କେଟିଲ୍‌ରେ ଜଗନ୍ନାଥଙ୍କ ଚିତ୍ର

ଭୁବନେଶ୍ୱର,୧୧।୬ (ବ୍ୟୁରୋ): ଜଗନ୍ନାଥଙ୍କ ଚିତ୍ରଥିବା ଏକ କେଟିଲ୍‌ ବିକ୍ରିକୁ ନେଇ ଅଡ଼ୁଆରେ ପଡ଼ିଛି ଦେଶର ଆଗଧାଡ଼ିରେ ଥିବା ଅନ୍ୟତମ ଇ-କମର୍ସ ସଂସ୍ଥା ‘ଫ୍ଲିପ୍‌କାର୍ଟ’। ଫ୍ଲିପ୍‌କାର୍ଟର ହୋମ୍‌ ଡେକର୍‌ ସେକ୍ସନରେ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଚିତ୍ର ଥିବା ଏକ ଚା’ କେଟିଲକୁ ନେଇ ବିବାଦ ଦେଖାଦେଇଛି। ତେବେ ଏନେଇ ଟୁଇଟରରେ ପ୍ରତିବାଦ ପରେ ଫ୍ଲିପ୍‌କାର୍ଟ ସମ୍ପୃକ୍ତ କେଟିଲ୍‌କୁ ହଟାଇଦେଇଛି। ସାଗର ପ୍ରଧାନ ନାମକ ଜଣେ ଟୁଇଟର ବ୍ୟବହାରକାରୀ ପ୍ରଥମେ ଏହାର ପ୍ରତିବାଦ କରିବା ପରେ ଅନ୍ୟମାନେ ଏହା ଜଗନ୍ନାଥ ସଂସ୍କୃତି ବିରୋଧୀ ଏବଂ ଅପମାନଜନକ ବୋଲି କରି ନିନ୍ଦା କରିଥିଲେ। ଏଥିସହ ଫ୍ଲିପ୍‌କାର୍ଟ ବିରୋଧରେ ଅନ୍‌ଲାଇନ୍‌ କ୍ୟାମ୍ପେନ୍‌ ଆରମ୍ଭ ହେବାପରେ ଶେଷରେ ଉକ୍ତ ସଂସ୍ଥା ତାହାକୁ ହଟାଇ ଦେଇଛି।
ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ କେତେକ ଇ-କମର୍ସ ପ୍ଲାଟ୍‌ଫର୍ମ ଭଗବାନଙ୍କ ଫଟୋ ଥିବା ଡୋର୍‌ମ୍ୟାଟ୍‌, ଜୋତା ଆଦି ବିକ୍ରିକରି ବିବାଦକୁ ଆସିଥିଲେ। ସେହିଭଳି କିଛିଦିନ ତଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିକୃତ କରି କାର୍ଟୁନ ଚିତ୍ର ପ୍ରକାଶ କରିଥିବା ଏକ ସଂସ୍ଥା ବିରୋଧରେ ପୁରୀ ସିଂହଦ୍ୱାର ଥାନାରେ ଏତଲା ହୋଇଥିଲା। ଏବେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଅଣସର ଘରେ ଥିବାବେଳେ ଏହାକୁ କ୍ୱାରାଣ୍ଟାଇନ ବୋଲି ଦର୍ଶାଇ ‘ପତ୍ରିକା ଡଟ୍‌ କମ୍‌’ ନାମକ ସଂସ୍ଥା ପୋଷ୍ଟ କରିଥିବା କାର୍ଟୁନ ଚିତ୍ରକୁ ନେଇ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ଆପତ୍ତି କରିଥିଲେ। ଏଭଳି କାର୍ଟୁନ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେବା ସହ ମହାପ୍ରଭୁ ଏବେ କ୍ୱାରାଣ୍ଟାଇନରେ ରହିଥିବା କୁହାଯିବା ଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri