କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ଚିନ୍ତା

ବାଲେଶ୍ୱର ଅଫିସ, ୨୭।୫-ଗୁଜୁରାଟର ସୁରଟ ଜିଲା ଅନ୍ତର୍ଗତ ସୁରଥନା ଅଞ୍ଚଳର ଏକ ଘରୋଇ କୋଚିଂ ସେଣ୍ଟରରେ ଗତ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ୨୦ଜଣ ଛାତ୍ରୀଛାତ୍ର ମୃତ୍ୟୁବରଣ କରିବା ପରେ ବାଲେଶ୍ୱର ଜିଲାରେ ଚାଲିଥିବା କୋଚିଂ ସେଣ୍ଟରରେ ନିରାପତ୍ତା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ପ୍ରତିବର୍ଷ ବାଲେଶ୍ୱର ସହରରେ କମ୍ପ୍ୟୁଟର ସେଣ୍ଟର ସମେତ ବିଭିନ୍ନ କୋଚିଂ ସେଣ୍ଟର ଛତୁ ଫୁଟିଲା ପରି ଖୋଲୁଛି। କେତେକ କୋଚିଂ ସେଣ୍ଟର ସରକାରଙ୍କଠାରୁ ଅନୁମତି ପାଇଥିବା ବେଳେ ଆଉ କେତେକ ବେଆଇନ ଭାବେ ହଷ୍ଟେଲ ଖୋଲି ଶତାଧିକ ପିଲାମାନଙ୍କୁ ରଖାଇ କୋଚିଂ ଦେବାର ବ୍ୟବସ୍ଥା କରିଛନ୍ତି। ଅଗ୍ନିଶମ ବିଭାଗ ଏବଂ ବିଭାଗୀୟ ଅଧିକାରୀ ଏସବୁ କୋଚିଂ ସେଣ୍ଟରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ ନ କରି ଉଦାସୀନ ରହୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ମାଟ୍ରିକ୍‌, ଯୁକ୍ତ ଦୁଇ ଏବଂ ସ୍ନାତକ ପାସ୍‌ କରିବା ପରେ ଛାତ୍ରୀଛାତ୍ରମାନେ ନିଜର କ୍ୟାରିୟର ଗଠନ ଲାଗି ବିଭିନ୍ନ କୋଚିଂ ସେଣ୍ଟରର ସହଯୋଗ ନେଇଥାନ୍ତି। ଏପରିକି କେଉଁ ବିଷୟରେ ଅଧ୍ୟୟନ କଲେ ନିଜର ପସନ୍ଦଯୋଗ୍ୟ ଚାକିରି ମିଳିବ ସେ ବାବଦରେ ମଧ୍ୟ ଯୋଗାଯୋଗ କରିଥାନ୍ତି। ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ନିମନ୍ତେ ସେମାନେ କୋଚିଂ ସେଣ୍ଟରକୁ ପାଠ ପଢିବାକୁ ଯାଇଥାନ୍ତି। ଅନ୍ୟପକ୍ଷେ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ଏସବୁ ସଂସ୍ଥା ହୋର୍ଡିଂ ମାଧ୍ୟମରେ ବିଭିନ୍ନ ପ୍ରଚାର କରିଥାନ୍ତି। ସେମାନେ କୋଚିଂ ଦେବା ସକାଶେ ଯଥେଷ୍ଟ ଅର୍ଥ ଆଦାୟ କରୁଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ପ୍ରତି ନଜର ରଖୁ ନ ଥିବା କେତେକ ଅଭିଭାବକ ଏଠାରେ ଅଭିଯୋଗ କରିଛନ୍ତି। କୌଣସି ସ୍ଥାନରେ ଫାୟାର ସେଫ୍ଟି ବ୍ୟବସ୍ଥା ଅଛି କି ନାହିଁ ପ୍ରଶାସନ ପକ୍ଷରୁ ମଧ୍ୟ ତାହାକୁ ଯାଞ୍ଚ କରାଯାଉନାହିଁ। ଅଭିଭାବକମାନଙ୍କ ଏହି ଅଭିଯୋଗ ସମ୍ପର୍କରେ ଜିଲା ଆଞ୍ଚଳିକ ଅତିରିକ୍ତ ଅଗ୍ନିଶମ ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରୁ କହିଛନ୍ତି, ରାଜ୍ୟ ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନର ନିରାପତ୍ତା ନିମନ୍ତେ ସ୍ବତନ୍ତ୍ର ଆଇନ ପ୍ରଣୟନ । ନିୟମ ଅନୁଯାୟୀ କୌଣସି ଶିକ୍ଷାନୁଷ୍ଠାଡ଼ କାର୍ଯ୍ୟ କରି ନ ଥିଲେ ଏହି ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋଠାଘରର ପ୍ଲାନ ଆପ୍ରୋଭାଲ ସମୟରେ ଫାୟାର ସେଫ୍ଟି ବ୍ୟବସ୍ଥା ସ୍ଥାନ ପାଇଥିବା ଦରକାର। ବାଲେଶ୍ୱର ସହରରେ ୧୬ରୁ ଊର୍ଦ୍ଧ୍ୱ ଅନୁଷ୍ଠାନକୁ ଚିହ୍ନଟ କରାଯାଇ ଫାୟାର ସେଫ୍ଟି ବ୍ୟବସ୍ଥା ଲାଗି ନୋଟିସ୍‌ ଦିଆଯାଇଛି। ବିଭାଗୀୟ କର୍ମକର୍ତ୍ତାମାନଙ୍କ ମାଧ୍ୟମରେ ଅଧିକ ଅନୁସନ୍ଧାନ ଚାଲୁ ରହିଛି। ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ପଚାରିବାରୁ କହିଛନ୍ତି, କୌଣସି କୋଚିଂ ସେଣ୍ଟର କିମ୍ବା କମ୍ପ୍ୟୁଟର ସେଣ୍ଟର ଖୋଲିବା ସକାଶେ ଅନୁମତି ନେବା ଲାଗି ଜିଲା ପ୍ରଶାସନକୁ କେହି ଆବେଦନ କରିନାହାନ୍ତି। ଦିନକୁ ଦିନ ବଢି ଚାଲିଥିବା ଘଟଣା ଓ ଦୁର୍ଘଟଣାକୁ ଆଖି ଆଗରେ ରଖି ଏ ଦିଗରେ ସରକାରୀ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri