କାର୍ଯ୍ୟକାଳ ସରିବା ପୂର୍ବରୁ ବଦଳିଲେ କୁଳସଚିବ

କଟକ ଅଫିସ,୨୧ା୩: ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ କୁଳସଚିବ ଭାବେ କାର୍ଯ୍ୟ କରୁଥିବା ଅଶୋକ କୁମାର ଦାଶଙ୍କୁ ରାଜ୍ୟ ସରକାରଙ୍କ ଜେନେରାଲ ଆଡମିନିଷ୍ଟ୍ରେଶନ ଆଣ୍ଡ ପର୍ସନାଲ ଗ୍ରିଭାନ୍ସ ବିଭାଗକୁ ବଦଳି କରାଯାଇଛି। ଏ ନେଇ ଶୁକ୍ରବାର କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ନୋଟିସ ଜାରି ହୋଇଛି। ବିଶ୍ୱବିଦ୍ୟାଳୟର କମ୍ପ୍‌ଟ୍ରୋଲର ଅଫ ଫାଇନାନ୍ସ(ସିଓଏଫ୍‌) ଶୁଭେନ୍ଦୁ ସୁବର୍ଣ୍ଣେଶ୍ୱର ରଏ ଏବେ ଅସ୍ଥାୟୀ ଭାବେ କୁଳସଚିବ ଦାୟିତ୍ୱ ତୁଲାଇବେ। ତେବେ ଅଶୋକଙ୍କ ଅଚାନକ ବଦଳିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶ୍ୱବିଦ୍ୟାଳୟର କେତେଜଣ ବରିଷ୍ଠ ପଦାଧିକାରୀଙ୍କ ସହିତ ଅଶୋକଙ୍କ ମନୋମାଳିନ୍ୟ ଓ କାର୍ଯ୍ୟ କରିବାର ତରିକା ଖାପ ଖାଉ ନ ଥିବାରୁ ତାଙ୍କ ନାମରେ କୁଳାଧିପତିଙ୍କ ନିକଟକୁ କିଛିଦିନ ତଳେ ଚିଠି ଲେଖାଯାଇଥିଲା। ଏହାର ପରିଣାମ ସ୍ବରୂପ ଅଶୋକଙ୍କୁ ବଦଳି ନିର୍ଦ୍ଦେଶ ମିଳିଥିବା ଆଲୋଚନା ହେଉଛି। ଏହା ପୂର୍ବରୁ କୁଳସଚିବ ଦାୟିତ୍ୱରେ ଥିବା ମହେଶ୍ୱର ଅଗସ୍ତିଙ୍କୁ ମଧ୍ୟ ଅଚାନକ ବଦଳି ଆଦେଶ ମିଳିଥିଲା। ଏହି ବିଶ୍ୱବିଦ୍ୟାଳୟର କୁଳସଚିବଙ୍କ କାର୍ଯ୍ୟକାଳ ଅବଧି ୩ ବର୍ଷ ରହିଛି। କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଦୁଇ ଦୁଇ ଜଣ କୁଳସଚିବ ବଦଳି ହୋଇ ସାରିଲେଣି। ଏହା ପଛରେ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ବିରୋଧ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି। ବିଶ୍ୱବିଦ୍ୟାଳୟର କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ସହ କୁଳସଚିବଙ୍କ କାର୍ଯ୍ୟଧାରା ଖାପ ଖାଉ ନ ଥିବାରୁ ଏଭଳି ଘଟଣା ପୁନରାବୃତ୍ତି ହେଉଛି ବୋଲି ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି।
୨୦୧୮ ନଭେମ୍ବର ୧ ତାରିଖରେ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଅଶୋକ କୁମାର ଦାଶ। ରାଜ୍ୟର ଜଣେ ବରିଷ୍ଠ ପ୍ରଶାସକ ଭାବେ ଅଶୋକଙ୍କ ଖ୍ୟାତି ଥିଲା। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇରେ ଅତିରିକ୍ତ ତହସିଲଦାର, ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ସମ୍ପାଦକ, ଖୋର୍ଦ୍ଧା ଉପଜିଲାପାଳ, ରାଜ୍ୟ ନିର୍ବାଚନ ଆୟୋଗର ସ୍ବତନ୍ତ୍ର ସଚିବ ଭାବେ ଅଶୋକ ପୂର୍ବରୁ କାର୍ଯ୍ୟ କରିଥିଲେ। ସେ ରେଭେନ୍‌ଶା ଶିକ୍ଷାନୁଷ୍ଠାନର ଜଣେ ପୂର୍ବତନ ଛାତ୍ର ହୋଇଥିବାରୁ ଏଠାରେ ଅନେକ ବିକାଶମୂଳକ କାର୍ଯ୍ୟ କରିବେ ବୋଲି ଦାୟିତ୍ୱ ଗ୍ରହଣ ସମୟରେ କହିଥିଲେ। ହେଲେ ଦାୟିତ୍ୱ ଗ୍ରହଣ ପରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ବିରୋଧୀ ପାଲଟି ଯାଇଥିଲେ। ଅଶୋକଙ୍କ ନିଷ୍ପତ୍ତିକୁ ବିଭିନ୍ନ ସମୟରେ ବିରୋଧ କରାଯାଉଥିଲା। ବିଶ୍ୱବିଦ୍ୟାଳୟର ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କୁଳସଚିବଙ୍କ ଅନୁପସ୍ଥିତି ବଦଳିର ପୂର୍ବାଭାସ ବୋଲି ଜଣାପଡୁଥିଲା। ଏ ସମ୍ପର୍କରେ ଅଶୋକ କୁହନ୍ତି, ମୋ ନଁାରେ ଯେଉଁ ଅଭିଯୋଗ ହୋଇଛି ତାହା କେବଳ ପିଲାଳିଆମି। ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ପଦକ୍ଷେପ ନିଆଯାଉ। ମୁଁ ମଧ୍ୟ ଏଠାରୁ ବିରତି ଚାହୁଁଥିଲି ବୋଲି ଅଶୋକ କହିଛନ୍ତି। କୁଳପତି ପ୍ରଫେସର ଇଶାନ କୁମାର ପାତ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ କେବଳ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଗୋଟିଏ ନିଷ୍ପତ୍ତି ପାଇଁ କେଉଁ ଚାରିଜଣଙ୍କୁ ପଚାରୁଛନ୍ତି? ତେର୍ଚ୍ଛାବାଣ ମାରିଲେ ପ୍ରସନ୍ନ, କହିଲେ…

ସମ୍ବଲପୁର,୫।୧୦: ପଶ୍ଚିମ ଓଡ଼ିଶାରେ ଜନସମ୍ପର୍କ ପଦଯାତ୍ରା ଚାଲିଥିବା ବେଳେ ଭାଜପାକୁ ଟାର୍ଗେଟ କରିଛନ୍ତି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ। ଦଳକୁ ମଜଭୁତ କରିବାକୁ ଜନସମ୍ପର୍କ ପଦଯାତ୍ରା କରୁଥିବା...

ପିଏମ୍‌ ଓ ସିଏମ କିଷାନକୁ କୃଷି ସଚିବଙ୍କ ବଡ଼ ବୟାନ : ଶୀଘ୍ରଶୀଘ୍ର କରନ୍ତୁ…

ଭୁବନେଶ୍ୱର, ୫।୧୦: ପିଏମ୍‌ ଓ ସିଏମ କିଷାନକୁ ନେଇ ଖୁସି ଖବର। ବଡ ବୟାନ ଦେଲେ କୃଷି ସଚିବ ଅରବିନ୍ଦ ପାଢୀ। ସଚିବ ପାଢ଼ୀ କହିଛନ୍ତି,ଯୋଜନାରୁ...

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ଟାର୍ଗେଟ୍‌, କହିଲେ ଲୋକେ ଯେଉଁ ଭୂମିକା ଦେଇଛନ୍ତି…

ଭୁବନେଶ୍ୱର,୫ା୧୦: ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। କିଛିଦିନ ତଳେ ଭାଜପା...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ରାଜ୍ୟରେ…

ଭୁବନେଶ୍ୱର,୫ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶହୀଦ ବାଜି ରାଉତଙ୍କ ଜୟନ୍ତୀକୁ ଏଣିକି ସରକାରୀସ୍ତରରେ ପାଳନ...

ଘାଟ ଜଗିଛି କୁମ୍ଭୀର: କୁଆଖାଇରେ କୁମ୍ଭୀର ଦେଖି ଲୋକେ ଛାନିଆ

ଭୁବନେଶ୍ୱର,୫।୧୦: ଘାଟ ଜଗିଛି କୁମ୍ଭୀର। କୁଆଖାଇରେ ବୁଲୁଛି କୁମ୍ଭୀର। ଶନିବାର ସକାଳୁ କିଛି ଲୋକେ ଗାଧୋଇବାକୁ ଯାଇଥିବା ବେଳେ ନଦୀ ପଠାରେ କୁମ୍ଭୀର ଶୋଇଥିବା ଦେଖିବାକୁ...

+୨ ପରୀକ୍ଷା ତାରିଖ ଘୋଷଣା: ୨ ପର୍ଯ୍ୟାୟରେ ହେବ ପରୀକ୍ଷା

ଭୁବନେଶ୍ୱର,୫।୧୦: ଯୁକ୍ତ ଦୁଇ ପରୀକ୍ଷା ତାରିଖ ଶନିବାର ଘୋଷଣା ହୋଇଛି। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା...

ପୁନଃଗଠନ ହେବ OSDMA, ବଢ଼ିବ କର୍ମଚାରୀଙ୍କ ସଂଖ୍ୟା

ଭୁବନେଶ୍ୱର,୫ା୧୦: ରାଜ୍ୟରେ ପୁନଃଗଠନ ହେବ ଓସଡମା। ଏନେଇ ବିଜ୍ଞପ୍ତି ଜାରି କରିଛି ବିଭାଗ। ଓସଡମାରେ ୧୦୨ କର୍ମଚାରୀଙ୍କ ମଧ୍ୟରୁ ୧୦ ପୋଷ୍ଟ ରଦ୍ଦ ହୋଇଥିବାବେଳେ ୩୭...

ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କଟକ,୫ା୧୦: ରାବଣପୋଡ଼ିରେ ଏଥର ଆଉ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ସିଏମ୍‌ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ରଙ୍ଗୀନ ବାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri