ବୌଦ୍ଧ,୧୫ା୫(ସ୍ବ.ପ୍ର.)-କେରାନା ଭୁତାଣୁ ସଂକ୍ରମଣ ଆଶଙ୍କାରେ ସାରା ଦେଶରେ ସମସ୍ତ ଶିକ୍ଷା ଅନୁଷ୍ଠାନ ସହ କୋଚିଂ ସେଣ୍ଟର ବନ୍ଦ ରହିଛି। ଯେଉଁମାନେ ଏହାର ଅବମାନନା କରିବେ ସେମାନେ ଦଣ୍ଡିତ ହେବାର ନିୟମ ଅଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲାର ଦୁଇ ଅଧ୍ୟାପକ କୋଚିଂ ସେଣ୍ଟର ଖୋଲି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ଯୋଗୁ ତଣ୍ଡ ଗଣିଛନ୍ତି।
ବୌଦ୍ଧ ଆଦର୍ଶ ମହାବିଦ୍ୟାଳୟର ୨ ଅଧ୍ୟାପକ ଶୁକ୍ରବାର ବୌଦ୍ଧରେ କୋଚିଂ ସେଣ୍ଟରରେ ପାଠ ପଢାଉଥିଲେ। ଏ ନେଇ ବୌଦ୍ଧ ପୋଲିସ ଖବର ପାଇ ସଂପୃକ୍ତ କୋଚିଂ ସେଣ୍ଟର ଉପରେ ଚଢାଉ କରିଥିଲା। ପୋଲିସ ୨ ଅଧ୍ୟାପକଙ୍କୁ ଥାନାକୁ ନେଇ କୋଭିଡ-୧୯ ଆଇନ ଅନୁଯାୟୀ ୧୦୦୦ ଟଙ୍କା ଜୋରିମାନ କରିବା ସହ ଆଉ କୋଚିଂ ନ କରିବାକୁ ତାଗିଦ କରି ଛାଡ଼ିଥିଲା। ଏ ନେଇ ବୌଦ୍ଧ ଥାନା ଅଧିକାରୀ ତପସ୍ବନୀ କହଁରଙ୍କୁ ପଚାରିବାରୁ ୨ ଅଧ୍ୟାପକ କୋଚିଂ ସେଣ୍ଟରରେ ପାଠ ପଢାଉଥିଲେ। ତେଣୁ ସେମାନଙ୍କଠାରୁ ଆଇନ ଅନୁଯାୟୀ ୧୦୦୦ ଟଙ୍କା ଜୋରିମାନା ଆଦାୟ ପରେ ଛଡା ଯାଇଥିବା କହିଛନ୍ତି।