ନୂଆଦିଲ୍ଲୀ,୯।୯: ଗୋଆର କୁର୍ଲିସ ରେଷ୍ଟୁରାଣ୍ଟ ଭାଙ୍ଗିବାକୁ ନେଇ ସୁପ୍ରିମକୋର୍ଟ ସ୍ଥଗିତଦେଶ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନ୍ଶୁକ୍ରବାର ହେବ। ପରିବେଶ ନିୟମ ଉଲ୍ଲଂଘନ ହେତୁ ଏନଜିଟି ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲା। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ରୋକ ଲଗାଇଛନ୍ତି। ନିଷ୍ପତ୍ତି ନିଆଯିବା ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟଗୁଡିକରେ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଜାରି ରହିବ।
ସୂଚନାଯୋଗ୍ୟ,ସିଆର୍ଜେଡ୍ ନିୟମ ଉଲ୍ଲଂଘନ କରିଥିବାରୁ ଶୁକ୍ରବାର ସକାଳୂ ବିବାଦୀୟ କୁର୍ଲିସ କ୍ଲବକୁ ବୁଲଡୋଜର ସହାୟତାରେ ସରକାର ଭାଙ୍ଗିବା ଆରମ୍ଭ କରିଥିଲେ। ଏହି କ୍ଲବରେ ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗାଟ ମୃତ୍ୟୁ ପୂର୍ବରୁ ପାର୍ଟି କରିବାର ଭିଡିଓ ସାମ୍ନାକୁ ଆସିଥିଲା। ଏହି କ୍ଲବରେ ଫୋଗାଟଙ୍କୁ ଡ୍ରଗ୍ସ ଦିଆଯାଇଥିଲା, ଯାହା ପରେ କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା।