Posted inଫୁରସତ

କେଉଁଠି ପାଳିବେ ନୂଆବର୍ଷ

ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବାକୁ ଏବେ ସମସ୍ତେ ପ୍ରାୟ ପ୍ରସ୍ତୁତ ହୋଇସାରିବେଣି। ଏପରିକି କେହି କେହି ତ ନୂଆବର୍ଷରେ କେଉଁ ନୂଆ ଜାଗାକୁ ବୁଲି ଯିବା ପାଇଁ ପ୍ଲାନିଂ ବି କରିବେଣି। ଯଦି ଆପଣ ମଧ୍ୟ ସେମିତି କିଛି ଯୋଜନା କରୁଥାନ୍ତି, ତା’ହେଲେ ଏଠାରେ ଦିଆଯାଇଥିବା କିଛି ଖାସ୍‌ ଡେଷ୍ଟିନେଶନ ମଧ୍ୟରୁ କାହାକୁ ବି ଚୟନ କରିପାରିବେ। କାରଣ ଏହିସବୁ ସ୍ଥାନଗୁଡ଼ିକରେ ବେଶ୍‌ ଆକର୍ଷଣୀୟ ଢଙ୍ଗରେ ନୂତନ ବର୍ଷକୁ ସ୍ବାଗତ କରାଯାଇଥାଏ। ଯେଉଁଠାକୁ ଗଲେ ନିଆରା ଅନୁଭୂତି ମିଳିବା ସହ ସ୍ଥାନୀୟ କିଛି ପର୍ଯ୍ୟଟନସ୍ଥଳୀ ଦେଖିବାର ସୁଯୋଗ ବି ମିଳିଥାଏ…

ଉଦୟପୁର: ହ୍ରଦର ସହର ଭାବେ ପରିଚିତ ରାଜସ୍ଥାନର ଉଦୟପୁର ସେହି ପର୍ଯ୍ୟଟକଙ୍କ ପାଇଁ ବେଷ୍ଟ ପାର୍ଟି ଡେଷ୍ଟିନେଶନ, ଯେଉଁମାନେ ସପରିବାରେ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଅପେକ୍ଷା କରିଥାନ୍ତି। କାରଣ ଏଠାକାର ସଂସ୍କୃତି ଓ ପରମ୍ପରା ବେଶ୍‌ ମନଛୁଆଁ, ଯେଉଁଥିରୁ ଅନେକ କିଛି ଶିଖି ବି ହୁଏ। ତା’ଛଡ଼ା ନୂଆବର୍ଷ ଅବସରରେ ଏଠାକାର ସାଜସଜ୍ଜାରେ ଫଟୋ ଉଠାଇବା ସହ ଶପିଂ ତଥା ରାଜସ୍ଥାନୀ ଖାଇବାର ମଜା ନେବା ହିଁ କିଛି ନିଆରା ଆନନ୍ଦ ଦେଇଥାଏ।

ଜୈସଲମେର୍‌: ରାଜସ୍ଥାନର ଜୈସଲ୍‌ମେର୍‌ ବି ନୂଆବର୍ଷର ଛୁଟି କଟାଇବା ପାଇଁ ଖୁବ୍‌ ଭଲ ସ୍ଥାନ। ‘ଦି ଗୋଲ୍ଡେନ୍‌ ସିଟି’ ଭାବେ ପରିଚିତ ଏହି ସହରର ମୁଖ୍ୟ ଆକର୍ଷଣ ହେଉଛି ଜୈସଲମେର୍‌ ଦୁର୍ଗ। ତା’ଛଡା ଏଠାରେ ଓଟ ପିଠିରେ ବସି ବୁଲିବା, ପର୍ଯ୍ୟଟକଙ୍କ ପାଇଁ ବାଲି ଉପରେ ସ୍ବତନ୍ତ୍ର ଭାବେ ତିଆରି ହୋଇଥିବା କ୍ୟାମ୍ପରେ ରହିବା ସାଙ୍ଗକୁ ରାଜସ୍ଥାନୀ ଖାଦ୍ୟର ସ୍ବାଦ ନେବା ହିଁ କିଛିଟା ଅଲଗା ଅନୁଭୂତି ଦେଇଥାଏ।

ଜୟପୁର: ପିଙ୍କ୍‌ ସିଟି ଭାବେ ପରିଚିତ ରାଜସ୍ଥାନର ଜୟପୁରରେ ବି ନୂଆବର୍ଷ ଅବସରରେ ରଙ୍ଗିନ ଆଲୋକମାଳାର ସାଜସଜ୍ଜା ସାଙ୍ଗକୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ଦେଖିବାକୁ ମିଳିଥାଏ। ଖାସ୍‌କରି ଏଠାକାର ହାଓ୍ବା ମହଲ, ଜଲ୍‌ ମହଲ୍‌, ସିଟି ପ୍ୟାଲେସ୍‌, ଆମେର୍‌ ଦୁର୍ଗ, ଜନ୍ତରମନ୍ତର ଇତ୍ୟାଦି ପର୍ଯ୍ୟଟନସ୍ଥଳଗୁଡ଼ିକୁ ନୂଆବର୍ଷ ପାଇଁ ଖୁବ୍‌ ସୁନ୍ଦର ଭାବେ ସଜା ଯାଇଥାଏ, ଯାହାକୁ ଦେଖିବା ପାଇଁ ନୂଆବର୍ଷରେ ଆଗନ୍ତୁକଙ୍କ ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ।

