କିଡ୍ନୀ ଷ୍ଟୋନ୍ରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ନିୟମିତ କଲରା ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଏହା ଦ୍ୱାରା ବିଭିନ୍ନ କିଡ୍ନୀ ସମସ୍ୟା ଦୂର ହୁଏ । କଲରାରେ ମ୍ୟାଗ୍ନେସିୟମ ଓ ଫସଫରସ ରହିଥାଏ। ଏହା କିଡ୍ନୀ ଷ୍ଟୋନ ରୋଗୀଙ୍କ ପାଇଁ ଖୁବ ଭଲ। ପ୍ରତିଦିନ କଲରା ଭଜା ଅବା କଲରା ତରକାରି ଖାଇଲେ କିଡ୍ନୀ ଷ୍ଟୋନ୍ରୁ ମୁକ୍ତି ମିଳେ। ଏଥିରେ ଭିଟାମନ ବି-୬ ଓ ଭିଟାମିନ-ବି ରହିଥାଏ। ନିୟମିତ ଭାବେ ଏହାର ରସ ଖାଲି ପେଟରେ ସକାଳୁ ପିଇଲେ ଉପକାର ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।