ଇସ୍ଲାମାବାଦ,୧୩-୯(ପି.ଟି.):ପାକିସ୍ତାନର ଜେଲରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀଙ୍କୁ ଉଚ୍ଚାୟୁକ୍ତଙ୍କ ଜରିଆରେ ଦ୍ୱିତୀୟ ଥର ପାଇଁ ଆଇନଗତ ସହାୟତା ଦେବାକୁ ମନାକରିଦେଇଛି ଇସ୍ଲାମାବାଦ। ଆଉ ଥରେ କନ୍ସୁଲାର ଆକ୍ସେସ୍ ପାଇଁ କୌଣସି ଯୋଜନା ନାହିଁ ବୋଲି ଗୁରୁବାର ପାକିସ୍ତାନ ବହିର୍ବ୍ୟାପାର ମୁଖପାତ୍ର ମହମ୍ମଦ ଫୈଜାଲ କହିଛନ୍ତି। ୪୯ ବର୍ଷୀୟ କୁଳଭୂଷଣଙ୍କୁ ୨୦୧୭ ଏପ୍ରିଲରେ ପାକିସ୍ତାନୀ ସାମରିକ ଅଦାଲତ ଗୁପ୍ତଚର ବୃତ୍ତି ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଦେଇଛି। ଭାରତ ଏହାକୁ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ)ରେ ଚ୍ୟାଲେଞ୍ଜ କରିବା ପରେ ରାୟ ଉପରେ ରୋକ ଲାଗିଛି। ଆଇସିଜେଙ୍କ ନିର୍ଦ୍ଦେଶକ୍ରମେ ଇସ୍ଲାମାବାଦରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଗୌରବ ଅହଲୁଓ୍ବାଲିଆ କୁଳଭୂଷଣଙ୍କୁ ଗତ ୨ ତାରିଖରେ ଭେଟି ୨ ଘଣ୍ଟା ଧରି କଥା ହୋଇଥିଲେ।