କେନ୍ଦୁପତ୍ର କର୍ମଚାରୀ ସଂଘର ଧାରଣା

ଫୁଲବାଣୀ ଅଫିସ/ ଫିରିଙ୍ଗିଆ,୩ା୩ କେନ୍ଦୁପତ୍ର ତୋଳାଳି, ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ ୭ ଦଫା ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସୋମବାରଠାରୁ ୨ଦିନିଆ ଧାରଣା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ କେନ୍ଦୁପତ୍ର ରେଞ୍ଜ ସମ୍ମୁଖରେ ଏହି ଧାରଣା ଦିଆଯାଇଛି। ଫୁଲବାଣୀ ଡିଭିଜନ ଅଧୀନରେ ଥିବା ୭ ରେଞ୍ଜ ଫୁଲବାଣୀ, ଗୋଛାପଡା ପୂର୍ବ, ଗୋଛାପଡ଼ା ପଶ୍ଚିମ, ବାଲିଗୁଡା, ତୁମୁଡିବନ୍ଧ, ଦଶପଲ୍ଲା, ଭଞ୍ଜନଗର ଅଫିସ ସମ୍ମୁଖରେ ସଂଘର ଡିଭିଜନ ସମ୍ପାଦକ ସରୋଜ କର୍ଣ୍ଣଙ୍କ ନେତୃତ୍ୱରେ ଧାରଣା ଚାଲିଛି। ଏଥିସହ ଏକ ଦାବିପତ୍ର ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ଉଦ୍ଦେଶ୍ୟରେ ଫୁଲବାଣୀ କେନ୍ଦୁପତ୍ର ଡିଭିଜନର ବନଖଣ୍ଡ ଅଧୀକାରୀଙ୍କୁ ପ୍ରଦାନ କରାଯାଇଛି। ସିଜିନାଲ କର୍ମଚାରୀମାନଙ୍କ ଦରମା ହ୍ରାସ କରାଯାଇ ସେମାନଙ୍କୁ ଦିନ ମଜୁରିଆ ଭାବେ ପରିଗଣିତ କରିବା ନିଷ୍ପତ୍ତି ପ୍ରତ୍ୟାହାର ସହ ପ୍ରଧାନ ବନ ସଂରକ୍ଷକ ନଭେମ୍ବର ୧୪ରେ ଦେଇଥିବା ପ୍ରସ୍ତାବକୁ ୨୦୧୯ ମସିହାରୁ କାର୍ଯ୍ୟକାରୀ କରିବା, ୨୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାମ କରୁଥିବା ଚପରାଶିମାନଙ୍କୁ ୨୦ କୁଇଣ୍ଟାଲ ପତ୍ର ଆଦାୟ ହେଉ ନ ଥିବା ଆଳରେ ଉଚ୍ଛେଦକୁ ବନ୍ଦ କରିବା, କେନ୍ଦୁପତ୍ର ଉପରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ କରିବା ସହ ବିକ୍ରୟ ନୀତିକୁ ସଂଶୋଧନ କରିବା ଆଦି ଦାବି ଉଲ୍ଲେଖ କରାଯାଇଛି। ଦାବି ପୂରଣ ପ୍ରତି ସରକାର ଟାଳଟୁଳ ନୀତି ଗ୍ରହଣ କଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଫୁଲବାଣୀ ଡିଭିଜନ ଅଫିସ ସମ୍ମୁଖରେ ସଂଘର ସମ୍ପାଦକ କର୍ଣ୍ଣଙ୍କ ସମେତ ଯୁଗ୍ମ ସମ୍ପାଦକ ଉପେନ୍ଦ୍ର କୁମାର ସାମଲ, କୋଷାଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ପ୍ରମୁଖ ବହୁ ସଦସ୍ୟ ଧାରଣା ଦେଇଥିଲେ। ସେହିପରି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡା ରେଞ୍ଜ ଅଫିସ ସମ୍ମୁଖରେ ସଂଗଠନ ଆବାହକ କେଦାରନାଥ ଦଳବେହେରା, ସମ୍ପାଦକ ଦଶମୂଳ ମିଶ୍ର, ରବୀନ୍ଦ୍ର ବାରିକ, ଭିକାରୀ ଚରଣ ନାୟକ ପ୍ରମୁଖ ଧାରଣା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ରାଇକିଆ ପ୍ରତିନିଧି ଭାବେ ସନ୍ତୋଷ ଲେଙ୍କା ମନୋନୀତ

ରାଇକିଆ,୧୬।୧୧:(ପ୍ରଦୀପ ବେହେରା): କନ୍ଧମାଳ ଏମ୍‌ପିଙ୍କ ରାଇକିଆ ବ୍ଲକ ପ୍ରତିନିଧି ଭାବେ ସନ୍ତୋଷ ଲେଙ୍କାଙ୍କୁ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ ମନୋନୀତ କରିଛନ୍ତି । ଏ ନେଇ ଏମ୍‌ପି...

