ମୁମ୍ବାଇ: ଇଣ୍ଟରନ୍ୟାଶନାଲ ପପ୍ ଷ୍ଟାର କେଟି ପେରୀ ଏବେ ଭାରତ ଆସିଛନ୍ତି। ଆସନ୍ତା ୧୬ରେ ଭାରତରେ ତାଙ୍କର ଶୋ’ ରହିଛି। ଏତିକି ବେଳେ ବଲିଉଡ୍ ନାୟିକା ଜ୍ୟାକଲିନ ତାଙ୍କୁ ନେଇ ଯାହାସବୁ କହିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଜ୍ୟାକଲିନ ନିକଟରେ କେଟି ପେରୀଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି। ଏହାକୁ ନେଇ ଜ୍ୟାକଲିନ ନିକଟରେ ଦେଇଥିବା ଏକ ସାକ୍ଷାତ୍କାରରେ କହିଛନ୍ତି କେଟି ବଲିଉଡ୍ ଦୁନିଆକୁ ପସନ୍ଦ କରନ୍ତି। ଏବେ ସେ ମୋତେ ବଲିଉଡ୍ ମୁଭି ଦେଖିବା କଥା କହିବାରୁ ମୁଁ ତାଙ୍କୁ ‘କିକ୍’ ଦେଖିବାକୁ ଅନୁରୋଧ କରିଛି ବୋଲି ଜ୍ୟାକଲିନ କହିଛନ୍ତି। ଏହାସହ କେଟି ଭାରତରେ କିଛିଦିନ ରହିବାକୁ ପସନ୍ଦ କରିବା କଥା ମଧ୍ୟ ଶୁଣାଯାଇଛି। ଏହି ସମୟରେ ସେ ଜ୍ୟାକଲିନଙ୍କ ସହ ମିଶି ଶପିଙ୍ଗ କରିବେ ବୋଲି କହିବାରୁ ଏହାକୁ ନେଇ ଜ୍ୟାକଲିନ ତାଙ୍କୁ କିଛି ନିଆରା ଅନୁଭବ ଦେବାକୁ ମନସ୍ଥ କରିଥିବା କହିଛନ୍ତି। ଜ୍ୟାକଲିନ କହିଛନ୍ତି ମୁଁ ଚାହୁଁନି କେଟି ଏମିତି କିଛି ଖାଦ୍ୟ ଖାଆନ୍ତୁ ଯଦ୍ୱାରା ତାଙ୍କର ପେଟ ଖରାପ ହେବ। ହେଲେ ଜ୍ୟାକଲିନ ଏହି ପପ୍ ଷ୍ଟାରଙ୍କୁ ଗୁପ୍ଚୁପ୍ ଖାଇବାକୁ ଦେବାକୁ ଚିନ୍ତା କରିଥିବା ପ୍ରକାଶ କରିଛନ୍ତି।