କୃଷି ଉତ୍ପାଦରେ ମୂଲ୍ୟ ସଂଯୋଗ

ଦୀପକ କୁମାର ରାମ

କରୋନା ଭାଇରସ ସାମଗ୍ରିକ ଭାବରେ ଆମର କୃଷି ଓ କୃଷକମାନଙ୍କ ଉପରେ ବହୁ ଗଭୀର ପ୍ରଭାବ ପକାଇଛି। ଏହାଦ୍ୱାରା ଦେଶର ଅର୍ଥନୀତି ତଥା ବଜାରରେ ସମସ୍ତ ଯୋଗାଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି।
ଚଳିତବର୍ଷ କୃଷକମାନେ ବହୁତ ଭଲ ଫସଲ ଅମଳ କରିଥିଲେ। ତେଣୁ ଭଲ ଲାଭ ମଧ୍ୟ ଆଶା କରୁଥିଲେ। କିନ୍ତୁ କରୋନା ଭୂତାଣୁ ସମସ୍ତଙ୍କର ଜୀବନ ଓ ଜୀବିକାକୁ ବହୁଭାବେ କ୍ଷତିଗ୍ରସ୍ତ କରିଛି। ସେମାନେ ଉତ୍ପାଦନ କରୁଥିବା ଫସଲ ଫଳ ଓ ପନିପରିବା, ଯାହା ବହୁ ଅଳ୍ପ ସମୟ ମଧ୍ୟରେ ନଷ୍ଟ ହୋଇଯାଏ, ଏହାଦ୍ୱାରା ମୁଖ୍ୟତଃ କ୍ଷତିଗ୍ରସ୍ତ ହୋଇଛି। ସ୍ବଳ୍ପ ଶୀତଳ ଭଣ୍ଡାର ଓ ପ୍ରକୃଷ୍ଟ ଗୋଦାମ ଘରର ଅଭାବ ଏହାର ଏକ ପ୍ରମୁଖ କାରଣ।
କରୋନା ମହାମାରୀର ପରବର୍ତ୍ତୀ ସମୟରେ କୃଷି ଉତ୍ପାଦରେ ଉଚିତ ମୂଲ୍ୟଯୁକ୍ତୀକରଣ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ। ବହୁ କୃଷି ଉତ୍ପାଦର ଜୀବନକାଳ ବହୁତ କମ୍‌, ଯାହା ଶୀଘ୍ର ଖରାପ ହୋଇଯାଏ। ତେଣୁ ଏହିସବୁ ଶୀଘ୍ର ନଷ୍ଟ ହୋଇଯାଉଥିବା ଉତ୍ପାଦର ପ୍ରକ୍ରିୟାକରଣର ବହୁତ ବଡ଼ ଆବଶ୍ୟକତା ରହିଛି। ଏହି ସମସ୍ୟାର ନିରାକରଣ ପାଇଁ ମୁଖ୍ୟତଃ ୨ଟି ଉପାୟ ରହିଛି। ପ୍ରଥମରେ ନୂତନ ଶୀତଳୀକରଣ ଭଣ୍ଡାରର ସ୍ଥାପନା ତଥା ବର୍ତ୍ତମାନ ଉପଲବ୍ଧ ଭଣ୍ଡାରଗୁଡ଼ିକର ଉନ୍ନତି କରାଯିବା ଉଚିତ। ତାହା ସହ ଏହି ଭଣ୍ଡାରଗୁଡ଼ିକ ଉତ୍ପାଦନ ହେଉଥିବା ଅଞ୍ଚଳରେ ହିଁ ସ୍ଥାପିତ ହେବା ଉଚିତ, ଯାହାଦ୍ୱାରା ସମୟ ଓ ଖର୍ଚ୍ଚର ଅପଚୟ ରୋକାଯାଇ ପାରିବ ଓ ସାମୟିକ ଭାବରେ ମୁଖ୍ୟ ଲକ୍ଷ୍ୟ ହାସଲ କରିହେବ। ଦ୍ୱିତୀୟତଃ ଉତ୍ପାଦିତ ଫଳ ଓ ପନିପରିବାର ଠିକ୍‌ ପ୍ରକ୍ରିୟାକରଣ କରି ବିଭିନ୍ନ ସାମଗ୍ରୀ ଉତ୍ପାଦନ କରାଯାଇ ପାରିବ, ଯାହା ପରବର୍ତ୍ତୀ ସମୟରେ ବହୁଦିନ ପର୍ଯ୍ୟନ୍ତ ନଷ୍ଟ ନ ହୋଇ ବ୍ୟବହାର ଉପଯୋଗୀ ରହିପାରିବ। ଏହାଦ୍ୱାରା ବିଭିନ୍ନ ଦ୍ରବ୍ୟର ଗୁଣବତ୍ତା ବଢ଼ିବା ସହ ମୂଲ୍ୟ ବୃଦ୍ଧି ହୋଇପାରିବ। ଆଜିର ଦୁନିଆରେ ସହଜରେ ସଙ୍ଗେ ସଙ୍ଗେ ପ୍ରସ୍ତୁତ କରାଯାଉଥିବା ଖାଇବା ପଦାର୍ଥର ପ୍ରଚୁର ଚାହିଦା ରହିଛି। ଆମ ଦେଶର ଯୁବପିଢ଼ିଙ୍କର ଅବଦାନ ଏଥିପାଇଁ ବହୁତ ଅଧିକ।
