ହେଲ୍ଥ ଟିପ୍ସର ଆଜିର ଏପିସୋଡରେ ଜାଣିବା ଗୋଟିଏ ଦିନରେ ଆମେ କେତେ ପରିମାଣରେ ପାଣି ପିଇବା ଶରୀର ପାଇଁ ହିତକାର ହୋଇଥାଏ । ଯୁବାବସ୍ଥାରେ ପୁରୁଷଙ୍କ ଶରୀରରେ ପାଣିର ମାତ୍ରା ୬୦ପ୍ରତିଶତ ରହିଥାଏ, ସେହିଭଳି ମହିଳାଙ୍କ ଶରୀରରେ ୫୫ପ୍ରତିଶତ ପାଣି ରହିଥାଏ ବୋଲି ଜଣାପଡିଛି । ତେବେ ପାଣି ଆମ ଶରୀରରେ କିଭଳି ରହିଥାଏ । କିଛି ପାଣି କିଡନି, ଲିଭର, ପେଟ, ମୂତ୍ରାଶୟ ଏବଂ ହାଡରେ ଗଚ୍ଛିତ ହୋଇ ରହିଥାଏ । ହାର୍ଟ ଏବଂ ମୁଣ୍ଡରେ ୭୫ପ୍ରତିଶତ ପାଣି ରହିଥାଏ । ପୁରା ଶରୀରରେ କହିବାକୁ ଗଲେ କୋଷିକାରେ ଅଧିକ ପରିମାଣରେ ପାଣି ରହିଥାଏ ।