ନୂଆଦିଲ୍ଲୀ,୨୫।୮: ନିକଟରେ ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ହୋଇଥିବା ବେଳେ ତାଙ୍କୁ ଯେଉଁଭଳି ଭାବେ ବିଦାୟ ଦିଆଯାଇଥିଲା ତା’ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ବିଦାୟ ନେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ତେବେ ଜେଟଲୀଙ୍କୁ ରବିବାର ସକାଳେ ଭାଜପା ମୁଖ୍ୟ କାର୍ଯ୍ୟାଳୟକୁ ଗନ୍ କ୍ୟାରେଜରେ ନିଆଯାଇଥିଲା। ନିୟମ ଦୃଷ୍ଟିରୁ ଗନ୍ କ୍ୟାରେଜରେ କେବଳ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ପାର୍ଥିବ ଶରୀରକୁ ନିଆଯାଇଥାଏ। ସୂଚନାଯୋଗ୍ୟ, ଜେଟଲୀ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ପ୍ରତିରକ୍ଷା ବିଭାଗ ସମ୍ଭାଳି ଥିବାରୁ ତାଙ୍କୁ ଗନ୍ କ୍ୟାରେଜରେ ନିଆଯାଇଛି।