ଦିନକରେ ୬୬ ଅଧିକାରୀଙ୍କୁ ବଦଳି କଲେ ସରକାର

ଭୁବନେଶ୍ୱର,୧୬ା୧୧: ସରକାରୀସ୍ତରରେ ଶନିବାର ଏକ ବଡ଼ଧରଣର ଅଦଳବଦଳ ହୋଇଛି। ଗୋଟିଏ ଦିନରେ ୬୬ ଜଣ ଅଧିକାରୀଙ୍କୁ ବଦଳି କରିଛି ଗୃହ ବିଭାଗ। ଆଜି ଯୁଗ୍ମ ସଚିବ,...

ମହାପ୍ରଭୁ ଜଗନ୍ନାଥଙ୍କ ଜମି ହାତେଇବା ଉଦ୍ୟମ, ଜାଲିଆତି ନେଇ ଶ୍ରୀମନ୍ଦିର ପ୍ରଶାସନ…

ପୁରୀ,୧୬ା୧୧: ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳିସାହି ଥାନାରେ ଏତଲା ଦାୟର କରାଯାଇଛି। ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ଜମି...

ଦୁଇ ପରିବାରର ବିବାଦ ନେଇ ମେଡିକାଲରେ ୩ ଦିନ ପଡ଼ିରହିଲା ମୃତଦେହ

ଧରାକୋଟ,୧୬ା୧୧: ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଗାଙ୍ଗପୁରର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ କାରଣ ଅସ୍ପଷ୍ଟ ରହିଛି।...

ଖତଗଦାରେ ଲୁଚାଇ ରଖିଥିଲେ ଲକ୍ଷାଧିକ ଚୋରି ଟଙ୍କା, ମାଡ଼ି ବସିଲା ହାଇଦ୍ରାବାଦ ପୋଲିସ

ଭୋଗରାଇ,୧୬ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ହାଇଦ୍ରାବାଦ ଅଞ୍ଚଳରୁ ଲୁଟ୍‌ ହୋଇଥିବା ଲକ୍ଷାଧିକ ଟଙ୍କା ବଡ଼ମନ୍ଦାରୁଣୀ ଗ୍ରାମରୁ ଉଦ୍ଧାର ହୋଇଛି।...

ଅନାସ୍ଥା ଭୋଟ୍‌ରେ ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା, ମନ୍ତ୍ରୀ କହିଲେ…

ଢେଙ୍କାନାଳ,୧୬ା୧୧(ରତନ ନାୟାର): ଅନାସ୍ଥାରେ ହାରିଗଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ। ଫଳରେ ସଦରରେ ଭୁଶୁଡ଼ି ପଡ଼ିଛି ବିଜେଡି ଗଡ଼। ଶନିବାର ଅନାସ୍ଥା ଭୋଟିଂ...

ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀଙ୍କ ବଡ଼ ସୂଚନା: ଏଣିକି ଦୁଗ୍ଧଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ଭୁବନଶ୍ୱର,୧୬ା୧୧: ଓଡ଼ିଶାର ଦୁଗ୍ଧଚାଷୀଙ୍କ ପାଇଁ ଖୁସି ଖବର। ଏଣିକି ଦୁଗ୍ଧଚାଷୀଙ୍କ ପାଇଁ ଲାଗୁ ହେବ ଡିବିଟି। ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ...

ବାଲିଯାତ୍ରା କି ବାଣିଜ୍ୟ ମେଳାରେ ଦାରିଙ୍ଗବାଡ଼ି କଫିର ଚାହିଦା ନାହିଁ, ପ୍ରଚାର ପ୍ରସାର ପାଇଁ ଯଦି…

ଦାରିଙ୍ଗବାଡ଼ି,୧୬ା୧୧(ଅରୁଣ ସାହୁ): ଜୈବିକ ପଦ୍ଧତିିରେ ଦାରିଙ୍ଗବାଡ଼ି କଫି ଚାଷ କରାଯାଉଛି। କୋରାପୁଟ ପରେ ଦାରିଙ୍ଗବାଡ଼ି କଫିର ବହୁତ ଚାହିଦା ରହିଛି ହେଲେ ଦାରିଙ୍ଗବାଡ଼ି କଫିକୁ ନେଇ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri