କିଷାନ କ୍ରେଡିଟ କାର୍ଡର ଲାଭ ନିଅନ୍ତୁ କୃଷକ

ଫୁଲବାଣୀ ଅଫିସ, ୧୩ା୨-ସରକାର କୃଷକମାନଙ୍କ ପାଇଁ କିଷାନ କ୍ରେଡିଟ କାର୍ଡ ବ୍ୟବସ୍ଥା କରିଛନ୍ତି। ଚାଷ ପାଇଁ ଏହାର ସମସ୍ତ ସୁବିଧା ଯେପରି ସମସ୍ତ କୃଷକ ନେବେ ଏବଂ ଏଥିରୁ କେହି ବଞ୍ଚିତ ନ ହେବେ ସେ ନେଇ ଏକ ଖବରଦାତା ସମ୍ମିଳନୀ ଶୁକ୍ରବାର ସ୍ଥାନୀୟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାବାର୍ଡ ଏଜିଏମ୍‌ ଶ୍ରୀବତ୍ସ ଲାଞ୍ଛନ ଦାସ ଯୋଗଦେଇ କହିଥିଲେ, ଯେଉଁମାନେ ଏହି କାର୍ଡ ପାଇଛନ୍ତି ସେମାନେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ଲାଭ ନେଇପାରିବେ। ଯେଉଁମାନେ କାର୍ଡ ପାଇ ନାହାନ୍ତି ସେମାନେ ନିକଟସ୍ଥ ବ୍ୟାଙ୍କକୁ ଯାଇ ନିର୍ଦ୍ଧାରିତ ଫର୍ମ ପୂରଣ କରି କାର୍ଡ ନେଇପାରିବେ। ଫେବୃୟାରୀ ୮ରୁ ୧୫ ଦିନ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ତେଣୁ ସମସ୍ତ କୃଷକ ଏହାର ଫାଇଦା ନେବାକୁ କହିଥିଲେ।
କିଷାନ କ୍ରେଡିଡ କାର୍ଡ (କେସିସି) ହେଉଛି ଏଟିଏମ ଭଳି ଏକ କାର୍ଡ। ଜଣେ ଚାଷୀ ବ୍ୟାଙ୍କରେ ଖାତା ଖୋଲିବା ପରେ କେସିସି ପାଇଁ ଏକ ନିର୍ଦ୍ଧାରିତ ଫର୍ମ ପୂରଣ କରିବାକୁ ହୁଏ। ଯାହା ଏକ ପ୍ରକାର ଲୋନ ଆକାଉଣ୍ଟ। ଚାଷୀର ଜମି ଏବଂ ସେ କେଉଁ ପ୍ରକାର ଫସଲ କରୁଛନ୍ତି, ସେହି ଅନୁସାରେ ସରକାରଙ୍କ ନିୟମ ଅନୁସାରେ ତାଙ୍କୁ ଆର୍ଥିକ ସହାୟତା ଦିଆଯାଏ। ଏହାଠୁ ଅଧିକ ହେଲେ ୨ ପ୍ରତିଶତ ସୁଧ ଦେବାକୁ ପଡେ। ଜଣେ ଚାଷୀ ଏହି କାର୍ଡରେ ନିଜର ଚାଷ ସମ୍ବନ୍ଧୀୟ ତଥ୍ୟ ଦେଇ ସର୍ବାଧିକ ୩ ଲକ୍ଷ ଟଙ୍କା ନେଇ ପାରିବ। ଚାଷ ପାଇଁ ଉଦ୍ଦିଷ୍ଟ ସମୟ ସୀମା ପୂରଣ ଅବା ଅମଳ ପରେ ପରେ ଚାଷୀଙ୍କୁ ଏହି ଟଙ୍କା ଶୁଝିବାକୁ ପଡିବ। ପୁଣି ଥରେ ଚାଷ କଲେ ସେ ଆବେଦନ ଫର୍ମ ପୂରଣ କରି ଆଉ ଟଙ୍କା ଚାଷ ପାଇଁ ନେବାକୁ ନିୟମ ରହିଛି।
ଯେଉଁ ଚାଷୀଙ୍କର ବ୍ୟାଙ୍କରେ ପିଏମ୍‌ କିଷାନ ଖାତା ଅଛି, ସେହି ଶାଖାରେ ଚାଷୀ ସମ୍ପର୍କ କରି କେସିସି କାର୍ଡ ନେବେ। ଆବଶ୍ୟକ ପଡିଲେ ଏହାର ସମୟ ସୀମା ମଧ୍ୟ ବଢ଼ାଇ ପାରିବେ। ଯାହାର କେସିସି କାର୍ଡ ନିଷ୍କ୍ରିୟ ହୋଇ ଯାଇଛି ତାହାକୁ ପୁନର୍ବାର ସକ୍ରିୟ କରାଇ ପାରିବେ। ଯେଉଁମାନଙ୍କ ପାଖରେ କେସିସି ସେବା ନାହିଁ, ସେମାନେ ନିଜର ଫସଲ ବିବରଣୀ ସହ ଜମି କାଗଜପତ୍ର ଆଣି ବ୍ୟାଙ୍କ ଶାଖା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରି ନୂଆ ସୀମା ମଞ୍ଜୁର କରି ଏହି କାର୍ଡ ନେବେ। ସେହିପରି ଯେଉଁ ଚାଷୀଙ୍କ ପାଖରେ ଏହି କାର୍ଡ ଅଛି ଏବଂ ସେମାନେ ପଶୁ ପାଳନ, ମତ୍ସ୍ୟ ଚାଷ ପାଇଁ ସୀମା ବୃଦ୍ଧି କରିବାକୁ ଚାହାନ୍ତି, ସେମାନେ ନିଜ ଶାଖାରେ ପରାମର୍ଶ ନେଇ କରି ପାରିବେ। କନ୍ଧମାଳ ଜିଲାରେ ୧ ଲକ୍ଷ ୫୦ ହଜାର କୃଷକ ରେକର୍ଡ ଭୁକ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧ ହଜାର କୃଷକ କେସିସି କାର୍ଡ ପାଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଜିଲା କୃଷି ଅଧିକାରୀ ରବି ନାୟକ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ମନୋଜ କୁମାର ଦାସ, ଲିଡ ବ୍ୟାଙ୍କ ମ୍ୟାନେଜର କଳ୍ପତରୁ ସ୍ବାଇଁ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଗୌର କୁମାର ଦାସ, ସମବାୟ ଉପ ନିବନ୍ଧକ ପ୍ରଭାତ କୁମାର ଜେନା, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ଆଡଲା ଶ୍ରୀନିବାସ ରାଓଙ୍କ ସମେତ ଅନ୍ୟ ବ୍ୟାଙ୍କ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri