କେନ୍ଦୁଝରରେ ଘନ ଘନ ବିଦ୍ୟୁତ୍‌ କାଟ: ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ବାଧାପ୍ରାପ୍ତ, ଶୀଘ୍ର ସମାଧାନ ଦାବି

କେନ୍ଦୁଝର,୧।୬( ସ୍ବ.ପ୍ର.): ଘନ ଘନ ବିଦ୍ୟୁତ୍‌ କାଟ ଯୋଗୁ ଶନିବାର କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ଚିକିତ୍ସା ବାଧାପ୍ରାପ୍ତ ହୋଇଛି। ମେଡିକାଲରେ ଜେନେରେଟର ବ୍ୟବସ୍ଥା ଥିଲେ ସୁଦ୍ଧା ଆବଶ୍ୟକତା ପୂରଣ ହୋଇପାରୁନାହିଁ। ଫଳରେ ଗରମରେ ରୋଗୀଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। ବିଦ୍ୟୁତ୍‌ ଅଭାବରୁ ଏକ୍ସ-ରେ ମେଶିନ ଚାଲୁ ନ ଥିବାରୁ ରୋଗୀଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଛି। ସେହିପରି ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା କାମ ହୋଇପାରୁନାହିଁ। ଚିକିତ୍ସା ପାଇଁ ଆସିଥିବା ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀମାନେ ଚିକିତ୍ସା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିଦ୍ୟୁତ୍‌ ଅଭାବରୁ ପାଣିପମ୍ପ ଚାଲୁ ନ ଥିବାରୁ ପାଣି ସମସ୍ୟା ଦେଖାଦେଇଛି। ପାଣି ଅଭାବରୁ ରକ୍ତ, ମଳ, ମୂତ୍ର ଆଦି ପରୀକ୍ଷା ହୋଇପାରୁ ନ ଥିବା ବେଳେ ଦାନ୍ତ ବିଭାଗରେ କାମ ବାଧାପ୍ରାପ୍ତ ହୋଇଛି। ଅସ୍ଥିଶଲ୍ୟ ବିଭାଗ ଓ୍ବାର୍ଡରେ ଆବଶ୍ୟକ ସଂଖ୍ୟକ ଫ୍ୟାନ୍‌ ନାହିଁ । ଏଣୁ ରୋଗୀ ଅସୁବିଧାରେ ରହୁଛନ୍ତି। ସେହିପରି ଆବଶ୍ୟକ କେମିକାଲ ନ ଥିବାରୁ କିଡ୍‌ନୀ ରୋଗୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି। ରୋଗୀଙ୍କ ସମ୍ପର୍କୀୟମାନେ ଏହାର ତୁରନ୍ତ ସମାଧାନ ଦାବି କରିଛନ୍ତି। ତେବେ ଏ ନେଇ ପଚରାଯିବାରେ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଏଡିଏମ୍‌ଓ ଡା. ଗୁରୁପ୍ରସାଦ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ଜେନାଙ୍କୁ ମିଳିଲା ବଡ଼ ପଦବୀ

ଭୁବନେଶ୍ୱର,୨୮।୩: ପୁଣି ଫେରିଲେ ବରିଷ୍ଠ ଆଇଏଏସ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ପ୍ରଦୀପଙ୍କୁ ମିଳିଛି ନୂଆ ଦାୟିତ୍ୱ। ରାଜ୍ୟ ସରକାର ପ୍ରଦୀପ...

ରାଉରକେଲାରେ ପୁଣି ଫୁଟିଲା ଗୁଳି: ଯୁବକଙ୍କୁ ଗୋଡ଼ାଇ ଗୋଡାଇ ହୋଟେଲରେ ପଶିଲେ, ଭୁଜାଲିରେ ହାଣିଲେ…

ରାଉରକେଲା,୨୮l୩(ସଂଗୀତା ଜେନା): ରାଉରକେଲାରେ ପୁଣି ଗୁଳିକାଣ୍ଡ। ଗତ ମାସ ୪ ନଂ ସେକ୍ଟରରେ ଘଟିଥିବା ଗୁଳିକାଣ୍ଡ ଲୋକଙ୍କ ମନରୁ ଯାଇ ନ ଥିବା ବେଳେ ଗୁରୁବାର...

ଭିଜିଲାନ୍ସ ଜାଲରେ ସିନିୟର କ୍ଲର୍କ

ଅନୁଗୋଳ,୨୮।୩: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସତ୍ୟପ୍ରିୟ...

ବଡ଼ ଘୋଷଣା, ଏହିଦିନ ପ୍ରକାଶ ପାଇବ +୨ ରେଜଲ୍ଟ

ଭୁବନେଶ୍ୱର,୨୮।୩: ମେ’ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏନେଇ ବଡ଼ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।...

ରାଜ୍ୟରେ ହିଟ୍‌ଓ୍ବେଭ୍‌ ଜାରି: ସବୁଠୁ ଉତ୍ତପ୍ତ ଝାରସୁଗୁଡ଼ା

ଭୁବନେଶ୍ୱର,୨୮ା୩: ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ତାପମାତ୍ରା ୪୨ ଡିଗ୍ରୀ ଟପିଛି। ଶୁକ୍ରବାର ଦିନ ସାଢ଼େ ୨ଟାରେ ଝାରସୁଗୁଡ଼ାରେ ତାପମାତ୍ର...

Featured Video Play Icon

ପ୍ରେସମିଟ୍‌ କରି ବର୍ଷିଲେ ପଓ୍ବନ ଖେରା-ଭକ୍ତ, ଆନ୍ଦୋଳନ ପରେ ମୋହନଙ୍କୁ ବଡ଼ ଆଟାକ୍‌!

ଭୁବନେଶ୍‌ବର,୨୮।୩: ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦାବି ପ୍ରସଙ୍ଗରେ ଗୁରୁବାର କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ହଜାର କଂଗ୍ରେସ କର୍ମୀ...

ହାତୀଙ୍କୁ ଘେରିଯାଇ ଆକ୍ରମଣ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୮।୩: ସୋସିଆଲ ମଡ଼ିଆରେ ଭାଇରାଲ ହେଉଛି ଏକ ଭିଡିଓ। ଭିଡ଼ିଓରେ କିଛି ଯୁବକ ଜଙ୍ଗଲରେ ଏକ ହାତୀଙ୍କୁ ଘେରିଯାଇ ଆକ୍ରମଣ କରୁଛନ୍ତି। ଏପରିକି ଯୁବକମାନେ ହାତରେ...

ଓଡ଼ିଶାର ୨ ଜିଲାରେ ଭୂକମ୍ପ ଅନୁଭୂତ: ଲୋକେ ଭୟଭୀତ

ଭୋଗରାଇ, ୨୮l୩ (ପ୍ରଦୀପ ଦାସ): ମ୍ୟାନମାରରେ ହୋଇଥିବା ୨ଟି ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ଓଡିଶା ସୀମାନ୍ତ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲାରେ ମୃଦୁ କମ୍ପନ ଅନୁଭୂତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image