କେନ୍ଦ୍ରାପଡ଼ା ଅଫିସ, ୧୪।୫: କେନ୍ଦ୍ରାପଡ଼ା ଜିଲାରେ ଗୁରୁବାର ଅପରାହ୍ନରେ ୧୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା। ସେମାନେ ମହାକାଳପଡ଼ା, କେନ୍ଦ୍ରାପଡ଼ା ଏବଂ ରାଜକନିକା ବ୍ଲକ ଅଞ୍ଚଳର। ସେମାନେ ଫେରିବା ପରେ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହିଥିଲେ। ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି। ଏନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ତେବେ ସେମାନେ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହିଥିବାରୁ କମ୍ୟୁନିଟି ସମ୍ପର୍କ ନାହିଁ। ଏଣୁ ଆତଙ୍କିତ ହେବାର କାରଣ ନାହିଁ ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, କେନ୍ଦ୍ରାପଡ଼ା, ରାଜ୍ୟ