କାବୁଲରେ କାର୍‌ ବୋମା ବିସ୍ଫୋରଣ, ୧୦ମୃତ

କାବୁଲ,୫।୯: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଗୁରୁବାର ସକାଳେ କାର୍‌ ବୋମା ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ଶାସଦରାକ ଅଞ୍ଚଳରେ ଘଟିଥିବା ବେଳେ ଏହା ନିକଟରେ କାବୁଲର ପୋଲିସ ଡିଷ୍ଟ୍ରିକ୍ଟ-୯ର ଚେକ୍‌ ପଏଣ୍ଟ ରହିଛି। ଏହି ଅଞ୍ଚଳରେ ଆମେରିକା ଓ ଅନ୍ୟ କେତେକ ଦେଶର ଦୂତାବାସ ରହିଛି। ଦୁଇ ଦିନର ବ୍ୟବଧାନ ପରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଚଳିତ ସପ୍ତାହରେ ଏହା ହେଉଛି ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ। ଆଉ ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି । ତେବେ ଅତି ସୁରକ୍ଷିତ ସ୍ଥାନରେ କିଭଳି ଏହି ଦୁର୍ଘଟଣା ହେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାନମାରରେ ୩୩୦ ପରମାଣୁ ବୋମା ଫୁଟିଲା ଭଳି ଥିଲା ଦୃଶ୍ୟ, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ନାପିଦାଉ,୨୯।୩: ମ୍ୟାନମାରରେ ୭.୭ ତୀବ୍ରତାର ଏକ ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବିଶେଷଜ୍ଞମାନେ ଏବେ କହିଛନ୍ତି ଯେ ଭୂମିକମ୍ପ ଦ୍ୱାରା ନିର୍ଗତ ଶକ୍ତି ୩୦୦ରୁ ଅଧିକ...

ମ୍ୟାନମାର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୦୦୦ଟପିଲା ୨୩୦୦ରୁ ଅଧିକ ଆହତ

ନାପିଦାଉ,୨୯।୩: ଶୁକ୍ରବାର ମ୍ୟାନମାର ଏବଂ ଥାଇଲ୍ୟାଣ୍ଡରେ ଘଟିଥିବା ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଅନେକ କୋଠା ଭୁଶୁଡ଼ି ପଡ଼ିଛି। ଏହାର ଭଗ୍ନାବଶେଷ ତଳେ ଶହ ଶହ...

Trump-Modi: ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ: କହିଲେ, ସେ ସବୁଠୁ ସ୍ମାର୍ଟ

ଓ୍ବାଶିଂଟନ,୨୯।୩: ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫ୍‌ ଉପରେ ଚାଲିଥିବା ଆଲୋଚନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ହ୍ବାଇଟ...

ସକାଳୁ ସକାଳୁ ଥରିଲା ଆଫଗାନିସ୍ତାନ: ଲୋକେ ଭୟରେ ଦୌଡିଲେ

କାବୁଲ,୨୯।୩: ଆଫଗାନିସ୍ତାନରେ ଶନିବାର ସକାଳୁ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ଏବଂ ୪.୩ ରହିଛି। ସ୍ଥାନୀୟ ସମୟ ସକାଳ...

ଅନ୍ତର୍ଜାତୀୟ ସହାୟତା ଲୋଡ଼ିଲେ ସାମରିକ ସରକାର: ଟ୍ରମ୍ପ କହିଲେ…

ନାପିଦାଉ/ବ୍ୟାଙ୍କକ୍‌,୨୯ା୩ମ୍ୟାନ୍‌ମାରରେ ଭୂକମ୍ପ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ଏବଂ ବିପନ୍ନଙ୍କୁ ଅତ୍ୟାବଶ୍ୟକ ରିଲିଫ୍‌ ସହାୟତା ଯୋଗାଇବା ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ...

ମ୍ୟାନମାର୍‌କୁ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ନେପିଦାଉ,୨୯ା୩: ମ୍ୟାନମାର୍‌ରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ, ଭାରତ ତୁରନ୍ତ ମାନବୀୟ ସହାୟତା ଭାବରେ ୧୫ ଟନ୍‌ରୁ ଅଧିକ ରିଲିଫ ସାମଗ୍ରୀ ପଠାଇଛି। ଭାରତୀୟ ବାୟୁସେନା...

ଭୂକମ୍ପ ପରେ ଧ୍ୱଂସର ଚିତ୍ର: ରେସ୍କ୍ୟୁ, ରିଲିଫ୍‌ ବଡ଼ ଚ୍ୟାଲେଞ୍ଜ

ନାପିଦାଉ/ବ୍ୟାଙ୍କକ୍‌/ ନୂଆଦିଲ୍ଲୀ,୨୯ା୩:ମ୍ୟାନ୍‌ମାରରେ ଶୁକ୍ରବାର ୭.୭ ତୀବ୍ରତା ବିଶିଷ୍ଟ ଭୂକମ୍ପ ହୋଇଛି, ଯାହାର ପ୍ରଭାବ ଦେଶ ଭିତରେ ସୀମିତ ନ ରହି ଦକ୍ଷିଣପୂର୍ବ ଏସିଆକୁ ଥରାଇ ଦେଇଛି।...

ମ୍ୟାନମାର ଭୂକମ୍ପର ଭୟଙ୍କର ସ୍ଥିତି, ମସଜିଦ ଭୁଶୁଡ଼ି ୨୦ ମୃତ

ନାଇପିଦ,୨୮।୩: ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ମ୍ୟାନମାରରେ ଦୁଇଥର ନୁହେଁ ଚାରିଥର ଭୂମିକମ୍ପ ହୋଇଛି। ପ୍ରାରମ୍ଭରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ମାପ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image