ଭଦ୍ରକ ଅଫିସ, ୧।୫: ରାଜସ୍ଥାନର କୋଟାରେ ଫଶିଥିବା ଭଦ୍ରକର ଛାତ୍ରୀଛାତ୍ରମାନଙ୍କୁ ଫେରାଇ ଆଣିବାକୁ ଅଭିଭାବକମାନେ ଶୁକ୍ରବାର ବିଧାୟକ ସଞ୍ଜୀବ ମଲିକଙ୍କ ସହ ଆଲୋଚନା କରିଛନ୍ତି। ଶୁକ୍ରବାର ସକାଳେ ଅଭିଭାବକମାନେ ଆସି ବିଧାୟକଙ୍କୁ ଭେଟିଥିଲେ। ଛାତ୍ରୀଛାତ୍ରମାନେ କିପରିଭାବରେ ସେଠାରୁ ଭଲ ଭାବରେ ଭଦ୍ରକ ପହଞ୍ଚିବେ ସେ ନେଇ ଆଲୋଚନା କରିଥିଲେ। ବିଧାୟକ ମଲ୍ଲିକ ଯଥାଶୀଘ୍ର ଛାତ୍ରୀଛାତ୍ରମାନଙ୍କୁ ଭଦ୍ରକକୁ ଫେରାଇ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
Posted inଆମ ଜିଲା ଖବର, ଭଦ୍ରକ