ଲଣ୍ଡନ, ୧୦।୭: ବିଶ୍ୱର ଯେକୌଣସି ସ୍ଥାନରେ ମ୍ୟାଚ୍ ହେଉନା କାହିଁକି, ଭାରତୀୟ ଦଳକୁ ଚିୟର୍ କରିବା ପାଇଁ ଦର୍ଶକ ସେଠାରେ ପହଞ୍ଚିଯିବା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ। ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ମାଞ୍ଚେଷ୍ଟରରେ। ଆଇସିସି ବିଶ୍ୱକପର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚ ଦେଖିବାକୁ ୧୭ଟି ଦେଶ ପାର୍ ହୋଇ ମାଥୁର ଷ୍ଟାଡିୟମରେ ପହଞ୍ଚିଛନ୍ତି। ମାଥୁର ଜଣେ ଭାରତୀୟ। ସବୁଠୁ ରୋଚକ କଥା ହେଉଛି, ମ୍ୟାଚ୍ ଦେଖିବା ପାଇଁ ତାଙ୍କ ପାଖରେ ଟିକେଟ ନ ଥିଲା। ଆଇସିସି ପାଖରେ ଏକଥା ପହଞ୍ଚିବା ପରେ ୪ଟି ସ୍ବତନ୍ତ୍ର ଟିକେଟ ମାଥୁର ପରିବାରକୁ ଯୋଗାଇ ଦିଆଯାଇଥିଲା।