କେୟାର ହସ୍ପିଟାଲରେ ଲୋକଙ୍କୁ ପାର୍କିଂ ମନା

ଭୁବନେଶ୍ୱର, ୩୧ା୧୦: ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍‌, ଆପାର୍ଟମେଣ୍ଟ, ମଲ୍‌ରେ ଲୋକଙ୍କ ଗାଡ଼ି ରଖିବା ଆବଶ୍ୟକ ପାର୍କିଂ ସ୍ଥାନ ରଖିବାକୁ ବାଧ୍ୟ। ଏବେ ପାର୍କିଂ ଫି ଆଦାୟ ଉପରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କଟକଣା ଲଗାଇବା ସହ ୧୧ ମଲ୍‌ ଓ ୩ ହସ୍ପିଟାଲକୁ ନୋଟିସ କରିଛି। କିନ୍ତୁ ନୋଟିସ୍‌ ପରେ ବି ଚନ୍ଦ୍ରଶେଖରପୁରସ୍ଥିତ କେୟାର ହସ୍ପିଟାଲ୍‌ରେ ପାର୍କିଂ ଫାଙ୍କା ନାହିଁ କୁହାଯାଉଥିବାରୁ ଲୋକେ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖୁଛନ୍ତି। ଏନେଇ ଅଭିଯୋଗ ଆସିବା ପରେ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ ପାତ୍ରଙ୍କ ନେତୃତ୍ୱରେ ବିଡିଏର ଏକ ଟିମ୍‌ ବୁଧବାର ହସ୍ପିଟାଲ ପରିସର ପାର୍କିଂ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଯାଞ୍ଚ ରିପୋର୍ଟ ଆଧାରରେ ହସ୍ପିଟାଲ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟଁା କହିଛନ୍ତି। ହସ୍ପିଟାଲର ସିନିୟର ମ୍ୟାନେଜର (ପ୍ରଶାସନିକ) ସଞ୍ଜୀବ ପିଲାଇ କହିଛନ୍ତି, ଆମେ ବେସ୍‌ମେଣ୍ଟରେ ଦୁଇ ଚକିଆ ଓ ଉପରେ କାର୍‌ ପାର୍କିଂ ବ୍ୟବସ୍ଥା କରିଛୁ। ୬୦୦ ଷ୍ଟାଫ୍‌ଙ୍କ ଗାଡ଼ି ରହିବା ପରେ ପାର୍କିଂସ୍ଥଳରେ ଆଉ ଫାଙ୍କା ସ୍ଥାନ ରହୁନି। ଷ୍ଟାଫ୍‌ମାନେ ଯଦି ବାହାରେ ୨ଘଣ୍ଟା ପାଇଁ ୫ଟଙ୍କା ଦେଇ ଗାଡ଼ି ପାର୍କିଂ କରିବେ ତା’ହେଲେ ସେମାନେ ଚାକିରି ଛାଡ଼ିଦେବେ। ସେଥିପାଇଁ ଆମେ ଷ୍ଟାଫ୍‌ଙ୍କ ଗାଡିକୁ ପ୍ରଥମେ ପାର୍କିଂ କରିବାକୁ ଛାଡ଼ୁଛୁ। ବଳକା ସ୍ଥାନ ରହିଲେ ସାଧାରଣ ଲୋକଙ୍କୁ ସୁଯୋଗ ଦେଉଛୁ। ତେବେ ଲୋକଙ୍କ ଗାଡ଼ି ପାର୍କିଂରେ ସମସ୍ୟା ହେଉଥିବାରୁ ଏହାକୁ ଏଡ଼ାଇବା ପାଇଁ ଆଗକୁ ମଲ୍ଟି ପାର୍କିଂ ବ୍ୟବସ୍ଥା କରାଯିବ। ଆସନ୍ତା ମାର୍ଚ୍ଚ ମାସରୁ କାର୍ଯ୍ୟ ଆରମ୍ଭ ହେବ। ସେହିପରି ହସ୍ପିଟାଲ ପଛରେ କିଛି ଅଧିକ ଜମି ଯୋଗାଇ ଦେବାକୁ ସରକାରଙ୍କୁ ଆବେଦନ କରାଯାଇଛି। ଜମି ମିଳିଲେ ସେଠାରେ ଲୋକଙ୍କ ପାଇଁ ପାର୍କିଂ ସ୍ଥଳ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

ପାର୍କିଂ ସ୍ଥଳରେ ଷ୍ଟୋର୍‌ ରୁମ୍‌ ଅଭିଯୋଗ
ଅନ୍ୟପକ୍ଷରେ ହସ୍ପିିଟାଲର ପାର୍କିଂ ସ୍ଥଳରେ ଷ୍ଟୋର୍‌ରୁମ କରାଯାଇ ଲୋକଙ୍କୁ ବାହାରେ ଗାଡ଼ି ରଖିବାକୁ କୁହାଯାଉଥିବା ନେଇ ମଙ୍ଗଳବାର କେତେଜଣ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ ଉଠାଇଥିଲେ। ସେମାନେ ହସ୍ପିଟାଲର ପାର୍କିଂ ସ୍ଥଳର ଏକ ପାର୍ଶ୍ୱରେ ଷ୍ଟୋର୍‌ ଓ ଅନ୍ୟ ପାର୍ଶ୍ୱରେ ନିଜ କର୍ମଚାରୀଙ୍କ ଗାଡ଼ି ରଖାଯାଉଥିବା ଦେଖି ଆମେ କେଉଁଠି ଗାଡି ରଖିବୁ ବୋଲି କହି ଉପସ୍ଥିତ ସିକ୍ୟୁରିଟି ଗାର୍ଡଙ୍କୁ ପ୍ରଶ୍ନ କରିଥିଲେ। ସିକ୍ୟୁରିଟି ଗାର୍ଡ ଜଣକ ହସ୍ପିିଟାଲର ପାର୍କିଂ କେବଳ କର୍ମଚାରୀଙ୍କ ପାଇଁ, ଅନ୍ୟ କାହାର ଗାଡ଼ି ରଖାଯିବ ନାହିଁ ବୋଲି କହିଥିଲେ। ଅନ୍ୟମାନେ ଯେପରି ବାହାରେ ଗାଡ଼ି ରଖୁଛନ୍ତି ସେମିତି ରଖ ବୋଲି କହି ନାଲିଆଖି ଦେଖାଇଥିଲେ। ଫଳରେ ଏହାକୁ ନେଇ ହସ୍ପିଟାଲର ସିକ୍ୟୁରିଟି ଗାର୍ଡଙ୍କ ସହ ରୋଗୀ ସମ୍ପର୍କୀୟଙ୍କ ପାଟିତୁଣ୍ଡ ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା।

୧୪ ବିଲ୍ଡିଂକୁ ନୋଟିସ ଦେଇ ବିଡିଏ ଚୁପ୍‌
ଭୁବନେଶ୍ୱରରେ ବେଆଇନ ଭାବେ ୭୨ଟି ବଡ଼ ବିଲ୍ଡିଂ ଲୋକଙ୍କଠାରୁ ପାର୍କିଂ ଫି ଆଦାୟ କରୁଥିବା ବିଡିଏ ଚିହ୍ନଟ କରିଛି। ହେଲେ ସେଥିମଧ୍ୟରୁ ମାତ୍ର ୧୪ଟି ବିଲ୍ଡିଂକୁ ନୋଟିସ୍‌ ଦିଆଯାଇ ୭ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ୧୦ ଦିନରୁ ଅଧିକ ବିତିଥିଲେ ମଧ୍ୟ ମାତ୍ର ୩ଟି ବିଲ୍ଡିଂ ଦ୍ୱାରା ଉତ୍ତର ଆସିଛି। କିନ୍ତୁ ବିଲ୍ଡିଂ ପ୍ଲାନ୍‌ ଓ ଦସ୍ତାବିଜ୍‌ ଯାଞ୍ଚ ଚାଲିଥିବା ଦର୍ଶାଇ ବିଡିଏ ଚୁପ୍‌ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ବର ଏମ୍ସ ଯାଇ ପ୍ରଭାତୀ...

ଜିଲାସ୍ତରୀୟ ବିକାଶ ମେଳା ଉଦଘାଟିତ

ଖୋର୍ଦ୍ଧା,୨୦।୯ : ୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡ଼ିଶା। ମୋହନ ସରକାର ଲୋକଙ୍କ ସରକାର। ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଉନ୍ମୁକ୍ତ ରହିଛି। ୨୪ବର୍ଷ...

ବିବାଦରେ ଯାତ୍ରା ଷ୍ଟାର ଆକ୍ଟର କାହ୍ନା ସ୍ବାଇଁ

ଭୁବନେଶ୍ୱର,୨୦।୯: କୋଟିକୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ତାଙ୍କ ଛତ୍ରଛାୟା ତଳେ ଘୋଡାଇ ରଖିଛନ୍ତି। ହେଲେ ତାଙ୍କୁ ଅସମ୍ମାନିତ କରାଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri