ଅନୁଗୋଳ ଅଫିସ, ୫।୧ – ଷ୍ଟାର ପ୍ଲସ୍ର ରିୟଲିଟି ଶୋ’ ମାଷ୍ଟର୍ସ ସେଫ୍ରେ ଶନିବାର ଶ୍ରେଷ୍ଠ ଡିସ୍ ବନାଇ ବିଚାରକଙ୍କ ମନ ଜିଣିଛନ୍ତି ଅନୁଗୋଳର ଝିଅ ସ୍ମୃତିଶ୍ରୀ ସିଂହ। ବିଶ୍ୱ ଗ୍ରାଣ୍ଡ ଡିସ୍ କାନ୍ଥରେ ସ୍ମୃତିଙ୍କ ଫଟୋ ଲଗାଯିବା ସହ ତାଙ୍କୁ ଗିଫ୍ଟ ମଧ୍ୟ ପ୍ରଦାନ କରାଯାଇଛି।
ସ୍ମୃତିଶ୍ରୀ ମାଷ୍ଟର୍ସ ସେଫ୍ରେ ଓଡ଼ିଆ ଘରର କାକରା ପିଠା ଡିସ୍ ପ୍ରସ୍ତୁତ କରିଥିଲେ। ଉକ୍ତ ଡିସ୍କୁ ମାଷ୍ଟର୍ସ ଚିଫ୍ ରଣବୀର ବ୍ରାର ଟେଷ୍ଟ କରିବା ପରେ ସ୍ମୃତିଶ୍ରୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ଏପରି କି ଆଜି ଠାରୁ କାକରା ପିଠା ଆମର ଡି୍ସ୍ ବୋଲି ମତ ଦେଇଥିଲେ। ଏହାପରେ ବିନିତ୍ ଭାଟ୍ଟିଆ ଓ ବିକାଶ ଖାନ୍ନା ମଧ୍ୟ କାକରା ଡିସ୍କୁ ପ୍ରଶଂସା କରିଥିଲେ। ସ୍ମୃତିଶ୍ରୀଙ୍କ ଏପରି ସଫଳତାକୁ ନେଇ ବେଶ୍ ଖୁସିବ୍ୟକ୍ତ କରିଛନ୍ତି ତାଙ୍କ ମା’ ରୀତା ସିଂହ। ଝିଅ ଆହୁରି ଆଗକୁ ଯିବା ପାଇଁ ଏହା ଏକ ପ୍ରେରଣା ହେବ ବୋଲି ମା’ ରୀତା ସିଂହ ପ୍ରକାଶ କରିଛନ୍ତି।