କୋଚି,୨୮।୩: କେରଳରେ କରୋନା ଭାଇରସ୍ ସଂକ୍ରମଣରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଶନିବାର କୋଚିର ଏକ ହସ୍ପିଟାଲରେ ଜଣେ ୬୯ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟସରକାର ସୂଚନା ଦେଇଛନ୍ତି। କେରଳରେ ଏହା ପ୍ରଥମ ମୃତ୍ୟୁ ଘଟଣା ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୧୭୬ ଥିବା ଜଣାପଡ଼ିଛି। ସେହିପରି ୧୧ଜଣ କରୋନା ରୋଗୀ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ରାଜ୍ୟସରକାର ସୂଚନା ଦେଇଛନ୍ତି। ଭାରତରେ ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୩କୁ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୯୦୦ ଟପିଛି। ଅପରପକ୍ଷେ ସର୍ବାଧିକ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ମାମଲାରେ କେରଳ ଏବେ ଦେଶର ଦ୍ୱିତୀୟ ସ୍ଥାନରେ ରହିଛି।