ଭଦ୍ରକ ଅଫିସ,୧ା୬- ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବହୁ କ୍ଷୟକ୍ଷତି ଘଟିଛି। ବହୁଦିନର ଗଛଗୁଡ଼ିକ ଭାଙ୍ଗି ପଡ଼ିଥିବା ବେଳେ ଅନେକ ସ୍ଥାନରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୋଟି ପଡ଼ିଛି। ଭଦ୍ରକ ଉପକଣ୍ଠ ଗେଲପୁର ନିକଟରେ ବିରାଟ ଗଛ ଭାଙ୍ଗି ପଡ଼ିଥିବା ବେଳେ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଛ ଭାଙ୍ଗିପଡ଼ିଛି। କାଳବୈଶାଖୀ ପ୍ରଭାବରେ ୩ଟାରୁ ୬ଟା ପର୍ଯ୍ୟନ୍ତ ୭୦ ରୁ ୮୦ କିମି ବେଗରେ ପବନ ବହିବା ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଓ ବର୍ଷା ଅନୁଭୂତ ହୋଇଥିଲା। ଭଦ୍ରକ ସହରର ତଳିଆ ଅଞ୍ଚଳରେ ଡ୍ରେନ ପାଣି ପଶି ନିଷ୍କାସିତ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି କରିଛି।