କେବଳ ଭଲ ଅଭିନେତ୍ରୀ ନୁହନ୍ତି, ଭଲ ଭଉଣୀ ମଧ୍ୟ

‘ବାଘାଯତୀନ ଲୋକନାଟ୍ୟ’ର ଲୋକପ୍ରିୟ ନାଟକ ଅରୁଣ ନାୟକଙ୍କ ରଚିତ ତଥା ମହେଶ ହାଜରାଙ୍କ ନିର୍ଦ୍ଦେଶିତ ‘ମୃତ୍ୟୁଦଣ୍ଡ’ ତଥା ‘ତୋ ନଁାକୁ ମୋ ନଁାରେ ଦେଇଛି ଯୋଡ଼ି’ ଦେଖିଥିବା ଦର୍ଶକମାନେ ନିଶ୍ଚୟ ମନେପକେଇ ପାରିବେ ପିଙ୍କିଙ୍କୁ। ଦୁଇଟି ନାଟକରେ ତାଙ୍କର ଥିଲା ଭଉଣୀର ଭୂମିକା। ମଞ୍ଚ ଉପରେ ସେ ଲାଗୁଥିଲେ ସତସତିକା ଭଉଣୀଟେ ପରି। ଭାଇର ଦୁଃଖରେ ଯାହାଙ୍କ ଆଖିରୁ ସତସତିକା ଲୁହ ଝରୁଥିଲା। ଭାଇକୁ କିଛି କହିଲେ ସେହି କଥାଗୁଡ଼ାକ ତାଙ୍କ ଛାତିକୁ ଆସି ଚିରି ଦେଇ ଯାଉଥିଲା। ଭଉଣୀ ଚରିତ୍ରରେ ଅଭିନୟ କରି ପିଙ୍କି କେବଳ ଦର୍ଶକଙ୍କୁ ବିମୋହିତ କରୁ ନ ଥିଲେ; ଅଧିକନ୍ତୁ ନାଟକ ଭିତରେ ମଜ୍ଜି ଯାଇଥିବା ଦର୍ଶକଙ୍କ ପାଇଁ ସେ ପାଲଟି ଯାଉଥିଲେ ଜଣେ ସତସତିକା ଭଉଣୀ।
ତେବେ ଏକଥା ଯଦି କୁହାଯାଏ, ପିଙ୍କି ଓରଫ୍‌ ସାଗରିକା ବିଶୋୟୀ କେବଳ ମଞ୍ଚରେ ଜଣେ ଭଲ ଭଉଣୀ ନୁହନ୍ତି; ସେ ସତସତିକା ଜୀବନରେ ମଧ୍ୟ ଜଣେ ଖୁବ୍‌ ସ୍ନେହୀ ତଥା ଦାୟିତ୍ୱସମ୍ପନ୍ନା ଭଉଣୀ – ତା’ହେଲେ ହୁଏତ ଆପଣମାନଙ୍କର ବିଶ୍ୱାସ ହୋଇ ନ ପାରେ। ମାତ୍ର କଥାଟି ସତ। ଘରେ ସେ ତାଙ୍କ ଭାଇ ଭଉଣୀଙ୍କ ପାଇଁ କେବଳ ଜଣେ ଭଉଣୀ ନୁହନ୍ତି; ସେ ସେମାନଙ୍କ ପାଇଁ ଏକାଧାରରେ ଭାଇ, ଭଉଣୀ, ବାପା, ମା’ ସବୁକିଛି। ଆଉ କୌଣସି ଗପର କାହାଣୀଠାରୁ କିଛି କମ୍‌ ଦୁଃଖଦାୟକ ନୁହେଁ ତାଙ୍କ ଜୀବନର କାହାଣୀ।
କଟକର ପଦ୍ମପୁର ହେଉଛି ପିଙ୍କିଙ୍କ ଗଁ।। ଭାଇ ଭଉଣୀ ତିନିଜଣ ବେଶ୍‌ ହସଖୁସିରେ ଜୀବନ କାଟୁଥିଲେ। ଅଚାନକ ଗ୍ରହଣ ଲାଗିଗଲା ତାଙ୍କ ହସଖୁସିର ସଂସାରରେ। ପିଙ୍କିଙ୍କୁ ମାତ୍ର ୭ବର୍ଷ ବୟସ। ଅନ୍ୟ ଭାଇଭଉଣୀ ଦୁଇଜଣ ଛୋଟ ପିଲା। ବାପା ଚାଲିଗଲେ। ସେତିକିରେ ଶେଷ ହେଲାନି ଦୁଃଖ। ଏହାର ଠିକ୍‌ ପାଞ୍ଚବର୍ଷ ପରେ ଅର୍ଥାତ୍‌ ପିଙ୍କିଙ୍କୁ ଯେତେବେଳ ୧୨ବର୍ଷ ସେତେବେଳେ ମା’ଙ୍କର ବିୟୋଗ ହେଲା। ପିଙ୍କି ଏ ଦୁନିଆରେ ଏକୁଟିଆ ହୋଇଗଲେ। ପୁଣି ତାଙ୍କ କୋଳରେ ଦୁଇଜଣ ସାନ ଭାଇଭଉଣୀ। ତାଙ୍କୁ କେବଳ ନିଜ ପାଇଁ ବଞ୍ଚତ୍ବାକୁ ପଡ଼ିବନି। ସାନ ଭାଇଭଉଣୀଙ୍କୁ ମଣିଷ କରିବାକୁ ହେବ। ସେମାନଙ୍କ ପାଇଁ ଖାଲି ବଡ଼ ଭଉଣୀ ନୁହେଁ; ମା’ବାପା ହେବାକୁ ପଡ଼ିବ। ତେବେ ହାର ମାନି ନ ଥିଲେ ପିଙ୍କି। କମର କଷି ଭାଇଭଉଣୀଙ୍କୁ ମଣିଷ କରିବାକୁ ଶପଥ ନେଇଥିଲେ।
ୟେ ତ ଗଲା ପିଙ୍କିଙ୍କ ବାସ୍ତବ ଜୀବନର କଥା। ପିଙ୍କିଙ୍କ ଯାତ୍ରାକୁ ଆସିବା ଘଟଣାଟି ମଧ୍ୟ ବେଶ୍‌ ନାଟକୀୟ। କଟକ ନିକଟସ୍ଥ ଗୋପାଳପୁରଠାରେ ‘ତ୍ରିରଙ୍ଗା’ ଯାତ୍ରାନୁଷ୍ଠାନର ଆଖଡ଼ା ଚାଲିଥାଏ। ପିଙ୍କିଙ୍କର ଜଣେ ସାଙ୍ଗ ଯାତ୍ରାରେ ଇଣ୍ଟରଭ୍ୟୁ ଦେବାକୁ ଆସିଥିଲେ। ପିଙ୍କି ତାଙ୍କ ସାଥିରେ ଆସିଥିଲେ ଆଖଡ଼ା ଦେଖିବା ପାଇଁ। ତେବେ ସାଙ୍ଗଙ୍କ ସହିତ ସେ ବି ଇଣ୍ଟରଭ୍ୟୁ ଦେଲେ। ପିଙ୍କିଙ୍କ ସାଙ୍ଗ ଉତ୍ତୀର୍ଣ୍ଣ ହୋଇପାରିଲେନି। ମାତ୍ର ପିଙ୍କି ସିଲେକ୍ଟ ହୋଇଗଲେ। ଯାତ୍ରାକୁ ଆସିଲେ ପିଙ୍କି। ପ୍ରଥମ ନାଟକ ଥିଲା ‘ତ୍ରାହି ଲକ୍ଷ୍ମଣ’। ପିଙ୍କି ଯାହା ବି କରୁଥିଲେ ହୃଦୟର ସହ କରୁଥିଲେ। କାରଣ ତାଙ୍କୁ ତାଙ୍କର ଭାଇଭଉଣୀ ଦୁହିଙ୍କୁ ମଣିଷ କରିବାର ଥିଲା।
