କେନ୍ଦୁଝରରେ ଭାରତ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ

କେନ୍ଦୁଝର,୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରତିବାଦରେ ବିଭିନ୍ନ ରାଜନୈତିକ ଦଳ ଓ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଛି। ବିଭିନ୍ନ ଦଳ ଓ ସଂଗଠନର ନେତା ଓ କର୍ମୀମାନେ ଗାନ୍ଧୀ ଛକରେ ଟାୟାର ଜାଳି ବନ୍ଦ ପାଳନ କରିଛନ୍ତି। ଏନଏଚ ୪୯ ଓ ଏନଏଚ ୨୦ରେ ହଜାର ହଜାର ସଂଖ୍ୟାରେ ଗାଡି ଠିଆ ହୋଇଥିବାରୁ ଯାତାୟତ ଠପ୍‌ ହୋଇଯାଇଛି। ସହରରେ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଛି। ଫଳରେ ସାଧାରଣ ଜନଜୀବନ ବ୍ୟତିବ୍ୟସ୍ତ ହୋଇ ପଡିଛି।
ବୁଧବାର ସକାଳୁ କେନ୍ଦୁଝର ରେଳ ଷ୍ଟେଶନରେ ଟ୍ରେନ କିଛି ସମୟ ଅଟକ ଯୋଗୁ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା। କେତେକ ଲୋକ ବନ୍ଦର ସୁବିଧା ନେଇ ରାତି ୪ଟାରୁ ଲାଇନ ଟ୍ରକଗୁଡିକୁ ଅଟକାଇ ଚାନ୍ଦା ଆଦାୟ କରୁଥିବା ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆନ୍ଦୋଳନ ଯୋଗୁ ପରିବହନ ବାଧାପ୍ରାପ୍ତ ହୋଇଛି। ପିକେଟିଂ କରି ଅନେକ ସ୍ଥାନରେ ଦୋକାନ ଓ ଅଫିସ ବନ୍ଦ କରାଯାଉଥିବା ଅଭିଯୋଗ ହେଉଛି। ବିଭିନ୍ନ ସଂଗଠନ ସାମିଲ ଥିବାରୁ ବ୍ୟାଙ୍କ, ଡାକଘର, ଟେଲିଫୋନ ଆଦି ସରକାରୀ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ସରକାରୀ ଅଫିସ ଖୋଲା ଯାଇଥିଲେ ହେଁ, ବନ୍ଦ ଯୋଗୁ ବିଭିନ୍ନ କର୍ମଚାରୀ ଅଫିସରେ ପହଞ୍ଚି ପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ଝୁଲୁଛି ତାଡ଼ି ଗାଡୁଆ, ଯୁବ ସମାଜ ପଥଭ୍ରଷ୍ଟ

ମହାକାଳପଡ଼ା, ୧୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ସରକାର ପାମ୍‌ ଜାତୀୟ ଗଛ ରୋପଣ କରିିବା ପାଇଁ ଗୁରୁତ୍ୱାରୋପ କରୁଛନ୍ତି। ରାସ୍ତା ପାଶର୍‌ବ, ଖୋଲା ପଡ଼ିଆ, ନଦୀ, ନାଳ,...

ତୁଳସୀ କ୍ଷେତ୍ରରେ ଐତିହ୍ୟ ସ୍ମାରକୀକୁ ଅଣଦେଖା

କେନ୍ଦ୍ରାପଡ଼ା,୧୯ା୪ (ଜଗନ୍ନାଥ ଧଳ): ଶୁକ୍ରବାର ବିଶ୍ୱ ଐତିହ୍ୟ ଦିବସ ପାଳିତ ହୋଇଯାଇଛି। ନିଜ ଅଞ୍ଚଳର ଐତିହ୍ୟ ସ୍ମାରକୀ ଚିହ୍ନଟ ଓ ଏହାର ସଂରକ୍ଷଣ ପାଇଁ ଇଣ୍ଟରନ୍ୟାଶନାଲ...

କାର୍ଯ୍ୟକ୍ଷମ ଅପେକ୍ଷାରେ ସହରର ଡ୍ରେନେଜ ସିଷ୍ଟମ୍‌ ପ୍ଲାନ

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ପୌରାଞ୍ଚଳ ଡ୍ରେନେଜ ସିଷ୍ଟମର ପୁନରୁଦ୍ଧାର ଏକ ସମସ୍ୟା ଭାବେ ଉଭା ହୋଇଛି। ପୌରପାଳିକା ପକ୍ଷରୁ ଡ୍ରେନ ସଫେଇକୁ ଗୁରୁତ୍ୱ ଦିଆଯାଉଛି। ମାତ୍ର...

ସମୁଦ୍ରରୁ ମାଛଧରା ବନ୍ଦ ପରେ ପୁଟି ଦେଉଛି ରୋଜଗାର

ପାରାଦୀପ,୧୯।୪(ଶରତ ରାଉତ): ରାଜ୍ୟର ଉପକୂଳ ଓଡ଼ିଶାରେ ଏବେ ସାମୁଦ୍ରିକ ମାଛଧରା ବନ୍ଦର ଅଛି। ଏହା ମଧ୍ୟରେ ମାଛ ଗଦି କରିଥିବା ବ୍ୟବସାୟୀମାନେ ପୁଟି ବେପାର ଉପରେ...

କାଳବୈଶାଖୀ ହେଲା କାଳ: ଉପୁଡ଼ିଲା ଟେଣ୍ଟ ଖୁଣ୍ଟ, ଜୀବନ ବିକଳରେ ଦୌଡ଼ିଲେ ଦର୍ଶକ

ମହାକାଳପଡ଼ା, ୧୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମା’ ଦରିଆ ରାମଚଣ୍ଡୀ ମନ୍ଦିର ପୀଠରେ ଜମ୍ବୁ ଦ୍ୱୀପ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର...

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା: ଦଳୀୟ ସମ୍ମିଳନୀରେ ଗୋଷ୍ଠୀ କନ୍ଦଳ

ବଡ଼ବିଲ,୧୮ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲଠାରେ ଭାଜପା ପକ୍ଷରୁ ଆୟୋଜିତ ସକ୍ରିୟ ସଦସ୍ୟ ସମ୍ମିଳନୀରେ ଶୁକ୍ରବାର ଦଳର ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ...

ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ବଡଖାନା

ଭଞ୍ଜନଗର,୧୮/୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ନିକଟସ୍ଥ ତନରଡ଼ା ସ୍ଥିତ ଆଇ ଆର୍ ବି ୮ ମ ସ୍ଵତନ୍ତ୍ର ବାଟାଲିୟନ ପରିସରରେ ପୋଲିସ୍ ପ୍ରତିଷ୍ଠା ଦିବସ...

ମେ’ ୭ ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା

ପୁରୁଷୋତ୍ତମପୁର,୧୮।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପ୍ରସିଦ୍ଧ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦ ସୁନ୍ଦରୀ ଆଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image