କୃଷି ବିଭାଗ କର୍ମଚାରୀ ବୋଲି ପରିଚୟ ଦେଇ ଶିକ୍ଷକଙ୍କଠାରୁ ୪ ଲକ୍ଷ ଠକେଇ

ହାଟଡିହୀ,୨୮ା୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଗେଡମା ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକ ୪ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏନେଇ ନନ୍ଦିପଦା ଥାନାରେ ଏକ ମାମଲା (ନଂ.୭/୨୦୨୦) ଦାୟର ହୋଇଛି। ଅଭିଯୋଗ ଅନୁସାରେ ଜଣେ ବ୍ୟକ୍ତି ଶିକ୍ଷକ ଲକ୍ଷ୍ମୀଧର ସାହୁଙ୍କ ଘରକୁ ଯାଇ ନିଜକୁ କୃଷି ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ତୁମ ପଞ୍ଚାୟତରେ କୃଷି ଯନ୍ତ୍ରପାତି ଅଫିସ ଖୋଲାଯିବ ଏବଂ ତୁମକୁ ଜଣେ ଅବସରପ୍ରାପ୍ତ ବ୍ୟକ୍ତି ହିସାବରେ ମୁଖ୍ୟ ଦାୟିତ୍ୱ ଦିଆଯିବ ମଧ୍ୟ କହିଥିଲେ। ଏଥିପାଇଁ ଗୋଟିଏ ୧ ହଜାର ଟଙ୍କାର ହାଟଡିହୀ ବ୍ୟାଙ୍କ ଅଫ ଇଣ୍ଡିଆ ଚେକ ଶିକ୍ଷକଙ୍କ ଠାରୁ ନେଇଥିଲେ। ପରେ ଶିକ୍ଷକଙ୍କ ସନ୍ଦେହ ହେବାରୁ ହାଟଡିହୀ ବ୍ୟାଙ୍କ ଅଫ ଇଣ୍ଡିଆକୁ ଯାଇ ବୁଝାବୁଝି କରିଥିଲେ। ଶିକ୍ଷକଙ୍କ ପାସବହିରୁ ୪ ଲକ୍ଷ ୧୦ ହଜାର ଟଙ୍କା ଯାଜପୁର ଜିଲା କୋରାବନ୍ଦି ସାହାଡାକୋଲି ଗ୍ରାମର ଜଣେ ବ୍ୟକ୍ତିଙ୍କ ରଗୁଡି ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ପାସବହିକୁ ଟ୍ରାନ୍ସଫର ହୋଇଥିବା ଜଣାପଡିଲା। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଅଦ୍ୟାବଧି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରି ନ ଥିବା ବେଳେ ବ୍ୟାଙ୍କ ସିସିଟିଭି ଯାଞ୍ଚ ନିମନ୍ତେ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ମାସରେ ରେଳରୋକୋ କରିବ ଯାତ୍ରୀ ସୁରକ୍ଷା କମିଟି

ରୁପ୍ରାରୋଡ୍‌,୧୯ା୪(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ରୁପ୍ରାରୋଡ୍‌ ରେଳଯାତ୍ରା ସୁରକ୍ଷା କମିଟି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆସନ୍ତା ତା-୬.୫.୨୫ରେ ରୁପ୍ରାରୋଡ୍‌ରେ ରେଳରୋକୋ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ର...

ଗଛରେ ଝୁଲୁଛି ତାଡ଼ି ଗାଡୁଆ, ଯୁବ ସମାଜ ପଥଭ୍ରଷ୍ଟ

ମହାକାଳପଡ଼ା, ୧୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ସରକାର ପାମ୍‌ ଜାତୀୟ ଗଛ ରୋପଣ କରିିବା ପାଇଁ ଗୁରୁତ୍ୱାରୋପ କରୁଛନ୍ତି। ରାସ୍ତା ପାଶର୍‌ବ, ଖୋଲା ପଡ଼ିଆ, ନଦୀ, ନାଳ,...

ତୁଳସୀ କ୍ଷେତ୍ରରେ ଐତିହ୍ୟ ସ୍ମାରକୀକୁ ଅଣଦେଖା

କେନ୍ଦ୍ରାପଡ଼ା,୧୯ା୪ (ଜଗନ୍ନାଥ ଧଳ): ଶୁକ୍ରବାର ବିଶ୍ୱ ଐତିହ୍ୟ ଦିବସ ପାଳିତ ହୋଇଯାଇଛି। ନିଜ ଅଞ୍ଚଳର ଐତିହ୍ୟ ସ୍ମାରକୀ ଚିହ୍ନଟ ଓ ଏହାର ସଂରକ୍ଷଣ ପାଇଁ ଇଣ୍ଟରନ୍ୟାଶନାଲ...

କାର୍ଯ୍ୟକ୍ଷମ ଅପେକ୍ଷାରେ ସହରର ଡ୍ରେନେଜ ସିଷ୍ଟମ୍‌ ପ୍ଲାନ

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ପୌରାଞ୍ଚଳ ଡ୍ରେନେଜ ସିଷ୍ଟମର ପୁନରୁଦ୍ଧାର ଏକ ସମସ୍ୟା ଭାବେ ଉଭା ହୋଇଛି। ପୌରପାଳିକା ପକ୍ଷରୁ ଡ୍ରେନ ସଫେଇକୁ ଗୁରୁତ୍ୱ ଦିଆଯାଉଛି। ମାତ୍ର...

ସମୁଦ୍ରରୁ ମାଛଧରା ବନ୍ଦ ପରେ ପୁଟି ଦେଉଛି ରୋଜଗାର

ପାରାଦୀପ,୧୯।୪(ଶରତ ରାଉତ): ରାଜ୍ୟର ଉପକୂଳ ଓଡ଼ିଶାରେ ଏବେ ସାମୁଦ୍ରିକ ମାଛଧରା ବନ୍ଦର ଅଛି। ଏହା ମଧ୍ୟରେ ମାଛ ଗଦି କରିଥିବା ବ୍ୟବସାୟୀମାନେ ପୁଟି ବେପାର ଉପରେ...

କାଳବୈଶାଖୀ ହେଲା କାଳ: ଉପୁଡ଼ିଲା ଟେଣ୍ଟ ଖୁଣ୍ଟ, ଜୀବନ ବିକଳରେ ଦୌଡ଼ିଲେ ଦର୍ଶକ

ମହାକାଳପଡ଼ା, ୧୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମା’ ଦରିଆ ରାମଚଣ୍ଡୀ ମନ୍ଦିର ପୀଠରେ ଜମ୍ବୁ ଦ୍ୱୀପ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର...

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା: ଦଳୀୟ ସମ୍ମିଳନୀରେ ଗୋଷ୍ଠୀ କନ୍ଦଳ

ବଡ଼ବିଲ,୧୮ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲଠାରେ ଭାଜପା ପକ୍ଷରୁ ଆୟୋଜିତ ସକ୍ରିୟ ସଦସ୍ୟ ସମ୍ମିଳନୀରେ ଶୁକ୍ରବାର ଦଳର ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ...

ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ବଡଖାନା

ଭଞ୍ଜନଗର,୧୮/୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ନିକଟସ୍ଥ ତନରଡ଼ା ସ୍ଥିତ ଆଇ ଆର୍ ବି ୮ ମ ସ୍ଵତନ୍ତ୍ର ବାଟାଲିୟନ ପରିସରରେ ପୋଲିସ୍ ପ୍ରତିଷ୍ଠା ଦିବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image