ଏବେ ବିବାହ ଋତୁ ଚାଲିଥିବା ବେଳେ ନବଦମ୍ପତି ସେମାନଙ୍କ ସମ୍ପର୍କ କେମିତି ରହିବ ସେନେଇ ଚିନ୍ତିତ ଥା’ନ୍ତି। କିନ୍ତୁ ବାସ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ କେତେକ କଥା ପ୍ରତି ଧ୍ୟାନ ଦେଲେ ନବଦମ୍ପତିଙ୍କ ସମ୍ପର୍କ ମଧୁମୟ ହୋଇଉଠିବ। ତେବେ ଜାଣନ୍ତୁ ଏ ସମ୍ପର୍କରେ…
– ନବବିବାହିତ ଦମ୍ପତିଙ୍କ ବେଡ୍ରୁମ୍ ଦକ୍ଷିଣ-ପଶ୍ଚିମ କୋଣରେ ରହିଲେ ଭଲ।
– ବେଡ୍ରୁମ୍ ଗୋଲେଇ କିମ୍ବା ତିନିକୋଣିଆ ନ ହୋଇ ଚତୁର୍ଭୁଜ ଆକାରର ହେଲେ ସମ୍ପର୍କ ମଧୁର ହୋଇଥାଏ।
– ଶୋଇବା ରୁମ୍ରେ ଡ୍ରେସିଂ ଟେବୁଲ ଆଦୌ ରଖନ୍ତୁ ନାହିଁ। କାରଣ ଶୋଇବା ଘରେ ଦର୍ପଣ ରହିଲେ ଦାମ୍ପତ୍ୟ ଜୀବନରେ କଳହ ଲାଗିରହେ।
– ଘରର ମୁଖ୍ୟଦ୍ୱାରରେ ବେଡ୍ରୁମ୍ ରହିବା ଅନୁଚିତ। ଏମିତି କିଛି ଛୋଟମୋଟ ଦିଗ ପ୍ରତି ଧ୍ୟାନ ଦେଇ ସଚେତନ ହେଲେ ସମ୍ପର୍କରେ ମଧୁ ବର୍ଷିଥାଏ ବୋଲି ବାସ୍ତୁ ବିଶେଷଜ୍ଞ ମତ ଦିଅନ୍ତି।