ଗୋକର୍ଣ୍ଣ: ଯଦି ଆପଣଙ୍କୁ ଅଧିକ କୋଳାହଳ ପସନ୍ଦ ନୁହେଁ, ତା’ହେଲେ କର୍ନାଟକସ୍ଥିତ ଗୋକର୍ଣ୍ଣ ଆପଣଙ୍କ ପାଇଁ ପରଫେକ୍ଟ ଡେଷ୍ଟିନେଶନ ହେବ। କାରଣ ଏଠାକାର ଐତିହାସିକ ମନ୍ଦିରଗୁଡ଼ିକର ଶାନ୍ତ ପରିବେଶ ତଥା ସମୁଦ୍ରତଟର ସୌନ୍ଦର୍ଯ୍ୟ ମନକୁ ବେଶ୍‌ ଛୁଇଁଯାଏ। ଖାସ୍‌ କରି ଏଠାକାର ମହାବଲେଶ୍ୱର ମନ୍ଦିରରେ ପ୍ରଭୁଙ୍କର ଦର୍ଶନ କରି ନୂଆବର୍ଷଟି ଭଲରେ କାଟିବା ପାଇଁ ପ୍ରାର୍ଥନା କଲେ ମନକୁ ଖୁବ୍‌ ଶାନ୍ତି ମିଳିଥାଏ ବୋଲି ଲୋକବିଶ୍ୱାସ ରହିଛି।

ଗୋଆ: ଗୋଆ ଏମିତି ଏକ ସ୍ଥାନ ଯେଉଁଠାରେ କ୍ରିସ୍‌ମାସ୍‌ ଆଉ ନୂଆବର୍ଷକୁ ବେଶ୍‌ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରାଯାଇଥାଏ। ଏହି ବିଶେଷ ଅବସରରେ ଗୋଆର ଚାରିଆଡକୁ ରଙ୍ଗିନ ଆଲୋକମାଳାରେ ଖୁବ୍‌ ସୁନ୍ଦର ଭାବେ ସଜାଯିବା ସହ ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ର ଆୟୋଜନ କରାଯାଇଥାଏ। ତା’ସହିତ ଗୋଆ ବିଚ୍‌ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଝଲକ ବି ଦେଖିବାକୁ ମିଳିଥାଏ, ଯାହା ଏକ ନିଆରା ଅନୁଭୂତି ଦେଇଥାଏ।

ଦିଲ୍ଲୀ: ଏଠାରେ ଅନେକ ଧାର୍ମିକ ସ୍ଥଳ, ଐତିହାସିକ ପର୍ଯ୍ୟଟନସ୍ଥଳୀ ତଥା ବହୁ ପୁରାତନ ସଂଗ୍ରହାଳୟମାନ ଦେଖିବାକୁ ମିଳିଥାଏ। ଖାସ୍‌ କରି ଏଠାକାର ଲାଲ୍‌କିଲା, କୁତବମିନାର୍‌, ଲୋଟସ୍‌ ଟେମ୍ପୁଲ ତଥା ଇଣ୍ଡିଆ ଗେଟ୍‌ ଇତ୍ୟାଦି ବେଶ୍‌ ଆଖିଦୃଶିଆ ହୋଇଥାଏ। ଏହାକୁ ଦେଖି ଅନେକ ଅଜଣା ତଥ୍ୟ ଜାଣିବା ସହ ପର୍ଯ୍ୟଟକ ଏଠାକାର ସୁସ୍ବାଦୁ ଖାଦ୍ୟର ମଜା ବି ନେଇପାରିବେ। ତା’ସହିତ ନୂଆବର୍ଷ ଅବସରରେ ଦିଲ୍ଲୀରେ ଶପିଂ କରିବାର ନିଆରା ଆନନ୍ଦ ମଧ୍ୟ ଉପଭୋଗ କରିପାରିବେ।

ତେବେ କେବଳ ଏତିକି ସ୍ଥାନ ନୁହେଁ, ପର୍ଯ୍ୟଟକ ଚାହିଁଲେ କେରଳ, ଆଣ୍ଡାମାନ ନିକୋବର ଦ୍ୱୀପ, ବେଙ୍ଗାଲୁରୁ, କସୌଲି, ଲାକ୍ଷାଦ୍ୱୀପ, ମନାଲି ଭଳି ସ୍ଥାନକୁ ବୁଲି ଯାଇ ନିଆରା ଅନୁଭୂତି ନେବା ସହ ନୂଆବର୍ଷକୁ ବେଶ୍‌ ଆନନ୍ଦଉଲ୍ଲାସ ସହକାରେ ପାଳନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri