ମୁମ୍ବାଇ: ବଲିଉଡ୍ର ନୂଆ ଲର୍ଭବର୍ଡ ସାରା ଅଲ୍ଲୀ ଖାନ୍ ଏବଂ କାର୍ତ୍ତିକ ଆର୍ୟନଙ୍କ ସମ୍ପର୍କ ପୁଣି ଚର୍ଚ୍ଚାରେ। ପ୍ରଥମେ ‘କଫି ଉଇଥ୍ କରନ୍’ ଶୋ’ରେ କାର୍ତ୍ତିକଙ୍କୁ ପସନ୍ଦ କରୁଥିବା ନେଇ କହିବା ପରେ ଉଭୟଙ୍କୁ ଏକ କାର୍ଯ୍ୟକ୍ରମରେ ଭେଟାଇଥିଲେ ରଣବୀର ସିଂହ। ଏହାପରେ ଉଭୟ ଏକାଠି ଫିଲ୍ମ‘ଲଭ୍ ଆଜକଲ୍-୨’ର ଶୁଟିଂ କରୁଥିବା ସମୟରେ ଅଧିକ ନିକଟତର ହୋଇଥିଲେ। ଏବେ ପରିସ୍ଥିତି ଏପରି ହେଲାଣି ଯେ ଦୁହେଁ ଦୁହିଁଙ୍କୁ ଛାଡ଼ି ଘଡ଼ିଏ ରହିପାରୁନାହାନ୍ତି। କଥାଟି ଆମେ କହୁନାହୁଁ ବରଂ ନିକଟରେ କାର୍ତ୍ତିକଙ୍କୁ ଭେଟିବା ଲାଗି ସାରା ଲକ୍ଷ୍ନୌରେ ପହଞ୍ଚିବା ପରେ ଏପରି କିଛି ଚର୍ଚ୍ଚା ହେଉଛି।
କଥାଟି ଏପରି। କାର୍ତ୍ତିକ ଏବେ ‘ପତି ପତ୍ନି ଔର ଓ୍ବ’ର ଶୁଟିଂରେ ବ୍ୟସ୍ତ। ଏଥିରେ ତାଙ୍କ ସହ ନଜର ଆସିବେ ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେ। ଫିଲ୍ମର କିଛି ଅଂଶର ଶୁଟିଂ ଲକ୍ଷ୍ନୌରେ କରାଯାଉଥିବାରୁ କାର୍ତ୍ତିକ ବମ୍ବେଠାରୁ ଦୂରରେ। ଏପରିସ୍ଥଳେ ସାରା ଶୁଟିଂ ସେଟ୍ରେ କାର୍ତ୍ତିକଙ୍କୁ ଭେଟିବାକୁ ସେଠାରେ ପହଞ୍ଚିଯାଇଥିଲେ। ବେଶ କିଛି ସମୟ ହାତରେ ହାତ ଛନ୍ଦି ବୁଲିବା ସହ ଏକାଠି କଥା ହେଉଥିବା ବେଳର କିଛି ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଦେଖି ଅନେକ ଦୁହେଁ ଦୁହିଁଙ୍କୁ ଛାଡ଼ି ରହିପାରୁ ନ ଥିବା ପ୍ରତିକ୍ରିୟା ଦେଉଛନ୍ତି।
ତେବେ ସାରା ଏବଂ କାର୍ତ୍ତିକଙ୍କ ଅଭିନୀତ ‘ଲଭ ଆଜକଲ-୨’ ୨୦୨୦ ଫେବୃଆରୀ ୧୪ରେ ରିଲିଜ ହେବ। ଭ୍ୟାଲେଣ୍ଟାଇନ୍ ଡେ’କୁ ଆଖି ଆଗରେ ରଖି ନିର୍ଦ୍ଦେଶକ ଏହାକୁ ଉକ୍ତ ଦିନରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି।