର଼୍ୟାଗିଂର ଭୟଙ୍କର ରୂପ କଦାପି ତୁଳନୀୟ ନୁହେଁ। ବରିଷ୍ଠ ଛାତ୍ରମାନଙ୍କର କନିଷ୍ଠମାନଙ୍କ ପ୍ରତି ଅନୁଶାସନ ସୀମା ଲଂଘନ ନ କରିବା କଥା ଏବଂ କନିଷ୍ଠମାନଙ୍କର ବରିଷ୍ଠମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନରେ ଭ୍ରାତୃସୁଲଭ ସ୍ନେହଶ୍ରଦ୍ଧା ପରିଦୃଷ୍ଟ ହେଉଥିବା ଦରକାର। ବିଭିନ୍ନ କାରଣରୁ ବେଳେବେଳେ ଏଇ ଛୋଟଛୋଟ ହସଗମାତ ଅଣାୟତ୍ତ ରୂପ ଧାରଣ କରିନେଇଥାଏ। ବଡ଼ ବଡ଼ ଅନୁଷ୍ଠାନରେ ପ୍ରତ୍ୟକ୍ଷ ତତ୍ତ୍ୱାବଧାନର ଅଭାବ ଏମାନଙ୍କୁ ସୁହାଏ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଏଇ ଦୁଇ ପ୍ରକାର ଗୋଷ୍ଠୀ ମଧ୍ୟରେ ସଂଘାତ ହେତୁ ଅନେକ ନିରୀହ ବହୁ ସମୟରେ ବଳି ପଡିଆସୁଛନ୍ତି। ପ୍ରତିବର୍ଷ କେଉଁଠି ନା କେଉଁଠି କିଛି ଛାତ୍ର ମୃତ୍ୟୁକୁ ଆଦରି ନେଉଛନ୍ତି, କିଛି ମାନସିକ ସନ୍ତୁଳନ ହରାଉଛନ୍ତି ତ ଆଉ କିଛି ଅନୁଷ୍ଠାନ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଅନେକ କଡ଼ା ଅନୁଶାସନ ତିଆରି କରି ମୁରବିମାନେ ନିଜ କର୍ତ୍ତବ୍ୟ ସଂପାଦନ କରିବା ସତ୍ତ୍ୱେ ପ୍ରତିବର୍ଷ ଏପରି ଘଟଣାମାନ ଘଟିଚାଲିଛି। ଆଉ ଆମେ ଅଭିଭାବକମାନେ ପିଲାଙ୍କୁ ବଡ଼ମଣିଷ କରିବାର ମନ ନେଇ ସେମାନଙ୍କୁ ଜୋରଜବରଦସ୍ତ ଖୁଆଡ଼ରେ ଭର୍ତ୍ତିକରି ବର୍ଷ ଗଣିବାରେ ଲାଗୁଛୁ।
ଏଇ ଦୌଡ଼ରେ କେବେ ବି ଲକ୍ଷ୍ୟ କରୁନୁ ଆମ ପିଲାର କ’ଣ ଅସୁବିଧା ହେଉଛି। ସେ ବିଷୟରେ ଚିନ୍ତା ବି କରୁନୁ। ମନକୁ ଆସିଲେ ବି ଅଣଦେଖା କରୁଛୁ। ଆଖି ଆଗକୁ ଚାଲିଆସୁଛି ଆମର ନିବେଶ ପାଣିରେ ପଡିଯିବାର ଆଶଙ୍କା କିମ୍ବା ପରିଚିତ ମହଲରେ ନୂ୍ୟନ ପଡିଯିବାର ଭୟ। ତୁଚ୍ଛା ଭ୍ରମ। ର଼୍ୟାଗିଂ କିମ୍ବା ଅନ୍ୟାନ୍ୟ ଅସୁବିଧା କଥା ପିଲାଟି ନିଶ୍ଚୟ ଜଣାଏ। କିନ୍ତୁ ଆଡ୍‌ମିଶନ ସରିଲାଣି, ଯେକୌଣସି ମତେ ଆଡ୍‌ଜଷ୍ଟ କରି ରହିବାକୁ ବାଧ୍ୟ କରି କିମ୍ବା ପାଠ ପଢିବାର ଅନିଚ୍ଛା ଯୋଗୁ ବାହାନା କରୁଛି କହି, ତା’ ଅଭିଯୋଗକୁ ଅଣଦେଖା କରନ୍ତି ଅନେକ ଅଭିଭାବକ। ଏପରି ମାଆବାପାଙ୍କୁ ଦେଖିଲେ ଭାବେ, ସତରେ କ’ଣ ଏମାନେ ଅନୁଭବ କରି ପାରନ୍ତି ନାହିଁ ତାଙ୍କ ପିଲାଟିର ପ୍ରତିଟି ରାତି କେତେ ଆତଙ୍କରେ ପାହୁଛି, ସକାଳ କେତେ କଷ୍ଟରେ ବିତୁଛି? ଏମିତି ଅବସ୍ଥାରେ ଆମେ ଅଜାଣତରେ ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁନେ ତ! ଆମେ ତାକୁ ମାନସିକ ଅବସାଦ ଆଡ଼କୁ ଠେଲି ଦେଉନେ ତ! ଆଖି ଆଗରେ ଏପରି ଘଟଣାମାନ ଦେଖିଆସୁଥିବାରୁ ମନ ଉଦ୍‌ବେଳିତ ହୁଏ। ପ୍ରତିବର୍ଷ ପରୀକ୍ଷା ଫଳ ପ୍ରକାଶ ଓ ନାମଲେଖା ପର୍ବ ଆରମ୍ଭ ହେଲାମାତ୍ରେ ମନରେ ଛନକା ପଶେ। ଏବର୍ଷ ପୁଣି କିଛି ନିରୀହ, ନିଷ୍ପାପ ଶିକାର ହେବାକୁ ଯାଉନାହାନ୍ତି ତ! ବୈଷୟିକ ଅନୁଷ୍ଠାନଗୁଡ଼ିକର ଛାତ୍ରମାନଙ୍କଠାରୁ ଶୁଣିଛି- ‘ର଼୍ୟାଗିଂ ଏକ ସାଧାରଣ ଅଲିଖିତ ନିୟମ। ଯେହେତୁ ଆମେ ସହିଛୁ, ତେଣୁ ଜୁନିୟରଙ୍କୁ ର଼୍ୟାଗିଂ କରିବା ଆମର ହକ୍‌।’ ଅର୍ଥାତ୍‌ କାଣୀ ବିରାଡ଼ିି କୁଜି ଅସରପା ଉପରେ ରଜା। ପରମ୍ପରା ପରି ଏହା ଗଡି ଚାଲିଛି। ଆମେ କ’ଣ ତା’ର ଅନ୍ତ କରିବାକୁ ଚାହୁଁନୁ! ଏମିତି ପରିସ୍ଥିତିରେ ନିଜ ସନ୍ତାନମାନଙ୍କୁ ହରେଇଥିବା ମାତାପିତାଙ୍କ ବିଳାପ କାହାରି ହୃଦୟକୁ ଛୁଇଁପାରୁନି? ପିଲାମାନଙ୍କୁ ହଷ୍ଟେଲ୍‌ରେ ଛାଡି ପଢ଼ା ସାରି ଘରକୁ ଫେରିବା ଯାଏ ନାନା ଆଶା-ଅଶଙ୍କାରେ ଦିନ ବିତାଉଥିବା ମା’ବାପାଙ୍କ ଦୁଃଖକୁ କ’ଣ କେହି ଅନୁଭବ କରିପାରୁନାହାନ୍ତି? ଆମେ କ’ଣ ଆମ ପିଲାଙ୍କର ସମସ୍ୟା ଶୁଣିି ଉପଯୁକ୍ତ ପଦକ୍ଷେପ ନେଇପାରିବାନି, ମାର୍ଗ ବଦଳାଇ ପାରିବାନି! ଆମ ଅମଣିଆ ସନ୍ତାନମାନଙ୍କୁ ନିଷ୍ଠୁରତାପୂର୍ଣ୍ଣ ଆଚରଣରୁ କ’ଣ ନିବୃତ୍ତ କରାଇ ପାରିବା ନାହିଁ? ସନ୍ତାନର ପୂର୍ବ ପ୍ରସ୍ତୁତି କେବଳ ସ୍ପୋକନ୍‌ ଇଂଲିସ୍‌, ସମର୍‌ କୋର୍ସ, ଦକ୍ଷତା ବିକାଶ ତାଲିମ୍‌ରେ ସୀମିତ ନ ରଖି ସଂସ୍କାର ଦ୍ୱାରା ଚରିତ୍ରର ଉପଯୁକ୍ତ ଶୋଧନ କରିବାର ଆବଶ୍ୟକତା ରହିଛି।
ଶିକ୍ଷାନୁଷ୍ଠାନର ମୁରବିମାନେ ନିଜକୁ କେବଳ ଉତ୍ତମ ମାନର ଶିକ୍ଷାଦାନ ପାଇଁ ଉତ୍ତରଦାୟୀ ନ ଭାବି ପିଲାଙ୍କର ସୁରକ୍ଷା ପାଇଁ ଘନଘନ ପ୍ରତ୍ୟକ୍ଷ ତଦାରଖ କରିବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ଭାବିବା ଦରକାର। ସେମାନଙ୍କ ହାତରେ ଗୁଡିଏ ଅମୂଲ୍ୟ ରତ୍ନ ମାଳାରେ ଗ୍ରଥିତ ହେବା ପାଇଁ ଅପେକ୍ଷାରତ। ପ୍ରତ୍ୟେକଟି ଅମୂଲ୍ୟ। ଖସିପଡିଲେ କ୍ଷତି ଦେଶର, ଜାତିର, ସମାଜର, ଆପଣଙ୍କର ଓ ଆମ ସମସ୍ତଙ୍କର। ବାକି ମାତାପିତାଙ୍କ କଥା କ’ଣ କହିବା?
ଗୋପବନ୍ଧୁ ଛକ, ବୁର୍ଲା, ମୋ- ୯୯୩୮୯୮୧୪୬୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

