Posted inଖେଳ

କିଏ ସେହି ବୈଭବ ସୂର୍ଯ୍ୟବଂଶୀ, ଯିଏ ମାତ୍ର ୧୩ ବର୍ଷ ବୟସରେ ହେଲେ କୋଟିପତି

ନୂଆଦିଲ୍ଲୀ,୨୬।୧୧: ସାଉଦି ଆରବର ଜେଦାହରେ ଆଇପିଏଲ ନିଲାମୀ ଶେଷ ହୋଇଥିବା ବେଳେ ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ସର୍ବକନିଷ୍ଠ ଖେଳାଳି ଭାବରେ ବିକ୍ରି ହୋଇ କୋଟିପତି ପାଲଟିଛନ୍ତି। ୧୩ ବର୍ଷୀୟ ବୈଭବ ୧.୧ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସରେ ସାମିଲ ହୋଇଥିଲେ। ବୈଭବଙ୍କୁ କିଣିବା ପାଇଁ ରାଜସ୍ଥାନ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଏହା ସହ ଆଇପିଏଲ୍‌ ଇତିହାସର ସର୍ବକନିଷ୍ଠ ଖେଳାଳି ରହିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ବୈଭବ ୧୨ ବର୍ଷ ବୟସରେ ରଣଜୀ ଟ୍ରଫିରେ ପଦାର୍ପଣ କରିଥିଲେ। ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ପ୍ରତିନିଧିତ୍ୱ କରି ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୫୮ ବଲ୍‌ରେ ଶତକ ରେକର୍ଡ କରିଥିଲେ ବୈଭବ।

ବୈଭବ ସୂର୍ଯ୍ୟବଂଶୀଙ୍କୁ ୧୦ ବର୍ଷ ବୟସ ହୋଇଥିବାବେଳେ, ପିତା ସଞ୍ଜୀବ ନିଷ୍ପତ୍ତି ନେଇଥିଲେ ଯେ ସେ ତାଙ୍କ ପୁଅ କ୍ରିକେଟର ହେବ। ଏହି ସ୍ବପ୍ନକୁ ସାକାର କରିବା ପାଇଁ ସେ ନିଜ ଜମି ବିକ୍ରି କଲେ, କିନ୍ତୁ ସେ ଜାଣି ନ ଥିଲେ ଯେ ତିନି ବର୍ଷ ମଧ୍ୟରେ ତାଙ୍କ ପୁଅ ତାଙ୍କ ସ୍ବପ୍ନକୁ ପୂରଣ କରିବେ।

ସାମସ୍ତିପୁରଠାରୁ ୧୫ କିଲୋମିଟର ଦୂରରେ ଥିବା ମୋତିପୁର ଗ୍ରାମରେ ରହୁଥିବା ସଞ୍ଜୀବଙ୍କ ପୁଅକୁ ରାଜସ୍ଥାନ କିଣିବା ପରେ ସେ ଭାବବ୍ରପଣ ହୋଇପଡିଛନ୍ତି। ସେ କହିଛନ୍ତି, ବୈଭବ ଆଉ ତାଙ୍କ ପୁଅ ନୁହଁନ୍ତି ବରଂ ସମଗ୍ର ବିହାରର ପୁଅ। ସଞ୍ଜୀବଙ୍କ ଅନୁଯାୟୀ ତାଙ୍କ ପୁଅ ଆଠ ବର୍ଷ ବୟସରେ କଠିନ ପରିଶ୍ରମ କରିଥିଲେ ଏବଂ ଜିଲାର ୧୬ ବର୍ଷରୁ କମ ଟ୍ରାଏଲରେ ସଫଳତା ହାସଲ କରିଥିଲେ। ସେ କୋଚିଂ ପାଇଁ ପୁଅକୁ ସାମସ୍ତିପୁରକୁ ନେଇଗଲେ, କିନ୍ତୁ ତାଙ୍କୁ ଫେରିବାକୁ ପଡିଲା। ଏହା ପରେ ସେ ତାଙ୍କର ଜମି ବିକ୍ରୟ କଲେ।

ସଞ୍ଜୀବ କହିଛନ୍ତି, ଏପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସିନାହିଁ। ବୈଭବଙ୍କ ବୟସ ସହ ଜଡିତ ବିବାଦ ଉପରେ ସଞ୍ଜୀବ କହିଛନ୍ତି, ଯେତେବେଳେ ତାଙ୍କୁ ସାଢେ ୮ ବର୍ଷ ହୋଇଥିଲା, ସେତେବେଳେ ତାଙ୍କର ହାଡ଼ ବିସିସିଆଇ ଦ୍ୱାରା ପରୀକ୍ଷା କରାଯାଇଥିଲା। ଏ ବିଷୟରେ ମୁଁ କାହାକୁ ଭୟ ନାହିଁ। ଆମେ ସବୁକିଛି ପରୀକ୍ଷା ପାଇଁ ପ୍ରସ୍ତୁତ ଅଛୁ। ବୈଭବଙ୍କ ବୟସ ୧୫ ବର୍ଷ ବୋଲି କୁହାଯାଏ।

ଆଇପିଏଲ ନିଲାମରେ ୧୩ ବର୍ଷୀୟ ବୈଭବଙ୍କୁ ରାଜସ୍ଥାନ ରୟାଲ୍ସ ୧.୧ କୋଟି ଟଙ୍କାରେ କିଣିଛି। ଏହି ଖେଳାଳିଙ୍କ ମୂଳ ମୂଲ୍ୟ ୩୦ ଲକ୍ଷ ଟଙ୍କା ଥିଲା ଏବଂ ସେ ତାଙ୍କ ମୂଳ ମୂଲ୍ୟଠାରୁ ପ୍ରାୟ ଚାରି ଗୁଣ ଅଧିକ ବିକ୍ରି ହୋଇଥିଲେ। ସେ ଆଇପିଏଲ ନିଲାମ ଇତିହାସରେ ବିକ୍ରି ହୋଇଥିବା ସର୍ବକନିଷ୍ଠ ଖେଳାଳି ହୋଇଥିଲେ। କେବଳ ୧୩ ବର୍ଷ ୨୪୨ ଦିନ ବୟସରେ ଆଇପିଏଲ ନିଲାମ ପାଇଁ ସର୍ଟଲିଷ୍ଟ ହୋଇଥିବା ସର୍ବକନିଷ୍ଠ ଖେଳାଳି ଭାବରେ ବିହାରର ବୈଭବ ଇତିହାସ ସୃଷ୍ଟି କରିଥିଲେ।

ଘରୋଇ ସର୍କିଟରେ ଏହି ବାମହାତୀ ବ୍ୟାଟ୍ସମ୍ୟାନ ଖୁବ କମ ବୟସରେ ନିଜ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଜାନୁଆରୀ ୨୦୨୪ରେ ବିହାର ପାଇଁ ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିବା ପରେ ସେ ସେପ୍ଟେମ୍ବରରେ ଇଣ୍ଡିଆ ଅଣ୍ଡର-୧୯ ବନାମ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଯୁବ ଟେଷ୍ଟ ସିରିଜରେ ଏକ ଚମତ୍କାର ଶତକ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଗାମୀ ଅଣ୍ଡର -୧୯ଏସିଆ କପରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ବୈଭବ ପ୍ରସ୍ତୁତ ଅଛନ୍ତି।

ନିକଟରେ ଭାରତ ଏବଂ ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ମଧ୍ୟରେ ଦୁଇଟି ମ୍ୟାଚ ଅଣଆନୁଷ୍ଠାନିକ ଟେଷ୍ଟ ସିରିଜ ଖେଳାଯାଇଥିଲା। ଏଥିରେ ବୈଭବ ମାତ୍ର ୫୮ ବଲରେ ଶତକ ହାସଲ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଉନ୍ମତ୍ତକାଣ୍ଡ: ଧରି ନିର୍ଧୁମ ଛେଚିଲେ ଲୋକେ

ବଲାଙ୍ଗୀର,୧୫।୪: ବଲାଙ୍ଗୀର ସହରରୁ ପୁଣି ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସହରରେ ଜଣେ ନିଶାସକ୍ତ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ...

‘ଯୁବତୀ ଜାଣିଶୁଣି ଘରୁ ଚାଲିଯାଇଥିଲେ ଆଉ ରଖିଥିଲେ ଶାରିରୀକ ସମ୍ପର୍କ’, POCSO ମାମଲାରେ ଜେଲରେ ଥିବା ଯୁବକଙ୍କୁ ମୁକ୍ତ କଲେ କୋର୍ଟ

ମୁମ୍ବାଇ,୧୫।୪: ବମ୍ବେ ହାଇକୋର୍ଟ POCSO ମାମଲାରେ ତିନି ବର୍ଷ ଜେଲରେ ଥିବା ଜଣେ ୨୨ ବର୍ଷୀୟ ଯୁବକଙ୍କୁ ମୁକ୍ତ କରିଛନ୍ତି। ଯୁବକଙ୍କୁ ମୁକ୍ତ କରିବା ସମୟରେ...

LSG vs CSK: ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିବା ପରେ ଧୋନୀ ଆଶ୍ଚର୍ଯ୍ୟ ହୋଇ କହିଦେଲେ ଏମିତି କଥା

ଲକ୍ଷ୍ନୌ,୧୫।୪: ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଏମଏସ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଲକ୍ଷ୍ନୌ ସୁପର ଜଏଣ୍ଟସକୁ ୫ ଉଇକେଟ୍‌ରେ ପରାସ୍ତ...

ଶେୟାର ବଜାରରେ ଜବରଦସ୍ତ ଉତ୍ସାହ: ୧୭୫୦ ପଏଣ୍ଟ ଉପରକୁ ଉଠିଲା ସେନସେକ୍ସ, ଏସବୁ ଷ୍ଟକ୍‌ରେ ବଡ଼ ବୃଦ୍ଧି

ମୁମ୍ବାଇ,୧୫।୪: ଆରବିଆଇ ରେପୋ ହାର ହ୍ରାସ ଠାରୁ ଆରମ୍ଭ କରି ଟ୍ରମ୍ପଙ୍କ ଇଲେକ୍ଟ୍ରୋନିକ୍ସ ଉପରେ ଶୁଳ୍କରୁ ମୁକ୍ତି ଦେବା ପର୍ଯ୍ୟନ୍ତ, ଏସୀୟ ବଜାରରୁ ଭାରତୀୟ ବଜାର...

ବଡ଼ ରେକର୍ଡ କଲେ ଧୋନୀ: ବିଶ୍ୱର ପ୍ରଥମ ଖେଳାଳି ଭାବେ IPLରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୫ LSG ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚରେ ଅଧିନାୟକ ମହେନ୍ଦ ସିଂ ଧୋନୀ ଏକ ବଡ଼ ରେକର୍ଡ...

Odisha Fishing Ban: ଆଜିଠାରୁ ଓଡ଼ିଶା ଉପକୂଳରେ ମାଛ ଧରିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୫।୪: ମାଛମାନଙ୍କ ଅଣ୍ଡାଦାନ ଋତୁରେ ସାମୁଦ୍ରିକ ଜୀବନକୁ ସୁରକ୍ଷା ଦେବା ପାଇଁ, ଓଡ଼ିଶା ଉପକୂଳରେ ଏପ୍ରିଲ ୧୫ ତାରିଖରୁ ଦୁଇ ମାସ ପାଇଁ ମାଛ ଧରିବା...

Mehul Choksi: କିଏ ସେହି ମହିଳା? ଯାହାଙ୍କ ଉପରେ ଲାଗିଛି ଚୋକସିଙ୍କୁ ହନିଟ୍ରାପରେ ଫସାଇବାର ଅଭିଯୋଗ

ନୂଆଦିଲ୍ଲୀ,୧୫।୪: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର ୧୩,୫୦୦କୋଟି ଟଙ୍କାର ଋଣ ଠକେଇ ମାମଲାରେ ପଳାତକ ମେହୁଲ ଚୋକସି ବେଲଜିୟମ ପୋଲିସର ହେପାଜତରେ ଅଛନ୍ତି। ଭାରତ ଏହି...

ନିଆଁରେ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି: ଜାଣିଶୁଣି ପୋଡି ଦେଇଥିବା ଅଭିଯୋଗ

ପାଟଣାଗଡ ୧୫।୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ଏନଏସିସ୍ଥିତ ବ୍ଳକ ଛକଠାରେ ଦୀର୍ଘଦିନ ହେଲା ପଲିଥିନ ଘୋଡାହୋଇ ରହିଥିବା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image