Posted inଖେଳ

କେଉଁ ଭଳି ଆରମ୍ଭ ହୋଇଥିଲା ରଣଜୀ ଟ୍ରଫି

ରଣଜୀ ଟ୍ରଫି ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘରୋଇ କ୍ରିକେଟ ପ୍ରତିଯୋଗିତା। ଏଥିରୁ ହିଁ ଖେଳାଳିଙ୍କୁ ଭାରତୀୟ ଦଳ ପାଇଁ ଚୟନ କରାଯାଏ। କିନ୍ତୁ ଏହି ରଣ୍‌ଜୀ ଟ୍ରଫି ପ୍ରଥମେ କେଉଁ ଭଳି ଆରମ୍ଭ ହୋଇଥିଲା, ତାହା ପ୍ରାୟ ପ୍ରଶଂସକଙ୍କୁ ଜଣା ନ ଥିବ। ଇଂରେଜ ଶାସନ ଅମଳରେ ନଓ୍ବାନଗର ନାମକ ଏକ ରାଜ୍ୟ ଥିଲା। ଏବେ ତାହା ବିହାରର ଅଂଶବିଶେଷ। ସେତେବେଳେ ସେଠାରେ ସିହ୍ନାଜି ରାଜ ବଂଶ ରାଜୁତି କରୁଥିଲେ। ୧୮୭୨ ମସିହା ସେପ୍ଟେମ୍ବର ୧୦ ତାରିଖରେ ରାଜ ପରିବାରେ ଜନ୍ମଗ୍ରହଣ କରିଥିଲେ ରଣଜିତସିହ୍ନାଜି। ସେ ବେଙ୍ଗଲରେ ଶିକ୍ଷା ଗ୍ରହଣ କରୁଥିବାବେଳେ କଲେଜ ଅଧ୍ୟକ୍ଷଙ୍କଠାରୁ କ୍ରିକେଟ ବିଷୟରେ ଜାଣିବାକୁ ସୁଯୋଗ ପାଇଥିଲେ। ପରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ସେ ସସେକ୍ସ ପାଇଁ ପଦାର୍ପଣ ଫାଷ୍ଟ କ୍ଲାସ ମ୍ୟାଚ୍‌ରେ ୭୭ ଓ ୧୫୦ ରନ୍‌ କରିଥିଲେ। କିଛି ଦିନ ପରେ ରଣଜିତସିହ୍ନାଜି ଇଂଲଣ୍ଡ ପାଇଁ ପଦାର୍ପଣ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମଧ୍ୟ ଅର୍ଦ୍ଧଶତକ ଓ ଶତକ ହାସଲ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ ଖେଳିବାରେ ସେ ପ୍ରଥମ ଭାରତୀୟ। ରାଜ୍ୟ ଶାସନ ଦାୟିତ୍ୱ ଥିବାରୁ କ୍ରିକେଟରେ ବଡ଼ କ୍ୟାରିୟର କରିପାରି ନ ଥିଲେ। କିନ୍ତୁ ଛୋଟିଆ କ୍ୟାରିୟରରେ ସେ ଇଂଲଣ୍ଡର ପ୍ରତିଷ୍ଠିତ ବ୍ୟାଟ୍ସମ୍ୟାନ ପାଲଟିଥିଲେ। ସେ ଆଧୁନିକ ବ୍ୟାଟ୍ସମ୍ୟାନଙ୍କ ଶଟ୍‌ ଯଥା ଲେଟ୍‌ କଟ, ଲେଗ୍‌ ଗ୍ଲାନ୍ସ ଭଳି ଶଟ୍‌ ପ୍ରଥମେ ଖେଳିବା ଆରମ୍ଭ କରିଥିଲେ। ଜଣେ ଭାରତୀୟ ଖେଳାଳି ଇଂଲଣ୍ଡ ପାଇଁ ଖେଳିବାର ଏହା ଥିଲା ପ୍ରଥମ ଘଟଣା। ସେ ମାତ୍ର ୧୫ ଟେଷ୍ଟ ଖେଳି ୨ ଶତକ ଓ ୬ ଅର୍ଦ୍ଧଶତକ ସହ ୯୮୯ ରନ୍‌ କରିଥିଲେ। ତାଙ୍କ ମୃତ୍ୟୁର ଗୋଟିଏ ବର୍ଷ ପରେ ବିସିସିଆଇ ରଣଜୀ ଟ୍ରଫି ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ୧୯୩୪-୩୫ରେ ଆରମ୍ଭ କରିଥିଲା। ସେଥର ବିସିସିଆଇକୁ ଟ୍ରଫି ମଧ୍ୟ ରଣଜିତସିହ୍ନାଜିଙ୍କ ପରିବାର ବର୍ଗ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ...

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍‌ ଏସ୍‌ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍‌ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ...

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ...

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri