ରାୟଗଡ଼ା ଅଫିସ,୧୬।୧: ବିଷମକଟକ ଓ ସାନ ସାର୍ତେଲି ଷ୍ଟେଶନ ମଧ୍ୟରେ ଏକ ମାଲବାହୀ ଟ୍ରେନ୍ରୁ ୨ଟି ବଗି ଅଲଗା ହୋଇଯାଇଛି। ଫଳରେ ଉକ୍ତ ଟ୍ରାକ୍ରେ ଟେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଷମକଟକ ଷ୍ଟେଶନରୁ ୩ କିଲୋମିଟର ଦୂରରେ ଏକ କୋଇଲା ବୋଝେଇ ଟ୍ରେନ୍ରେ ୨ଟି ବଗି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା। ଫଳରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନ୍ ଅଟକି ରହିଥିଲା। ଗୁରୁବାର ସକାଳ ୬ଟା ୩୦ରେ ଏହି ଟ୍ରେନଟି ବିଶାଖାପାଟଣାରୁ ଝାରସୁଗୁଡ଼ା ଯାଉଥିବା ସମୟରେ ଏପରି ଅଘଟଣ ଘଟିଥିଲା। ବଡ଼ ମଟକ ବାଡ଼ି ଗ୍ରାମ ନିକଟରେ ହଠାତ୍ ଟ୍ରେନର ପଛ ଦୁଇଟି ବଗି ଅଲଗା ହୋଇଯାଇଥିଲା। ଟ୍ରେନ୍ ଡ୍ରାଇଭର ଘଟଣା ବିଷୟରେ ଷ୍ଟେଶନମାଷ୍ଟରଙ୍କୁ ଅବଗତ କରିବା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଛି।