କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହେଲ୍‌ଥ ସେଣ୍ଟର

ଢେଙ୍କାନାଳ ଅଫିସ, ୧୪।୪

ଢେଙ୍କାନାଳ ବାଜିଚୌକସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମବାରଠାରୁ କାର୍ଯ୍ୟକ୍ଷମ ହୋଇଛି ଜିଲାସ୍ତରୀୟ କୋଭିଡ୍‌ ହେଲ୍‌ଥ ସେଣ୍ଟର। ରାଜ୍ୟ ସରକାର ଏବଂ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଅନୁଦାନରେ ଏହା ଆରମ୍ଭ ହୋଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏହାକୁ ଲୋକାର୍ପଣ କରିଥିଲେ।
କୋଭିଡ୍‌-୧୯ ପ୍ରତିରୋଧ ସମ୍ପର୍କିତ ଗାଇଡ୍‌ ଲାଇନ ଅନୁଯାୟୀ ଏଥିରେ ମୋଟ ୧୦୬ ଶଯ୍ୟା ରହିଛି। ସେଥିରୁ ୫୪ଟିରେ ଅକ୍ସିଜେନ ସୁବିଧା ରହିଛି। ୪୦ଟି ଆଇସୋଲେଶନ ଶଯ୍ୟା ଭାବେ ବ୍ୟବହାର କରାଯାଇପାରିବ। ସେହିପରି ୬ଶଯ୍ୟାରେ ହାଇଫର ଡିପେଣ୍ଡାଣ୍ଟ ୟୁନିଟ୍‌ (ଏଚ୍‌ଡିୟୁ)ର ବ୍ୟବସ୍ଥା କରାଯାଇଛି। ଜିଲା ସ୍ବାସ୍ଥ୍ୟ ବିଭାଗ, ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତାଲିମପ୍ରାପ୍ତ ସ୍ବତନ୍ତ୍ର ଡାକ୍ତର, ଷ୍ଟାଫ୍‌ନର୍ସ ଏବଂ ଟେକ୍ନିସିଆନ ଏହି ହେଲ୍‌ଥ ସେଣ୍ଟରରେ କାର୍ଯ୍ୟ କରିବେ। ଡାକ୍ତରମାନେ ହୋଟେଲରେ ରହିବେ। ସେହିପରି ସହଯୋଗୀ କର୍ମଚାରୀମାନଙ୍କ ଲାଗି ସ୍ବାସ୍ଥ୍ୟକେନ୍ଦ୍ର ପରିସର ସମେତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଶାଦ୍ରୀ’ର ହଷ୍ଟେଲରେ ରହିବା ବ୍ୟବସ୍ଥା କରାଯାଇଛି। ଏଣିକି ଜିଲାରେ କରୋନା ସଂକ୍ରମିତ ରୋଗୀଙ୍କୁ ଅନ୍ୟତ୍ର ଯିବାକୁ ପଡ଼ିବ ନାହିଁ। ସେମାନେ ଏଠାରେ ସୁବିଧାରେ ଚିକିତ୍ସିତ ହୋଇପାରିବେ। ଗୁରୁତର ରୋଗୀଙ୍କୁ ଆବଶ୍ୟକ ପଡ଼ିଲେ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। କୋଭିଡ୍‌ ହେଲ୍‌ଥ ସେଣ୍ଟର ପରିଚାଳନା ଦାୟିତ୍ୱ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏଡିଏମ୍‌ଓ ଡା. ଅଭୟ କୁମାର ଦାସଙ୍କୁ କୋଭିଡ୍‌ ହେଲ୍‌ଥ ସେଣ୍ଟରର ମେଡିକାଲ ଅଫିସର ଦାୟିତ୍ୱ ଦିଆଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ପିଡି ଡିଆରଡିଏ ନରୋତ୍ତମ ବେହେରା, ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନା ଘଟଣା: ଆଉ ୩ ଜଣଙ୍କ ହେବ…

ଭୁବନେଶ୍ୱର,୨୭।୯: ଭରତପୁର ଥାନା ଘଟଣାରେ ଆଉ ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହେବ। ନିଲମ୍ବିତ ଥାନା ଅଧିକାରୀଙ୍କ ସହ ୩ ମହିଳା କର୍ମଚାରୀଙ୍କ ଏହି  ଟେଷ୍ଟ...

ପ୍ରବଳରୁ ଅତି ପ୍ରବଳ ବର୍ଷିବ, ୫ ଜିଲାକୁ ୩ ଘଣ୍ଟା ପାଇଁ ସତର୍କ ସୂଚନା

ଭୁବନେଶ୍ୱର,୨୭ା୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ତେବେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଗଜପତି ଏବଂ ଗଞ୍ଜାମ...

ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା ସହକାରୀ ଯନ୍ତ୍ରୀ, ଠିକାଦାରଙ୍କଠାରୁ ନେଉଥିଲେ…

କୁନ୍ଦୁରା,୨୭ା୯(ସନ୍ତୋଷ କୁମାର ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ କାର୍ଯ୍ୟରତ ମହିଳା ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭାନୁମତୀ...

‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ପାଇ ନ ଥିବା ମହିଳାଙ୍କ ପାଇଁ ବଡ଼ ଖବର

ଭୁବନେଶ୍ୱର,୨୭।୯: ‘ସୁଭଦ୍ରା’ ସହାୟତା କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ଼ ଖବର। କେଉଁ ଦିନ ସୁଭଦ୍ରା ସହାୟତା ମିଳିବ ସେନେଇ ଆଜି ତାରିଖ ଆସିପାରେ।...

ମହାପ୍ରଭୁଙ୍କ ଅବଢ଼ାର ହେବ ମାନ ଯାଞ୍ଚ: ରୋଷ ଘରକୁ ଯାଉଥିବା….

ଭୁବନେଶ୍ୱର,୨୭।୯: ଏଣିକି ଶ୍ରୀମନ୍ଦିରରେ ଅବଢ଼ାର ମାନ ଯାଞ୍ଚ ହେବ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି...

ବିଜେଡି ହାରିବାର ଏହି ବଡ଼ କାରଣ କହିଲେ ପୂର୍ବତନ ବିଧାୟକ, ଭାଜପା ତୁଳନାରେ ବିଜେଡିର…

ଭୁବନେଶ୍ୱର,୨୭ା୯: ନିର୍ବାଚନ ଫଳାଫଳ ଆସିବାର ଇତିମଧ୍ୟରେ ୩ ମାସ ବିତିଗଲାଣି। ୨୪ ବର୍ଷର ବିଜେଡି ଗାଦିକୁ ହଟାଇ ଭାଜପା ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଢିଛି।...

‘ମୋତେ ଗେଟ୍‌ ଆଉଟ୍‌ କହିଥିଲେ ଆଇଆଇସି’

ଭୁବନେଶ୍ୱର,୨୭ା୯: ଲୋକସେବା ଭବନରେ ଶୁକ୍ରବାର ଦୁଇ ଦିନିଆ ଜିଲାପାଳମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆଜିର ଏହି ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର ହେଉଛନ୍ତି…

ଭୁବନେଶ୍ୱର,୨୭ା୯:  ଲୋକସେବା ଭବନରେ ଶୁକ୍ରବାର ୨ ଦିନିଆ ଜିଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ପ୍ରଶାସନକୁ ଲୋକାଭିମୁଖୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri