କେନ୍ଦୁଝରରେ ୭୮.୧୬% ମତଦାନ: ମହିଳା ଭୋଟର ସଂଖ୍ୟା ଅଧିକ

କେନ୍ଦୁଝର,୨୫ା୪ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦୁଝର ଲୋକ ସଭା ନିର୍ବାଚନ ମଙ୍ଗଳବାର ଶେଷ ହୋଇଛି ା ଜିଲାରେ ମୋଟ ୭୮.୧୬ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ବିଭାଗ ତଥ୍ୟ ଅନୁଯାୟୀ, ଜିଲାରେ ମୋଟ ୧୫,୧୫,୬୪୧ ଭୋଟର ରହିଥିବା ବେଳେ ୧୧,୮୪,୬୯୭ ଜଣ ଭୋଟଦାନ କରିଛନ୍ତି। ସର୍ବାଧିକ ୫,୯୨,୯୨୮ ମହିଳା ଭୋଟର (୭୮.୬୫ ପ୍ରତିଶତ) ମତଦାନ କରିଥିବା ବେଳେ ୫,୯୧,୭୬୬ ( ୭୭.୭୮ ପ୍ରତିଶତ)  ପୁରୁଷ ଭୋଟର ମତସାବ୍ୟସ୍ତ କରିଛନ୍ତି। ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୩ (୨.୨୨ ପ୍ରତିଶତ) ବୋଲି ଜଣାପଡିଛି ା

ତେଲକୋଇ ବିଧାନସଭା ନିର୍ବାଚନ ମଣ୍ଡଳୀ(୨୦)ରେ ୧୭୮୮୯୮ ଜଣ ଭୋଟ ଦେଇଥିବା ବେଳେ ଭୋଟ୍‌ ହାର ୭୮.୫୨ ପ୍ରତିଶତ ରହିଛି ା ସେହିପରି ଘଷିପୁରା ନିର୍ବାଚନ ମଣ୍ଡଳୀ(୨୧)ରେ ୧୭୫୨୫୩ ଜଣ (ଭୋଟ ହାର ୭୯.୫୧ ପ୍ରତିଶତ) ଭୋଟଦାନ କରିଛନ୍ତି। ଆନନ୍ଦପୁର ନିର୍ବାଚନମଣ୍ଡଳୀ(୨୨)ରେ ୧୭୧୮୬୨ ଜଣ (୭୬ ପ୍ରତିଶତ), ପାଟଣା ନିର୍ବାଚନମଣ୍ଡଳୀ(୨୩)ରେ ୧୭୫୧୩୯ ଜଣ (୮୫.୭୫ ପ୍ରତିଶତ), କେନ୍ଦୁଝର ନିର୍ବାଚନମଣ୍ଡଳୀ(୨୪)ରେ ୧୭,୨୩୦୦ ଜଣ (୭୬.୧୩ ପ୍ରତିଶତ), ଚମ୍ପୁଆ ନିର୍ବାଚନ ମଣ୍ଡଳୀ(୨୫)ରେ ୧୬୮୪୦୬ ଜଣ (୭୪.୨୮ ପ୍ରତିଶତ) ଏବଂ କରଞ୍ଜିଆ ନିର୍ବାଚନମଣ୍ଡଳୀ(୩୦)ରେ ୧୪୪୮୩୯ ଜଣ ଭୋଟ (୭୭.୬୪ ପ୍ରତିଶତ) ଦେଇଥିବା ଜଣାପଡିଛି ା ୨୦୧୪ ନିର୍ବାଚନରେ ୮୦.୫୪ ପ୍ରତିଶତ ଭୋଟ ହୋଇଥିଲା ା ଚଳିତ ନିର୍ବାଚନରେ ଭୋଟ ହାର ହ୍ରାସ ପାଇ ୭୮.୧୬ ପ୍ରତିଶତ ହୋଇଥିବା ଜଣାପଡିଛି ା ଚମ୍ପୁଆା ନିର୍ବାଚନ ମଣ୍ଡଳୀରେ ବହୁ ଭୋଟର ସମୟସୀମା ଜାଣି ପାରିନଥିଲେ ା ଏଣୁ ବହୁ ଭୋଟର ଭୋଟ ଦେବାକୁ ଆସି ଫେରିଯାଇଥିଲେ ା ଉପଯୁକ୍ତ ପ୍ରଚାର ପ୍ରସାର ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା ବୋଲି କୁହାଯାଉଛି ା  ସେଠାରେ ଭୋଟଦାନ ସମୟ ସୀମା ୪ ଟା ଥିବା ବେଳେ ଅନ୍ୟ ନିର୍ବାଚନ ମଣ୍ଡଳୀରେ ସମୟସୀମା ୬ ଟା ଥିଲା ା ସେହିପରି କଳାବେଶାଖୀ ବର୍ଷା, ଇଭିଏମ ତ୍ରୁଟି ଯୋଗୁଁ ବହୁ ଭୋଟର ଭୋଟଦେବାକୁ ଆସି ଫେରିଯାଇଥିଲେ ା  ା ବର୍ଷାପବନ ଯୋଗୁଁ ଅନ୍ଧାର ହୋଇଯିବା ଓ ଆଲୋକ ବ୍ୟବସ୍ଥା ନ ଥିବାରୁ ଶେଷ ସମୟରେ ବହୁ ଭୋଟର ଭୋଟଦେବାରେ ସମସ୍ୟା ଭୋଗିଥିଲେ ଏବଂ ଅନେକ ଭୋଟ ଦେବାକୁ ଆସିନଥିଲେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ତନିସ୍କ ପକ୍ଷରୁ ବାରିପଦାରେ ଭବ୍ୟ ଷ୍ଟୋରର ଶୁଭାରମ୍ଭ

ବାରିପଦା,୬ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ଟାଟାର ଅଂଶ ତଥା ଭାରତର ସର୍ବବୃହତ୍‌ ଗହଣା ଖୁଚୁରା ବ୍ରାଣ୍ଡ୍‌ ତନିସ୍କ ପକ୍ଷରୁ ଓ ୧୭ତମ ମୟୂରଭଞ୍ଜ ଜିଲା ବାରିପଦାରେ ଏହାର...

ମଦ ବୋଝେଇ ସ୍କର୍ପିଓରେ ନିଆଁ ଲଗାଇ ଦେଲେ ଲୋକେ

ସିମୁଳିଆ,୫।୯(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୨କି.ମି. ଦୂର ୧୬ନମ୍ବର ଜାତୀୟ ରାଜପଥର ଭଗିଆ ଗାଁ ନିକଟରେ ଗୁରୁବାର ରାତିରେ ଏକ ମଦ ବୋଝେଇ...

ସୁଭଦ୍ରା ଯୋଜନା: ଶେଷ ମୁହୂର୍ତ୍ତରେ ଆଧାର ସଂଶୋଧନ ପାଇଁ ଜନସେବା କେନ୍ଦ୍ରରେ ବିଶୃଙ୍ଖଳା

ସୋର,୪।୯(ଜନ୍ମେଜୟ ମିଶ୍ର): ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ସୁଭଦ୍ରା ଯୋଜନା’ ଶହ ଶହ ମହିଳାଙ୍କୁ ଆଧାର କାର୍ଡ ଅପଡେଟ୍ / ସଂଶୋଧନ କରିବା ପାଇଁ ଆଧାର...

୩ ମାସ ତଳେ କରିଥିଲେ ବିବାହ, ଘରୁ ମିଳିଲା ଝୁଲନ୍ତା ମୃତଦେହ: ନବବଧୂଙ୍କ ବାପା ଆଣିଲେ ସାଂଘାତିକ ଅଭିଯୋଗ

ଖଇରା,୩।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଗଡପୋଖରୀ ପଞ୍ଚାୟତ ଅଧୀନ ତେନ୍ତଳାଗଡିଆ ଗ୍ରାମରେ ମାତ୍ର ୩ ମାସ ତଳେ ବିବାହ କରିଥିବା ଜଣେ ନବବଧୂଙ୍କ...

ମା’ ପାଇଁ ଗଛଟିଏ ଲଗାଇଲେ ବିଧାୟକ

ରସାଳପୁର, ୩।୯(ଶରତ ସାମଲ): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ ଖାନନଗର ପଞ୍ଚାୟତ ବାଙ୍ଗରା ଗ୍ରାମସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ କଲେଜ ପକ୍ଷରୁ...

ବାପଘରୁ ଶାଶୁଘର ଫେରିବା ବେଳେ ମହିଳାଙ୍କୁ ଗଣବଳାତ୍କାର

ବାଲେଶ୍ୱର,୩୦।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳରୁ ଏକ ଲଜ୍ଜାକର ଘଟଣା ସାମ୍‌ନାକୁ ଆସିଛି। ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ବାଲିଆପାଳ ଥାନାରେ ଅଭିଯୋଗ...

ଯୁବକ ପାଇଲେ ନୂଆ ପରିଚୟ: ଅଜୟରୁ ଏବେ ରିଙ୍କି

ଜଳେଶ୍ୱର,୩୦ା୮(ନବୀନ ସାହୁ): ଥିଲେ ପୁଅ, ହେଲେ ଝିଅ। ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ। ସମାଜରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri