କେନ୍ଦୁଝର,୨୨ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ପୁଣି ଦୁଇ କରୋନା ରୋଗୀ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ଜଣେ ଘଷିପୁରା ଓ ଅନ୍ୟ ଜଣେ ହାଟଡିହିର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ କ୍ୱାରାଣ୍ଟାଇନ୍ରେ ଥିଲେ। ତାଙ୍କୁ କେନ୍ଦୁଝର କୋଭିଡ୍-୧୯ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି। ଜଣେ ଚେନ୍ନାଇରୁ ଓ ଅନ୍ୟ ଜଣେ ହରିଆନା ଫେରନ୍ତା ବୋଲି ଜଣାପଡ଼ିଛି। ଉକ୍ତ ସଙ୍ଗରୋଧ କେନ୍ଦ୍ର ନିକଟ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ସୂଚନାଯୋଗ୍ୟ, ଜିଲାର ସମୁଦାୟ ୧୦୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୧ ଜଣ ଚିକିତ୍ସିତ ହେଉଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, କେନ୍ଦୁଝର