ଏବେ ଯାତ୍ରାଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ପିଙ୍କି। ‘ତ୍ରିରଙ୍ଗା’ ପରେ ପରେ ‘ନିୟତି’, ‘ଟାଇଗର ତାରିଣୀ’, ‘ସଚ୍ଚିଦାନନ୍ଦମ୍‌’, ‘ତ୍ରିନାଥ’ ଆଦି ଅନୁଷ୍ଠାନରେ କାମ କରି ଏବେ ଆସି ପହଞ୍ଚତ୍ଛନ୍ତି ବାଘାଯତୀନ ଲୋକନାଟ୍ୟରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରୁ କେତୋଟି ହେଉଛି ‘ଏମିତି ନାରୀକୁ ଦୂରୁ ଜୁହାର’, ‘ସୁନା କଣ୍ଢେଇ’, ‘ଝରଣା ଖୋଜୁଛି ନିଜ ଠିକଣା’, ‘ତୋ ନଁାରେ ମୋ ନଁ।କୁ ଦେଇଛି ଯୋଡ଼ି’, ‘ମୃତ୍ୟୁଦଣ୍ଡ’। ଚଳିତବର୍ଷ ତାଙ୍କ ହାତରେ ରହିଛି ‘ସୀତାର ଜଳୁଛି ଚିତା’, ‘ତମ ସିନ୍ଦୂର କୋଉ ସ୍ବାମୀ’ର ଏବଂ ‘ସତ ସିନ୍ଦୂରକୁ ମିଛ କନିଅଁା’ ଭଳି ନାଟକ।
ପିଙ୍କି କେବଳ ଯାତ୍ରା ଜଗତରେ ନିଜକୁ ପ୍ରତିଷ୍ଠିତ କରିନାହାନ୍ତି। ଭାଇ ଭଉଣୀଙ୍କୁ ମଧ୍ୟ ମଣିଷ କରିଛନ୍ତି। ଭାଇ ଭଉଣୀଙ୍କୁ ବାହା ଦେଇଛନ୍ତି। ଏବେ ମଧ୍ୟ ପିଙ୍କି ସେମାନଙ୍କ ପାଇଁ ଭଉଣୀ ନୁହେଁ; ମା’। ତେବେ ଏତେ ସବୁ ଦାୟିତ୍ୱ ମଧ୍ୟରେ ନିଜ କଥା ଭୁଲି ଯାଇଛନ୍ତି ପିଙ୍କି। ”ମୁଁ ମୋ କଥା ଚିନ୍ତା କରିନି। ଚିନ୍ତା କରିବାକୁ ସମୟ ପାଇନି। ଭଗବାନ ମୋ ଭାଇଭଉଣୀଙ୍କୁ ମଣିଷ କରିବା ପାଇଁ ମୋତେ ଯେଉଁ ଦାୟିତ୍ୱ ଦେଇଥିଲେ ତାହାକୁ ମୁଁ ମୋ କର୍ତ୍ତବ୍ୟ ବୋଲି ମାନିନେଇଛି। ମୋ ଭାଇ ଭଉଣୀଙ୍କ ସଂସାର ମୋ ସଂସାର। ସେମାନଙ୍କ ଖୁସି ହେଉଛି ମୋ ଖୁସି“ ବୋଲି କହନ୍ତି ଏହି ଅଭିନେତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

