କାଳିଆପାଣି, ୨୫।୩: କରୋନା (କୋଭିଡ୍-୧୯) ବିଶ୍ୱ ପାଇଁ ମହାମାରୀ ରୂପେ ଉଭା ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍ଡାଉନ୍ ଭଳି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ମାତ୍ର ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଟାଟା ଏଟିଏମ୍ଠାରେ ବସୁଥିବା ପରିବା ହାଟରେ ଲକ୍ଡାଉନ୍ର କୌଣସି ପ୍ରଭାବ ପଡ଼ିନାହିଁ। ପ୍ରଚାର ପ୍ରସାର ପରେ ମଧ୍ୟ ଶହ ଶହ ଲୋକ ବେପରୁଆ ଭାବେ ବୁଲୁଛନ୍ତି, ଯାହାଦ୍ୱାରା କରୋନା ରୋଗକୁ ସିଧାସଳଖ ଆମନ୍ତ୍ରଣ କରୁଛନ୍ତି। ଅନ୍ୟପଟେ ପୋଲିସର କଡ଼ା ପ୍ରହରା ମଧ୍ୟ କାମରେ ଆସୁ ନ ଥିବା ଦେଖିବାକୁ ମିଳିଛି।