କେସିଙ୍ଗା,୧୯।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ବିଭିନ୍ନ କ୍ରଷ୍ଟରେ ନିୟୋଜିତ ନକଲି ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟା ଗୋଷ୍ଠୀ ଶିକ୍ଷାକେନ୍ଦ୍ର ପରିସରରେ ଶୁକ୍ରବାର ଆରମ୍ଭ ହୋଇଯାଇଛି । ଏହା ୨୩ ତାରିଖ ୫ ଦିନ ଯାଏ ଜାରି ରହିବ । ପ୍ରଥମ ଦିବସରେ ଯାଞ୍ଚ କମିଟି ଦ୍ୱାରା କେସିଙ୍ଗା ବ୍ଲକର ଫଟକାମାଲ, ହାତୀଖୋଜ, ରେଙ୍ଗାଲି ଓ କନ୍ତେଶିର କ୍ଲଷ୍ଟରର ୪୧ଜଣ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ପ୍ରତ୍ୟେକ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କଠାରେ ଭେରିଫିକେସନ୍ ପାଇଁ ଜେରକ୍ସ କପି ସଂଗ୍ରହ କରାଯାଇଥିଲା । ଏହି ଯାଞ୍ଚ କମିଟିରେ ୩ ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯଥା ବିଜୟ କୁମାର ସିଂହ, ସୀମାଞ୍ଚଳ ବୁଦ୍ଧିଆ, ରାଘବ ମାଝିଙ୍କ ସମେତ ବଡବାବୁ ଶିଶିର ଦାଶ, ଜୁନିୟର କ୍ଲାର୍କ ମନୋଜ କୁମାର ପାଣିଗ୍ରାହୀ, ସିଆରସି ସୁରେନ୍ଦ୍ର କୁମାର ଦୋରାଙ୍କ ଦ୍ୱାରା ଜାଲ ନକଲି ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟା ଚାଲିଥିଲା ।