‘ଭୁଲ ଭୁଲୈୟା’ ରିଲିଜର ଦିନକ ପରେ ନିର୍ମାତା ନେଲେ ବଡ଼ ନିଷ୍ପତ୍ତି

ବମ୍ବେ: ନଭେମ୍ବର ପହିଲାରେ ବଡ଼ ପରଦାକୁ ଆସିଛି ‘ଭୁଲ ଭୁଲୈୟା ୩’। ଦର୍ଶକଙ୍କୁ ଫିଲ୍ମଟି ବେଶ୍‌ ପସନ୍ଦ ଆସୁଛି। କଳାକାର ଭାବେ କାର୍ତ୍ତିକ ଆର୍ୟନ, ତୃପ୍ତି...

ଜନ୍ମଦିନରେ ଐଶ୍ୱର୍ଯ୍ୟାଙ୍କୁ ଝଟ୍‌କା! ଭାଙ୍ଗିଲା ହୃଦୟ…

ମୁମ୍ବାଇ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡପତ୍ର ଗୁଜବ ଥମିବାର ନାଁ ନେଉନାହିଁ। କୁହାଯାଉଛି ଯେ, ଐଶ ଏବଂ ଅଭିଷେକ ଅଲଗା...

ମୋତେ ଆଜିଯାଏ ପ୍ରକୃତ ପ୍ରେମ ମିଳିଲାନି, କାହିଁକି ଏମିତି କହିଲେ କାର୍ତ୍ତିକ ଆର୍ୟନ

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଭୁଲ୍‌ ଭୁଲେୟା-୩’ ପାଇଁ ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। ଏହି ଦୀପାବଳି ଅର୍ଥାତ୍‌ ନଭେମ୍ବର...

ଶାହାରୁଖ ଖାନ ନୁହେଁ, ଏହା ହେଉଛି ବଲିଉଡ ବାଦଶାହଙ୍କ ପ୍ରକୃତ ନାଁ…

ମୁମ୍ବାଇ: ବିଲିଉଡ ଅଭିନେତା ଶାହାରୁଖ ଖାନ ଆଜି ତାଙ୍କର ୫୯ ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜି ଅର୍ଥାତ୍‌ ୨ୟ ନଭେମ୍ବର ହେଉଛି କିଙ୍ଗ ଖାନଙ୍କ...

ଇନଷ୍ଟାରେ ଐଶ୍ୱର୍ଯ୍ୟାଙ୍କ ୧୪.୩ ମିଲିୟନ ଫଲୋୟର୍ସ, ହେଲେ ଜଣଙ୍କୁ କରନ୍ତି ଫଲୋ, ଜାଣି ଆଶ୍ଚର୍ଯ୍ୟ ହେବେ…

ମୁମ୍ବାଇ: ଛାଡପତ୍ର ଗୁଜବକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଚ୍ଚନ ପରିବାର। ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି ଜୋରଦାର ଚର୍ଚ୍ଚା...

କଂଗ୍ରେସ ନେତାଙ୍କୁ ଡେଟ କରୁଛନ୍ତି ସାରା? ଫଟୋ ହେଉଛି ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ କିଛି ନା କିଛି କାରଣକୁ ନେଇ ହେଡଲାଇନରେ ରହିଥାଆନ୍ତି। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବହୁତ...

ବ୍ରେକଅପ୍ କଲେ ଅର୍ଜୁନ; ମଲାଇକା କହିଲେ ‘ହୃଦୟକୁ ଦ୍ୱିତୀୟ ଥର…’

ମୁମ୍ବାଇ: ମଲ୍ଲାଇକା ଆରୋରାଙ୍କ ସହିତ ସମ୍ପର୍କ ତୁଟାଇଛନ୍ତି ଅର୍ଜୁନ କପୁର। କିଛିଦିନ ତଳେ ଅର୍ଜୁନ ଏହି ଖବରକୁ ସୁନିଶ୍ଚିତ କରିଥିବା ବେଳେ ମଲାଇକା ଏପର୍ଯ୍ୟନ୍ତ ଏହା...

‘ସିଟାଡେଲ ହନିବନି’ ଟ୍ରେଲର ୨ ରିଲିଜ୍‌

ମୁମ୍ବାଇ:ଅଭିନେତା ବରୁଣ ଧାଓ୍ବନ ଓ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ‘ସିଟାଡେଲ ହନିବନି’ ଓ୍ବେବ ସିରିଜ୍‌ ଆସନ୍ତା ନଭେମ୍ବର ୭ରେ ଓଟିଟି ପ୍ଲାଟ୍‌ଫର୍ମ ଆମାଜନ ପ୍ରାଇମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri