![](https://www.dharitri.com/wp-content/uploads/2019/07/n-13-4.jpg)
ଶ୍ରୀନଗର,୮।୭: ଜମ୍ମୁ-କଶ୍ମୀର କୁପଓ୍ବାରାରେ ସୋମବାର ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ସେନା ଯବାନ ଆହତ ହୋଇଥିବା କୁହାଯାଉଛି। ନିୟନ୍ତ୍ରଣ ରେଖା ନିକଟରେ ପିମ୍ପଲ ପୋଷ୍ଟ ନିକଟରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଲାଣ୍ଡ୍ ମାଇନ୍ ଯୋଗୁ ହୋଇଥିବା କୁହାଯାଉଛି। ଯବାନ ଜଣଙ୍କ ଡ୍ୟୁଟିରେ ଥିବା ସମୟରେ ଏପରି ଘଟିଥିଲା।