ଜି.ଉଦୟଗିରି,୫ା୮(ଡି.ଏନ.ଏ.): ଜି.ଉଦୟଗିରି ଥାନାଞ୍ଚଳ କଳିଙ୍ଗାରୁ ୨ କିମି ଦୂର ଗଦିଙ୍ଗିଆ ଛକଠାରେ ସୋମବାର ଅପରାହ୍ନ ୩ଟାରେ ଏକ କାର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିବାରୁ ଚାଳକ ସମେତ ୬ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସୋନୁ ପଣ୍ଡା, ବିକ୍ରମ ପଣ୍ଡା, ମୁରଲୀଧର ବେହେରା, ତନ୍ମୟା ବେହେରା, ପ୍ରମୋଦ ବେହେରା ଓ ସାବିତ୍ରୀ ବେହେରା। ସମସ୍ତେ ପୁରୁଷୋତ୍ତମପୁରରୁ କାର ଯୋଗେ ଚକାପାଦ ବିରୁପାକ୍ଷ ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଗଦିଙ୍ଗିଆ ଛକରେ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସୋନୁ, ବିକ୍ରମ, ମୁରଲୀଧର ଓ ତନ୍ମୟାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଥିବା ଥାନାଧିକାରୀ ରଞ୍ଜିତ କୁମାର ମୁନି କହିଛନ୍ତି ।

ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର
ଜି.ଉଦୟଗିରି,୧୮।୪(ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରିରେ ୨ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପରିଷଦ ଅନ୍ତର୍ଗତ...

ପୁଣି ଦାରିଙ୍ଗବାଡ଼ି-ଫୁଲବାଣୀକୁ ଚଳାଚଳ କରିବ ଲକ୍ଷ୍ମୀ ବସ୍, ଜିଲା ପ୍ରଶାସନକୁ ଚିଠି ଲେଖିଲେ ବିଡିଓ
ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ିଠାରୁ ଫୁଲବାଣୀକୁ ପୁଣି ଥରେ ଶୀତ ତାପ ନିୟନ୍ତ୍ରଣ ଲକ୍ଷ୍ମୀବସ୍ ଚଳାଚଳ କରିବାକୁ ବାଟ ଖୋଲିଲା। ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥ ଏନେଇ...

ବାଡ଼ାବାଙ୍ଗା ସେବାଶ୍ରମରେ ମହୁମାଛି ଆକ୍ରମଣ ଘଟଣା: ବସା ନଷ୍ଟ କଲା ବନ ବିଭାଗ, ସ୍ଥିତି ପରଖିଲେ ବିଡିଓ
ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ସେବାଶ୍ରମରେ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ ଘଟଣାରେ ସ୍ଥାନୀୟ୨ ପ୍ରଶାସନର ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ବନ...

ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା, ବନବିଭାଗ ଚୁପ୍
ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା। ଏବେ ଚାରିଆଡ଼େ ଜଙ୍ଗଲ ଏକ ପ୍ରକାର ବିପଦରେ ପଡ଼ିଥିବାବେଳେ ବନାଞ୍ଚଳର କର୍ମଚାରୀ...

ଶିଶୁକନ୍ୟାଙ୍କୁ ବଳାତ୍କାର, ଯୁବକ ଗିରଫ
ଫୁଲବାଣୀ,୧୭ା୪ (ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ୍ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଜଣେ ୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଛି। ଏହି ଘଟଣାରେ...

ବସା ପୋଡ଼ାଯିବା ସତ୍ତ୍ୱେ ମୁଣ୍ଡବିନ୍ଧାର କାରଣ ପାଲଟିିଛନ୍ତି ମହୁମାଛି, ବନ ବିଭାଗକୁ ଚିଠି ଲେଖିଲେ ବିଡିଓ
ଦାରିଙ୍ଗବାଡି,୧୬।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ସେବାଶ୍ରମରେ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ ଘଟଣା ଚିନ୍ତାର ବିଷୟ ପାଲଟିଥିଲା। ତେବେ ବୁଧବାର ମଧ୍ୟ...

ସେବାଶ୍ରମରେ ଏବେ ବି ଘୁରିବୁଲୁଛି ମହୁମାଛି: ଆତଙ୍କିତ ଛାତ୍ରୀଛାତ୍ର
ଦାରିଙ୍ଗବାଡି,୧୬।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ସେବାଶ୍ରମରେ ମଙ୍ଗଳବାର ୪୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ବୁଧବାର ମଧ୍ୟ ସେଠାରେ...

ଡ୍ରେନକୁ ଜାମ କଲା ଅଳିଆ ଆବର୍ଜନା: ନାକ ଟେକିଲେ ପର୍ଯ୍ୟଟକ
ଦାରିଙ୍ଗବାଡି,୧୬/୪ (ଅରୁଣ ସାହୁ)-ଦାରିଙ୍ଗବାଡି ଏବେ ଅଳିଆ ଆବର୍ଜନା ଆଉ ପୁତ୍ତିମୟ ଗନ୍ଧରେ ନାକ ଫାଟୁଛି। ପର୍ଯ୍ୟଟକ ଆଉ ଦାରିଙ୍ଗବାଡିକୁ ନା କହିବା ଆରମ୍ଭ କଲେଣି ।...