ଶାଶ୍ୱତ ସୁଖର ଚଲାପଥ

ଯଚିଦାନନ୍ଦ ଦାଶ ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି।...

ଅଥର୍ବ ବେଦ ଓ ଋଷି ପିପ୍ପଳାଦ

ଅଥର୍ବ ବେଦର ସ୍ତୋତ୍ରଗୁଡ଼ିକରେ ସହାୟତା ଓ ଚିକିତ୍ସା ସମ୍ପର୍କିତ ମନ୍ତ୍ର ରହିଛି। ଏପରିକି ଏଥିରେ କ୍ଷତି କରୁଥିବା ମନ୍ତ୍ର ମଧ୍ୟ ରହିଛି। ଏହାକୁ ଯେଉଁ ଋଷି...

ବୃହତ୍ତମ ସୁପରମୁନ୍‌ ଓ ଜନମତ

ଅକ୍ଟୋବର ୧୭ ତାରିଖ, ଗୁରୁବାର। ୨୦୨୪ମସିହାର ୨୯୧ତମ ଦିନ ଓ ୪୨ତମ ସପ୍ତାହର ୪୨ତମ ଗୁରୁବାର। ସେଦିନ ପଡୁଛି ପୂର୍ଣ୍ଣିମା, କିନ୍ତୁ ଏବର୍ଷର ନିଆରା ପୂର୍ଣ୍ଣିମା।...

ଆଇନଗତ ଦ୍ୱନ୍ଦ୍ୱରେ ଶିଶୁ

କିଶୋର/କିଶୋରୀମାନେ ଅପରାଧରେ ସାମିଲ ହେବାର ଅନେକ ଉଦାହରଣ ଏବେ ଲୋକଲୋଚନକୁ ଆସୁଛି। ତେବେ ଏହି ନାବାଳକ/ନାବାଳିକାମାନେ ପେସାଦାର ଅପରଧୀ। ଏମାନଙ୍କ ଅପରାଧର ପୃଷ୍ଠଭୂମି ଅଛି ନା...

କାନାଡା ସମ୍ପର୍କ ତୁଟିଲା

ଖଲିସ୍ତାନ ସପକ୍ଷବାଦୀ ନେତା ତଥା ଭାରତ ପକ୍ଷରୁ ଆତଙ୍କବାଦୀ ଘୋଷିତ ହୋଇଥିବା ହରଦୀପ ସିଂ ନିଜ୍ଜାର ହତ୍ୟା ଘଟଣାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ...

ଧାଡ଼ି ଶେଷର ମଣିଷ

ଧାଡ଼ିର ଶେଷରେ ଠିଆ ହୋଇଛନ୍ତି ଆପଣ। ଧୀରେ ଧୀରେ ଲୋକମାନେ ଆଗକୁ ବଢୁଛନ୍ତି। ନିଜ ଭିତରେ ବିରକ୍ତ ହେଉଥିବେ। କ’ ଣ ପାଇଁ ଆସିଲି। ଟିକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri