ନୂଆଦିଲ୍ଲୀ,୨୨।୪: କୃଷି ଋଣ ନେଇଥିବା କୃଷକଙ୍କୁ ମିଳିବ ଆଶ୍ୱସ୍ତି । କୃଷି ଋଣ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ମଙ୍ଗଳବାର ୩ ମାସର ମୋରାଟୋରିୟମ ଘୋଷଣା କରିଛି। ଏହି ସମୟରେ ଅଧିକ ହାରରେ ସୁଧ ମଧ୍ୟ କୃଷକଙ୍କୁ ଦେବାକୁ ପଡିବ ନାହିଁ। କିଷାନ କ୍ରେଡିଟ୍ କାର୍ଡରେ ଋଣ ନେଇଥିବା କୃଷକଙ୍କୁ ଏହାର ଲାଭ ଉପଲବ୍ଧ ହେବ। କରୋନା ଯୋଗୁ ଏବେ କୃଷକମାନେ ବିଭିନ୍ନ ଅସୁବିଧା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି କୃଷକଙ୍କୁ ଆଶ୍ୱସ୍ତି ଦେବା ଲାଗି ଏଭଳି ପଦକ୍ଷେପ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଇଛି। ଏହା ସହ କୃଷକ ଇଣ୍ଟରେଷ୍ଟ ସବ୍ଭେନଶନ ସ୍କିମ୍ର ଲାଭ ଉଠାଇବାକୁ ମଧ୍ୟ ସୁବିଧା ପାଇବେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।