ଫଳ ଓ ପନିପରିବାର ଉତ୍ପାଦନ ପରେ ବିଭିନ୍ନ ଭ୍ରାମ୍ୟମାଣ ପ୍ରକ୍ରିୟାକରଣ ବ୍ୟବସ୍ଥା ମାଧ୍ୟମରେ ଏହାକୁ ସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଭଲଭାବରେ ସଫା କରାଯାଇ ଏହାର ରସ ଓ ମଣ୍ଡ ବାହାର କରାଯାଇପାରିବ। ଆବଶ୍ୟକତା ଅନୁଯାୟୀ ଏହାକୁ ଗରମ କରିବା ପରେ ବିଭିନ୍ନ ବୋତଲ ତଥା ପ୍ୟାକେଟରେ ଭର୍ତ୍ତି କରାଯାଇ ପାରିବ। ଏହିସବୁ ପ୍ରକ୍ରିୟାରେ ସ୍ବାସ୍ଥ୍ୟକର ପରିବେଶର ସବୁଠାରୁ ବଡ଼ ଭୂମିକା ରହିଛି, ଯାହାଦ୍ୱାରା ଏହା ବହୁଦିନ ପର୍ଯ୍ୟନ୍ତ ସଂଗ୍ରହ କରି ରଖାଯାଇ ପାରିବ। ଆମ ରାଜ୍ୟରେ ଏହି ପ୍ରକ୍ରିୟା ମାଧ୍ୟମରେ ଆମ୍ବ, ଲିଚୁ, କାଜୁ ତଥା ଟମାଟୋ ରଖାଯାଇ ପାରିବ। ଏହାଦ୍ୱାରା ଅଭାବୀ ବିକ୍ରି ତଥା କୋଭିଡ୍‌-୧୯ ସମୟରେ ବିକ୍ରି ନ ହୋଇ ପାରିବା ଯୋଗୁ ନଷ୍ଟ ହୋଇଯାଉଥିବା କୃଷି ଉତ୍ପାଦକୁ ଭବିଷ୍ୟତରେ ରୋକାଯାଇ ପାରିବ ଓ ଚାଷୀ ତାହାର ପରିଶ୍ରମର ଉଚିତ ମୂଲ୍ୟ ପାଇପାରିବ।
ଉଦାହରଣ ସ୍ବରୂପ ଆମ୍ବ, ଯାହା ଫଳମାନଙ୍କର ରାଜା ବୋଲି ପରିଚିତ ଓ ସାରା ରାଜ୍ୟରେ ଉପଲବ୍ଧ ହୋଇଥାଏ। ପ୍ରକାରଭେଦ ଅନୁଯାୟୀ ଆମ ରାଜ୍ୟର ଉର୍ବର ମାଟି ଓ ଉତ୍ତମ ସହାୟକ ପରିବେଶ ଯୋଗୁ ବହୁ ପ୍ରକାରର ଦେଶୀୟ ତଥା ଉଚ୍ଚସ୍ତରୀୟ ଆମ୍ବ ଚାଷ କରାଯାଇଥାଏ। ଏହି ଆମ୍ବ ଉତ୍ପାଦନ ଭବିଷ୍ୟତରେ ଆମ ରାଜ୍ୟର ଖାଦ୍ୟ ସୁରକ୍ଷା ପାଇଁ ସହାୟକ ହୋଇପାରିବ। ଆମ୍ବ ଦ୍ୱାରା ବହୁ ପ୍ରକାରର ମୂଲ୍ୟଯୁକ୍ତ ସାମଗ୍ରୀ ଆମ ରାଜ୍ୟରେ ହିଁ ପ୍ରସ୍ତୁତ କରାଯାଇ ପାରିବ, ଯାହାର ଏକ ସମ୍ପୂର୍ଣ୍ଣ ବିପଣୀ ସମଗ୍ର ଦେଶ ଓ ବିଦେଶରେ ପ୍ରସ୍ତୁତ ହୋଇ ରହିଛି। ତେଣୁ ଏହି ସୁଯୋଗର ସଦୁପଯୋଗ ଆମ ରାଜ୍ୟର କୃଷକ ତଥା କୃଷିକ୍ଷେତ୍ର ପାଇଁ ଏକ ବରଦାନ ପରି କାର୍ଯ୍ୟ କରିବ।
ବିଭାଗୀୟ ମୁଖ୍ୟ, କୃଷି ବ୍ୟବସାୟ ପରିଚାଳନା କେନ୍ଦ୍ର, ବ୍ୟବସାୟ ପ୍ରଶାସନ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri